ବାରାଣସୀ ରେଳଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲା ୨୦୦ ଗାଡ଼ି
ବାରାଣସୀ,୩୦ା୧୧: ଉତ୍ତରପ୍ରଦେଶର ବାରାଣସୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେଶନରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗାଡ଼ି ପାର୍କିଂ ସ୍ଥାନରେ ନିଆଁ ଲାଗିବାରୁ ଅନୂ୍ୟନ ୨୦୦ ଦୁଇଚକିଆ ଯାନ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ଓ ପୋଲିସ ନିଆଁକୁ ଆୟତ୍ତ କରିଥିଲେ। ନିଆଁଲିଭା କାର୍ଯ୍ୟରେ ୧୨ଟି ଅଗ୍ନିଶମ ଗାଡ଼ିକୁ ନିୟୋଜିତ କରାଯାଇଥିଲା। ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ (ଜିଆର୍ପି), ରେଲଓ୍ବେ ପ୍ରୋଟେକ୍ସନ ଫୋସ୍ (ଆର୍ପିଏଫ୍) ଏବଂ ସ୍ଥାନୀୟ ପୋଲିସ ଟିମ୍ ନିଆଁ ଲିଭାଇବାରେ ସହାୟତା କରିଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି। […] The post ବାରାଣସୀ ରେଳଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲା ୨୦୦ ଗାଡ଼ି appeared first on Dharitri Odia News.
ବାରାଣସୀ,୩୦ା୧୧: ଉତ୍ତରପ୍ରଦେଶର ବାରାଣସୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେଶନରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗାଡ଼ି ପାର୍କିଂ ସ୍ଥାନରେ ନିଆଁ ଲାଗିବାରୁ ଅନୂ୍ୟନ ୨୦୦ ଦୁଇଚକିଆ ଯାନ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ଓ ପୋଲିସ ନିଆଁକୁ ଆୟତ୍ତ କରିଥିଲେ। ନିଆଁଲିଭା କାର୍ଯ୍ୟରେ ୧୨ଟି ଅଗ୍ନିଶମ ଗାଡ଼ିକୁ ନିୟୋଜିତ କରାଯାଇଥିଲା।
ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ (ଜିଆର୍ପି), ରେଲଓ୍ବେ ପ୍ରୋଟେକ୍ସନ ଫୋସ୍ (ଆର୍ପିଏଫ୍) ଏବଂ ସ୍ଥାନୀୟ ପୋଲିସ ଟିମ୍ ନିଆଁ ଲିଭାଇବାରେ ସହାୟତା କରିଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଛି। ସେଠାରେ ଥିବା କେତେକ ସାଇକେଲ ମଧ୍ୟ ଜଳିଯାଇଛି। ଜଳିଯାଇଥିବା ଅଧିକାଂଶ ବାଇକ୍ ରେଲଓ୍ବେ କର୍ମଚାରୀଙ୍କର ବୋଲି ସୂଚନା ମିଳିଛି।
The post ବାରାଣସୀ ରେଳଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲା ୨୦୦ ଗାଡ଼ି appeared first on Dharitri Odia News.