ଭାରତ ଆମେରିକାକୁ ଶୂନ୍ୟ ଟାରିଫ ଅଫର ଦେଇଛି ବୋଲି ଟ୍ରମ୍ପଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ଆମକୁ ଶୂନ ଟାରିଫରେ ବିଜନେଶ ପାଇଁ ଅଫର ଦେଉଛି ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ ବର୍ତ୍ତମାନ ଆଲୋଚନା ଜଟିଳ ପର୍ଯ୍ୟାୟରେ ଚାଲିଛି। ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଠାରୁ ବହୁ ଦୂରରେ ରହିଛି।ଏନେଇ ଜୟଶଙ୍କର କହିଛନ୍ତି “ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଚାଲିଛି। ଏଗୁଡ଼ିକ ଜଟିଳ ଆଲୋଚନା। ସବୁକିଛି ନହେବା ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୁଏ ନାହିଁ। ଯେକୌଣସି ବାଣିଜ୍ୟ ଚୁକ୍ତି ପାରସ୍ପରିକ ଭାବରେ ଲାଭଦାୟକ ହେବା ଉଚିତ। ଏହା ଉଭୟ ଦେଶ ପାଇଁ କାମ କରିବା ଉଚିତ। ବାଣିଜ୍ୟ ଚୁକ୍ତିରୁ ଏହା ଆମେ ଆଶା କରୁଛୁ। ଯେପର୍ଯ୍ୟନ୍ତ ତାହା ହେଉ ନାହିଁ, ଏହା ଉପରେ କୌଣସି ନିଷ୍ପତ୍ତି ନେବା ତରବରିଆ ନିଷ୍ପତ୍ତି ହେବ।” ଗୁରୁବାର କତାରରେ ଏକ ବ୍ୟବସାୟିକ ମଞ୍ଚରେ ଭାରତ ଆମେରିକାକୁ ଶୂନ୍ୟ ଟାରିଫରେ ବ୍ୟବସାୟ କରିବାକୁ ପ୍ରସ୍ତାବ ଦେଇଛି ବୋଲି ଟ୍ରମ୍ପ୍  କହିଛନ୍ତି। ସେ କହିଛନ୍ତି "ଭାରତରେ ସାମଗ୍ରୀ ବିକ୍ରି କରିବା ବହୁତ କଷ୍ଟକର। ଭାରତ ଆମକୁ ଏକ ଚୁକ୍ତି ପ୍ରଦାନ କରିଛି ଯେଉଁଥିରେ ସେମାନେ ପ୍ରକୃତରେ ଆମଠାରୁ କୌଣସି ଶୁଳ୍କ ଚାହୁଁ ନାହାନ୍ତି।" ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୯ ତାରିଖରେ ବିଭିନ୍ନ ଦେଶ ଉପରେ ୯୦ ଦିନ ପାଇଁ ପାଲଟା ଶୁଳ୍କ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ। ଏହି ଅବ

ଭାରତ ଆମେରିକାକୁ ଶୂନ୍ୟ ଟାରିଫ ଅଫର ଦେଇଛି ବୋଲି ଟ୍ରମ୍ପଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ଆମକୁ ଶୂନ ଟାରିଫରେ ବିଜନେଶ ପାଇଁ ଅଫର ଦେଉଛି ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ ବର୍ତ୍ତମାନ ଆଲୋଚନା ଜଟିଳ ପର୍ଯ୍ୟାୟରେ ଚାଲିଛି। ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଠାରୁ ବହୁ ଦୂରରେ ରହିଛି।

ଏନେଇ ଜୟଶଙ୍କର କହିଛନ୍ତି “ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଚାଲିଛି। ଏଗୁଡ଼ିକ ଜଟିଳ ଆଲୋଚନା। ସବୁକିଛି ନହେବା ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୁଏ ନାହିଁ। ଯେକୌଣସି ବାଣିଜ୍ୟ ଚୁକ୍ତି ପାରସ୍ପରିକ ଭାବରେ ଲାଭଦାୟକ ହେବା ଉଚିତ। ଏହା ଉଭୟ ଦେଶ ପାଇଁ କାମ କରିବା ଉଚିତ। ବାଣିଜ୍ୟ ଚୁକ୍ତିରୁ ଏହା ଆମେ ଆଶା କରୁଛୁ। ଯେପର୍ଯ୍ୟନ୍ତ ତାହା ହେଉ ନାହିଁ, ଏହା ଉପରେ କୌଣସି ନିଷ୍ପତ୍ତି ନେବା ତରବରିଆ ନିଷ୍ପତ୍ତି ହେବ।” 

