ହୋଇଗଲା ଫାଇନାଲ! ଏଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ଅରବିନ୍ଦ କେଜରିୱାଲ ନିଜ ବାସଭବନ ପରିବର୍ତ୍ତନ କରିଛନ୍ତି। କେଜରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ ପଡିବ। ତେବେ କେଜରିଓ୍ବାଲଙ୍କ କେଉଁଠି ରହିବେ ଏନେଇ ଚୂଡାନ୍ତ ହୋଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେ ତାଙ୍କ ନୂଆ ଘରକୁ ଯିବେ ବୋଲି ଆଶା କରାଯାଉଛି। କେଜରିଓ୍ବାଲଙ୍କ ନୂଆ ବାସଭବନ ଫେରୋଜଶା ରୋଡରେ ରହିବ। ତେବେ ବଙ୍ଗଳାକୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି। କେଜରିଓ୍ବାଲ […] The post ହୋଇଗଲା ଫାଇନାଲ! ଏଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ appeared first on Dharitri Odia News.

ହୋଇଗଲା ଫାଇନାଲ! ଏଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ଅରବିନ୍ଦ କେଜରିୱାଲ ନିଜ ବାସଭବନ ପରିବର୍ତ୍ତନ କରିଛନ୍ତି। କେଜରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ ପଡିବ। ତେବେ କେଜରିଓ୍ବାଲଙ୍କ କେଉଁଠି ରହିବେ ଏନେଇ ଚୂଡାନ୍ତ ହୋଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେ ତାଙ୍କ ନୂଆ ଘରକୁ ଯିବେ ବୋଲି ଆଶା କରାଯାଉଛି। କେଜରିଓ୍ବାଲଙ୍କ ନୂଆ ବାସଭବନ ଫେରୋଜଶା ରୋଡରେ ରହିବ। ତେବେ ବଙ୍ଗଳାକୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି।

କେଜରିଓ୍ବାଲ ଅନେକ ଥର କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ଦିଲ୍ଲୀରେ ନିଜ ପାଇଁ କୌଣସି ଘର ନିର୍ମାଣ କରିନାହାଁନ୍ତି। ସେ ଏପରି ଏକ ଘର ଚାହୁଁଛନ୍ତି ଯେଉଁଥିରେ କୌଣସି ବିବାଦ ହେବନାହିଁ। ଏଥିସହ ସେ ଚାହୁଁଛନ୍ତି ବିଧାନସଭା ନିକଟରେ ଏକ ଘରେ ରହିବେ ଯାହାଦ୍ୱାରା ସେ ଲୋକଙ୍କ ସହ ଯୋଡି ହୋଇ ରହିପାରିବେ।

The post ହୋଇଗଲା ଫାଇନାଲ! ଏଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ appeared first on Dharitri Odia News.