ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ନିଧନ, ଅମୂଲ୍ୟ ରତ୍ନକୁ ହରାଇଲା ଦେଶ
ନୂଆଦିଲ୍ଲୀ: ଭାରତୀୟ ମହାକଶ ଅନୁସନ୍ଧାନ ସଂଗଠନର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଛି । ଶୁକ୍ରବାର ବେଙ୍ଗାଲୁରରେ ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ଶଯ୍ୟାରେ ତାଙ୍କର ଦୁଇ ପୁଅ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ । ରମଣ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ତାଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ।ଅଧିକାରୀମାନେ କହିଛନ୍ତି, 'ଆଜି ସକାଳେ ବେଙ୍ଗାଲୁରୁ ସ୍ଥିତି ବାସଭବନରେ କେ.କସ୍ତୁରୀରଙ୍ଗନଙ୍କ ନିଧନ ହୋଇଛି । ଅନ୍ତମ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ଏପ୍ରିଲ୍ ୨୭ରେ ଆରଆରଆଇରେ ରଖାଯିବ ।' ଉଲ୍ଲେଖଯୋଗ୍ୟ ଯେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ମହତ୍ୱାକାଂକ୍ଷୀ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)କୁ ପ୍ରସ୍ତୁତ କରିଥିବା ଡ୍ରାଫ୍ଟ କମିଟିର ଅଧ୍ୟକ୍ଷ ଥିଲେ । ଏନ୍ଇପିରେ ସୂଚୀବଦ୍ଧ ଶିକ୍ଷା ସଂସ୍କାର ପ୍ରଣେତା ଭାବେ ପ୍ରସିଦ୍ଧ କସ୍ତୁରୀରଙ୍ଗନ ଜେଏନୟୁର କୁଳାଧିପତି ଓ କର୍ଣ୍ଣାଟକ ନଲେଜ୍ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଇସ୍ରୋର ପୂର୍ବତନ ଅଧ୍ୟକ୍ଷଙ୍କ ଜନ୍ମ ୧୯୪୦ ଅକ୍ଟୋବର ୨୪ରେ କେରଳର ଏର୍ନାକୁଲମରେ ସି.ଏମ.କୃଷ୍ଣାସ୍ୱାମୀ ଅୟର ଓ ବିଶାଲକ୍ଷ୍ମୀଙ୍କ ଘରେ ହୋଇଥିଲା । ୨୦୦୩ରେ ଅବସର ନେବା ପୂର୍ବରୁ ସେ ୯ ବର୍ଷ ଯାଏ ଇସ୍ରୋ ଅଧ୍ୟକ୍ଷ ଭାବେ କା
ନୂଆଦିଲ୍ଲୀ: ଭାରତୀୟ ମହାକଶ ଅନୁସନ୍ଧାନ ସଂଗଠନର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଛି । ଶୁକ୍ରବାର ବେଙ୍ଗାଲୁରରେ ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ଶଯ୍ୟାରେ ତାଙ୍କର ଦୁଇ ପୁଅ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ । ରମଣ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ତାଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ।
ଅଧିକାରୀମାନେ କହିଛନ୍ତି, 'ଆଜି ସକାଳେ ବେଙ୍ଗାଲୁରୁ ସ୍ଥିତି ବାସଭବନରେ କେ.କସ୍ତୁରୀରଙ୍ଗନଙ୍କ ନିଧନ ହୋଇଛି । ଅନ୍ତମ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ଏପ୍ରିଲ୍ ୨୭ରେ ଆରଆରଆଇରେ ରଖାଯିବ ।' ଉଲ୍ଲେଖଯୋଗ୍ୟ ଯେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ମହତ୍ୱାକାଂକ୍ଷୀ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)କୁ ପ୍ରସ୍ତୁତ କରିଥିବା ଡ୍ରାଫ୍ଟ କମିଟିର ଅଧ୍ୟକ୍ଷ ଥିଲେ । ଏନ୍ଇପିରେ ସୂଚୀବଦ୍ଧ ଶିକ୍ଷା ସଂସ୍କାର ପ୍ରଣେତା ଭାବେ ପ୍ରସିଦ୍ଧ କସ୍ତୁରୀରଙ୍ଗନ ଜେଏନୟୁର କୁଳାଧିପତି ଓ କର୍ଣ୍ଣାଟକ ନଲେଜ୍ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
ଇସ୍ରୋର ପୂର୍ବତନ ଅଧ୍ୟକ୍ଷଙ୍କ ଜନ୍ମ ୧୯୪୦ ଅକ୍ଟୋବର ୨୪ରେ କେରଳର ଏର୍ନାକୁଲମରେ ସି.ଏମ.କୃଷ୍ଣାସ୍ୱାମୀ ଅୟର ଓ ବିଶାଲକ୍ଷ୍ମୀଙ୍କ ଘରେ ହୋଇଥିଲା । ୨୦୦୩ରେ ଅବସର ନେବା ପୂର୍ବରୁ ସେ ୯ ବର୍ଷ ଯାଏ ଇସ୍ରୋ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଅନୁକରଣୀୟ କାର୍ଯ୍ୟ ପାଇଁ ୨୦୦୦ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ ।
କସ୍ତୁରୀରଙ୍ଗନ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ୨୦୦୩ରୁ ୨୦୦୯ ଯାଏ ସେ ସଂସଦର ସଦସ୍ୟ ଥିଲେ । ଭାରତର ତତ୍କାଳୀନ ଯୋଜନାର ଆୟୋଗର ସଦସ୍ୟ ଭାବେ ନିଜ ସେବା ପ୍ରଦାନ କରିଥିଲେ । କସ୍ତୁରୀରଙ୍ଗନ ଏପ୍ରିଲ୍ ୨୦୦୪ରୁ ୨୦୦୯ ଯାଏ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ, ବେଙ୍ଗାଲୁରୁର ନିର୍ଦ୍ଦେଶକ ମଧ୍ୟ ଥିଲେ ।
I am deeply saddened by the passing of Dr. K. Kasturirangan, a towering figure in India’s scientific and educational journey. His visionary leadership and selfless contribution to the nation will always be remembered.
He served ISRO with great diligence, steering India’s space… pic.twitter.com/GPdFKPU7b5— Narendra Modi (@narendramodi) April 25, 2025
କେ.କସ୍ତୁରୀରଙ୍ଗନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ପିଏମ୍ ଲେଖିଛନ୍ତି, 'ଭାରତର ବିଜ୍ଞାନ ଓ ଶିକ୍ଷା ଯାତ୍ରାରେ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତ ଥିଲେ । ତାଙ୍କ ଦୂରଦୃଷ୍ଟି ନେତୃତ୍ୱ ଓ ନିସ୍ୱାର୍ଥପର ସେବାକୁ ଭାରତ ସବୁବେଳେ ମନ ରଖିବ । ସେ ଭାରତର ମହାକଶ କାର୍ଯ୍ୟକ୍ରମକୁ ଏକ ନୂତନ ଉଚ୍ଚତାକୁ ନେଇଥିଲେ । ଏନଇପିର ଡ୍ରାଫ୍ଟିଂରେ କସ୍ତୁରୀରଙ୍ଗନଙ୍କ ଯୋଗଦାନ ପାଇଁ ଭାରତ ସର୍ବଦା କୃତଜ୍ଞ ରହିବ ।'