ଗୁଜରାଟ୍ ଟାଇଟନ୍ସର ଐତିହାସିକ ବିଜୟ; ବିନା କୌଣସି ଓ୍ବିକେଟ୍ ହରାଇ ୨୦୦ ରନ୍ ଚେଜ୍
ନୂଆଦିଲ୍ଲୀ: ଆଇପିଏଲରେ ଇତିହାସ ରଚିଲା ଗୁଜରାଟ୍ ଟାଇଟନ୍ସ । ୧୦ ଓ୍ବିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଅଧିନାୟକ ଶୁବମନ ଗିଲ୍ ଓ ସାଇ ସୁଦର୍ଶନଙ୍କ ବିସ୍ଫୋରକ ଇନିଂସ ପାଇଁ ଏହା ସମ୍ଭବ ହୋଇଛି । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଗୁଜରାଟକୁ ୨୦୦ରନ୍ ଟାର୍ଗେଟ୍ ଦେଇଥିଲା । ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିଲେ ଦୁଇ ଓପନର ଗିଲ୍ ଓ ସାଇ ସୁଦର୍ଶନ । ଆରମ୍ଭରୁ କ୍ୟାପିଟାଲ୍ସ ବୋଲରଙ୍କ ଉପରେ ନିର୍ଦ୍ଧମୁ ପ୍ରହାର କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ କୌଣସି ଓ୍ବିକେଟ୍ ନହରାଇ, ଦୁଇ ଖେଳାଳି ଅପରାଜିତ ରହି ବିଶାଳ ଲକ୍ଷ୍ୟକୁ ୧୯ ଓଭରରେ ହାସଲ କରିନେଇଥିଲେ । ଫଳରେ କେଏଲ ରାହୁଲଙ୍କ ଶତକୀୟ ଇନିଂସ ବେକାର ହୋଇଛି । ଏହି ବିଜୟ ସହ ଗୁଜରାଟ୍ ଟାଇଟନ୍ସ ଟେବୁଲ୍ ଟପକୁ ଉଠିବା ସହିତ ପ୍ଲେ-ଅପ୍ରେ ପ୍ରବେଶ କରିଛି । ଅନ୍ୟପଟେ ଗୁଜରାଟ୍ରେ ଏହି ଜିତ୍ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ୍ ପ୍ଲେ-ଅପ୍କୁ କ୍ବାଲିଫାଏ କରିଛି । ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ଅପରାଜିତ ୧୦୮ ରନ୍ କରିଥିବା ବେଳେ ଶୁବମନ ଗିଲ୍ ୯୩ ରନ୍ ସଂଗ୍ରହ କରିଛନ୍ତି ।