ସରକନ୍ତରା ରେଳ ଫାଟକ ନିକଟରେ ଅଘଟଣ, ଗେଟ୍ କିପରଙ୍କୁ ପିଟିଲେ ଦୁଇ ମଦ୍ୟପ

ଭୁବନେଶ୍ୱର ୦୮।୧୨ : ଭୁବନେଶ୍ବର ସରକନ୍ତରା ରେଲୱେ ଫାଟକ ନିକଟରେ ଅଘଟଣ। ୨ ଜଣ ମଦ୍ୟପ ନିଶା ପାନକରି ଫାଟକରେ ଡ୍ୟୁଟି କରୁଥିବା ରେଳ ଗେଟ କିପର ଦେବେନ୍ଦ୍ର ମାର୍ଥାଙ୍କୁ ମାଡ଼ ମାରିଥିଲେ। ଖବର ଅନୁଯାୟୀ, ରାତିରେ ଫାଟକ ଖୋଲିବା ନେଇ ଗଣ୍ଡଗୋଳ କରି ରେଳ କର୍ମଚାରିଙ୍କ ବାଇକରେ ନିଆଁ ଲଗାଇ ଦେଇଥିଲେ। ଏହି ନିଆଁ ସିଗନାଲ ବାକ୍ସରେ ଲାଗି ସମ୍ପୂର୍ଣ ଜଳିଯାଇଛି। ଯାହା ଫଳରେ ରେଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସିଗନାଲ ଫେଲ ଯୋଗୁ ସମସ୍ତ ଟ୍ରେନ୍ ବିଳମ୍ବରେ ଚାଲିଛି । ଏପଟେ ଏହି ଘଟଣା ପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। 

ସରକନ୍ତରା ରେଳ ଫାଟକ ନିକଟରେ ଅଘଟଣ, ଗେଟ୍ କିପରଙ୍କୁ ପିଟିଲେ ଦୁଇ ମଦ୍ୟପ

ଭୁବନେଶ୍ୱର ୦୮।୧୨ : ଭୁବନେଶ୍ବର ସରକନ୍ତରା ରେଲୱେ ଫାଟକ ନିକଟରେ ଅଘଟଣ। ୨ ଜଣ ମଦ୍ୟପ ନିଶା ପାନକରି ଫାଟକରେ ଡ୍ୟୁଟି କରୁଥିବା ରେଳ ଗେଟ କିପର ଦେବେନ୍ଦ୍ର ମାର୍ଥାଙ୍କୁ ମାଡ଼ ମାରିଥିଲେ। 

ଖବର ଅନୁଯାୟୀ, ରାତିରେ ଫାଟକ ଖୋଲିବା ନେଇ ଗଣ୍ଡଗୋଳ କରି ରେଳ କର୍ମଚାରିଙ୍କ ବାଇକରେ ନିଆଁ ଲଗାଇ ଦେଇଥିଲେ। ଏହି ନିଆଁ ସିଗନାଲ ବାକ୍ସରେ ଲାଗି ସମ୍ପୂର୍ଣ ଜଳିଯାଇଛି। ଯାହା ଫଳରେ ରେଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସିଗନାଲ ଫେଲ ଯୋଗୁ ସମସ୍ତ ଟ୍ରେନ୍ ବିଳମ୍ବରେ ଚାଲିଛି । ଏପଟେ ଏହି ଘଟଣା ପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି।