ମୁଥୁଟ ଫାଇନାନ୍ସର ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର
ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମୁଥୁଟ ଗ୍ରୁପର ପ୍ରମୁଖ କମ୍ପାନୀ ‘ମୁଥୁଟ ଫାଇନାନ୍ସ’ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ମୁଥୁଟ ସ୍ମାର୍ଟ ଅଙ୍ଗନଓ୍ବାଡି ସେଣ୍ଟର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ହରିୟାଣାର ରଓ୍ବୋରୀସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘଟାଲ ମହାନିବାସଠାରେ ଏହି ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଥୁଟ ଗ୍ରୁପର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡର ଜର୍ଜ ମୁଥୁଟ ସମ୍ମାନିତ ଅତିଥି ଭାବେ ଯୋଗ […] The post ମୁଥୁଟ ଫାଇନାନ୍ସର ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମୁଥୁଟ ଗ୍ରୁପର ପ୍ରମୁଖ କମ୍ପାନୀ ‘ମୁଥୁଟ ଫାଇନାନ୍ସ’ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ମୁଥୁଟ ସ୍ମାର୍ଟ ଅଙ୍ଗନଓ୍ବାଡି ସେଣ୍ଟର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ହରିୟାଣାର ରଓ୍ବୋରୀସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘଟାଲ ମହାନିବାସଠାରେ ଏହି ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଥୁଟ ଗ୍ରୁପର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡର ଜର୍ଜ ମୁଥୁଟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିପିଓ (ଆଇସିଡିସି) ଶାଲୁ ଯାଦବଙ୍କ ସମେତ ମୁଥୁଟ, ଆଇସିଡିସି, ସ୍କୁଲ ଏବଂ ଅଙ୍ଗନଓ୍ବାଡି କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମୁଥୁଟ ଗ୍ରୁପର କର୍ପୋରେଟ ସୋସିଆଲ ରେସପନି୍ସବିଲିଟି ବା ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଏହି ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ରର ନବୀକରଣ ସହିତ ଅତ୍ୟାବଶ୍ୟକ ପାଠ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ମଧ୍ୟ ମୁଥୁଟ ପକ୍ଷରୁ ଯୋଗାଇ ଦିଆଯାଇଥିଲା।
ଏ ସମ୍ପର୍କରେ ମୁଥୁଟ ଗ୍ରୁପର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡର ଜର୍ଜ ମୁଥୁଟ କହିଥିଲେ, ଆମେ ଆମର କାର୍ଯ୍ୟ ପରିସର ଅଞ୍ଚଳ ମଧ୍ୟରେ ସାମଗ୍ରିକ ବିକାଶ ସହିତ ସଶକ୍ତୀକରଣକୁ ମଧ୍ୟ ଗୁରୁତ୍ୱ ଦେଉଛି। ବିଶେଷ କରି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସାଙ୍ଗକୁ ସଚେତନତା ଶିବିରର ଆୟୋଜନ କରି ସମାଜର ହିତ ସାଧନ ପାଇଁ ଆବଶ୍ୟକ ପ୍ରୟାସ କରିଆସୁଛୁ।
The post ମୁଥୁଟ ଫାଇନାନ୍ସର ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର appeared first on Dharitri Odia News.