ଗୁରୁବାର କତାରରେ ଏକ ବ୍ୟବସାୟିକ ମଞ୍ଚରେ ଭାରତ ଆମେରିକାକୁ ଶୂନ୍ୟ ଟାରିଫରେ ବ୍ୟବସାୟ କରିବାକୁ ପ୍ରସ୍ତାବ ଦେଇଛି ବୋଲି ଟ୍ରମ୍ପ୍  କହିଛନ୍ତି। ସେ କହିଛନ୍ତି "ଭାରତରେ ସାମଗ୍ରୀ ବିକ୍ରି କରିବା ବହୁତ କଷ୍ଟକର। ଭାରତ ଆମକୁ ଏକ ଚୁକ୍ତି ପ୍ରଦାନ କରିଛି ଯେଉଁଥିରେ ସେମାନେ ପ୍ରକୃତରେ ଆମଠାରୁ କୌଣସି ଶୁଳ୍କ ଚାହୁଁ ନାହାନ୍ତି।" 

ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୯ ତାରିଖରେ ବିଭିନ୍ନ ଦେଶ ଉପରେ ୯୦ ଦିନ ପାଇଁ ପାଲଟା ଶୁଳ୍କ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ। ଏହି ଅବଧି ସରିବା ପୂର୍ବରୁ ଭାରତ ଆମେରିକା ସହିତ ବାଣିଜ୍ୟିକ ଚୁକ୍ତି କରିବାରେ ଲାଗିପଡ଼ିଛି। ଆମେରିକା ରାଷ୍ଟ୍ରପତି ତାଙ୍କର "ମୁକ୍ତି ଦିବସ" ଘୋଷଣାର ଅଂଶ ସ୍ୱରୂପ ଭାରତୀୟ ସାମଗ୍ରୀ ଉପରେ ୨୬ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଯାହାକୁ ନେଇ ଭାରତ ଡିଲ୍ କରିବାକୁ ଅଧିକ ଗୁରୁତ୍ୱ ଦେଉଛି। 

ପଢ଼ନ୍ତୁ- ଭାରତରେ ଆଇଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ଉପରେ ଟ୍ରମ୍ପଙ୍କ ଆପତ୍ତି, ଆପଲ୍ ସିଇଓଙ୍କୁ ଦେଲେ ଚେତାବନୀ

ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ ଗସ୍ତ ପରେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିଥିଲା। ଉଭୟ ଦେଶ ଶରତ ଋତୁ ସୁଦ୍ଧା ଚୁକ୍ତିର ପ୍ରଥମ ପର୍ଯ୍ୟାୟ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ। ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଆଲୋଚନାକୁ ତ୍ୱରାନ୍ୱିତ କରିବା ପାଇଁ ମେ ୧୭ ରୁ ୨୦ ମଧ୍ୟରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଭାରତ ଷ୍ଟିଲ୍ ଏବଂ ଆଲୁମିନିୟମ୍ ଉପରେ ଆମେରିକା ଉପରେ ଯେଶାକୁ ତେଶା ନୀତିରେ ଶୁଳ୍କ ଲଗାଇବା ପରେ ଦାବି କରି ଆସୁଛି। ତେଣୁ ଏହି କଥାକୁ ଘୋଡାଇବାକୁ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଥାଇପାରନ୍ତି ବୋଲି କହିଛନ୍ତି। ସୂଚନା ଥାଉକି ଆମେରିକା ଭାରତର ଶ୍ରେଷ୍ଠ ବାଣିଜ୍ୟିକ ଅଂଶୀଦାର ଭାବରେ ରହିଛି। ୨୦୨୪ ରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୨୯ ବିଲିୟନ ଆମେରିକୀୟ ଡଲାର ଛୁଇଁଥିଲା। ଆମେରିକା ସହିତ ବ୍ୟବସାୟ କରି ଭାରତ ଲାଭବାନ ହେଉଛି। ଭାରତ ବର୍ତ୍ତମାନ ୪୫.୭ ବିଲିୟନ ଆମେରିକୀୟ ଡଲାରର ଟ୍ରେଡ୍ ସର୍‌ପ୍ଲସ୍‌ ପାଉଛି।