ଏଲଏସି ପାର ହେଲେ ଭାରତୀୟ ମେଷପାଳକ: ଚାଇନା ସୈନିକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଲା, ଭିଡ଼ିଓ ଭାଇରାଲ…

ଲଦାଖ,୩୦।୧ : ଭାରତୀୟ ମେଷପାଳକମାନଙ୍କ ଏଲଏସି ପାର ହେବା ମାମଲା ସାମ୍ନାକୁ ଆସିବା ପରେ ଏହା ସମଗ୍ର ଦେଶରେ ଆଲୋଚନା ହେଉଛି। ପ୍ରକୃତରେ ଏହି ମେଷପାଳକମାନେ ବୁଲିବା ସମୟରେ ଏଲଏସି ଅତିକ୍ରମ କରିଥିଲେ। ଏନେଇ ଚାଇନାର ସୈନିକମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ସେମାନେ ମେଷପାଳକଙ୍କୁ ଅଟକାଇ ସେମାନଙ୍କୁ ଫେରିବାକୁ କହିଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତୀୟ ସେନା କହିଛି ଆମର ମେଷପାଳକମାନେ ଅନ୍ୟ ପାର୍ଶ୍ୱକୁ ଯାଇଛନ୍ତି। ତଥାପି, […] The post ଏଲଏସି ପାର ହେଲେ ଭାରତୀୟ ମେଷପାଳକ: ଚାଇନା ସୈନିକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଲା, ଭିଡ଼ିଓ ଭାଇରାଲ… appeared first on Dharitri Odia News.

ଏଲଏସି ପାର ହେଲେ ଭାରତୀୟ ମେଷପାଳକ: ଚାଇନା ସୈନିକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଲା, ଭିଡ଼ିଓ ଭାଇରାଲ…

ଲଦାଖ,୩୦।୧ : ଭାରତୀୟ ମେଷପାଳକମାନଙ୍କ ଏଲଏସି ପାର ହେବା ମାମଲା ସାମ୍ନାକୁ ଆସିବା ପରେ ଏହା ସମଗ୍ର ଦେଶରେ ଆଲୋଚନା ହେଉଛି। ପ୍ରକୃତରେ ଏହି ମେଷପାଳକମାନେ ବୁଲିବା ସମୟରେ ଏଲଏସି ଅତିକ୍ରମ କରିଥିଲେ। ଏନେଇ ଚାଇନାର ସୈନିକମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ସେମାନେ ମେଷପାଳକଙ୍କୁ ଅଟକାଇ ସେମାନଙ୍କୁ ଫେରିବାକୁ କହିଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏହି ପ୍ରସଙ୍ଗରେ ଭାରତୀୟ ସେନା କହିଛି ଆମର ମେଷପାଳକମାନେ ଅନ୍ୟ ପାର୍ଶ୍ୱକୁ ଯାଇଛନ୍ତି। ତଥାପି, ସେମାନେ କୌଣସି କ୍ଷୟକ୍ଷତି ବିନା ଫେରି ଆସିଥିଲେ। ଚାଇନା ସୈନିକ ଏବଂ ମେଷପାଳକଙ୍କ ମଧ୍ୟରେ କୌଣସି ସଂଘର୍ଷ ଘଟି ନ ଥିଲା। ଏହି ଭିଡିଓ ଜାନୁଆରୀ ୨ ବୋଲି କୁହାଯାଉଛି।

ସ୍ଥାନୀୟ ମେଷପାଳକମାନେ ଭାରତୀୟ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ଅନୁମତିକ୍ରମେ ପାରମ୍ପାରିକ ଚାରଣ ଅଞ୍ଚଳରେ ଚରିବା କାର୍ଯ୍ୟ କରିବାକୁ ସକ୍ଷମ ହେଉଛନ୍ତି।

 

The post ଏଲଏସି ପାର ହେଲେ ଭାରତୀୟ ମେଷପାଳକ: ଚାଇନା ସୈନିକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଲା, ଭିଡ଼ିଓ ଭାଇରାଲ… appeared first on Dharitri Odia News.