ଏଲନ ମସ୍କଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ପଛକୁ ହଟିଲେ ପୁଟିନଙ୍କୁ କରାଯିବ ହତ୍ୟା

କାଲିଫର୍ନିଆ,୧୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ବର୍ତ୍ତମାନ ପ୍ରାୟ ଦୁଇ ବର୍ଷ ବିତିଗଲାଣି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟରେ ହୋଇଥିବା ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି, ରୁଷିଆ ୟୁକ୍ରେନ ଯୁଦ୍ଧରୁ ଆଉ ପଛକୁ ଫେରିପାରିବ ନାହିଁ। ନିକଟରେ ଟେସଲା ଏବଂ ସ୍ପେସ ଏକ୍ସ ପରି କମ୍ପାନୀର ମାଲିକ ଏଲନ ମସ୍କ ମଧ୍ୟ ଆମେରିକାର ସିନେଟରଙ୍କ ସାମ୍ନାରେ ସମାନ କଥା କହିଛନ୍ତି। ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ହାରିବାର କୌଣସି ସମ୍ଭାବନା […] The post ଏଲନ ମସ୍କଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ପଛକୁ ହଟିଲେ ପୁଟିନଙ୍କୁ କରାଯିବ ହତ୍ୟା appeared first on Dharitri Odia News.

ଏଲନ ମସ୍କଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ପଛକୁ ହଟିଲେ ପୁଟିନଙ୍କୁ କରାଯିବ ହତ୍ୟା

କାଲିଫର୍ନିଆ,୧୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ବର୍ତ୍ତମାନ ପ୍ରାୟ ଦୁଇ ବର୍ଷ ବିତିଗଲାଣି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟରେ ହୋଇଥିବା ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି, ରୁଷିଆ ୟୁକ୍ରେନ ଯୁଦ୍ଧରୁ ଆଉ ପଛକୁ ଫେରିପାରିବ ନାହିଁ। ନିକଟରେ ଟେସଲା ଏବଂ ସ୍ପେସ ଏକ୍ସ ପରି କମ୍ପାନୀର ମାଲିକ ଏଲନ ମସ୍କ ମଧ୍ୟ ଆମେରିକାର ସିନେଟରଙ୍କ ସାମ୍ନାରେ ସମାନ କଥା କହିଛନ୍ତି। ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ହାରିବାର କୌଣସି ସମ୍ଭାବନା ନାହିଁ। ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସ୍ପେସରେ ଏହି ଦାବି କରିଛନ୍ତି। ତାଙ୍କ ସହ କିଛି ସିନେଟର ମଧ୍ୟ ଏଥିରେ ସାମିଲ ହୋଇଥିଲେ, ଯେଉଁମାନେ ରୁଷିଆ ବିରୋଧରେ ୟୁକ୍ରେନକୁ ଆର୍ଥିକ ସହାୟତା ଯୋଗାଇଦେବା ନିଷ୍ପତ୍ତି ଠିକ ନା ଭୁଲ ତାହା ଉପରେ ଆଲୋଚନା କରୁଥିଲେ।
ଏହି ଆଲୋଚନାରେ ଭାଗ ନେଇଥିବା ସିନେଟରମାନେ ବିବେକ ରାମସ୍ବାମୀ ଏବଂ କ୍ରାଫ୍ଟ ଭେଞ୍ଚର୍ସ ସହ-ପ୍ରତିଷ୍ଠାତା ଡେଭିଡ ସାକ୍ସଙ୍କ ବ୍ୟତୀତ ୱିସକନ୍ସିନର ରୋନ ଜନସନ, ଓହିଓର ଜେଡି ଭାନ୍ସ, ଉଟାହର ମାଇକ ଲି ସାମିଲ ଥିଲେ।
ମସ୍କ କହିଛନ୍ତି, ୟୁକ୍ରେନରେ ଯୁଦ୍ଧ ଜାରି ରଖିବା ପାଇଁ ପୁଟିନ ବହୁତ ଚାପରେ ଅଛନ୍ତି। ଯଦି ଯୁଦ୍ଧରେ ସେ ପଛକୁ ହଟନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ। ଅନେକ ଲୋକ ତାଙ୍କୁ ପୁଟିନଙ୍କ ସମର୍ଥନରେ ବିବୃତ୍ତି ଦେଉଛନ୍ତି ବୋଲି ଭାବନ୍ତି, କିନ୍ତୁ ତାହା ନୁହେଁ। ରୁଷିଆକୁ ପଛକୁ ଠେଲିବା ପାଇଁ ତାଙ୍କ କମ୍ପାନୀ ଯେତିକି କରିଛି, ଅନ୍ୟ କୌଣସି କମ୍ପାନୀ କରିନାହାନ୍ତି।

The post ଏଲନ ମସ୍କଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ପଛକୁ ହଟିଲେ ପୁଟିନଙ୍କୁ କରାଯିବ ହତ୍ୟା appeared first on Dharitri Odia News.