ଏଲନ ମସ୍କଙ୍କଠାରୁ ଧନୀ ମାର୍କ ଜୁକରବର୍ଗ, ଜାଣନ୍ତୁୁ କେତେ ବଢିଲା ତାଙ୍କ ସମ୍ପତ୍ତି
ନୂଆଦିଲ୍ଲୀ ୦୬/୦୪: ବିଶ୍ୱର ସର୍ବବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି । ପରିସ୍ଥିତି ଏମିତି ହୋଇଛି ଯେ, ସେ ଏଲୋନ୍ ମସ୍କଙ୍କୁ ପଛରେ ପକାଇଦେଇଛନ୍ତି । ଦୁନିଆର ତୃତୀୟ ଧନୀ ବ୍ୟକ୍ତି ବନିଯାଇଛନ୍ତି । ନଭେମ୍ବର ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ମାର୍କ ଜୁକରବର୍ଗ ଏଲନ୍ ମସ୍କକୁ ଅତିକ୍ରମ କରିଛନ୍ତି । ମାର୍କ ଜୁକରବର୍ଗ ଶୁକ୍ରବାର ଏହି ସଫଳତା ହାସଲ କରିଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି (ମାର୍କ ଜୁକରବର୍ଗ ନେଟ୍ ୱର୍ଥ) ଶୁକ୍ରବାର ଦିନ ୫.୬୫ ବିଲିୟନ ଡ଼ଲାରରେ ବୃଦ୍ଧି ପାଇ ୧୮୭ ବିଲିୟନ ଡ଼ଲାରରେ ପହଞ୍ଚିଛି। ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ଚଳିତ ବର୍ଷ ୫୮.୯ ବିଲିୟନ ଡ଼ଲାର ବୃଦ୍ଧି ପାଇଛି । ଶୁକ୍ରବାର ଦିନ, ମେଟା ସେୟାର ରେକର୍ଡ ସ୍ତରରେ ପହଞ୍ଚିଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜୁକରବର୍ଗଙ୍କ ସମ୍ପତ୍ତି ୧୮୭ ବିଲିୟନ ଡଲାର ଅଟେ । ଯେତେବେଳେ କି ଏଲୋନ୍ ମସ୍କର ମୋଟ ସମ୍ପତ୍ତି ୧୮୧ ବିଲିୟନ ଡ଼ଲାରରେ ପହଞ୍ଚିଛି ଏବଂ ସେ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ଅଟନ୍ତି । ଏଲନ୍ ମସ୍କ ଚଳିତ ବର୍ଷ ୪୮.୪ ବିଲିୟନ ଡ଼ଲାର କ୍ଷତି ହୋଇଛି । ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ମାର୍କ ଜୁକରବର୍ଗ ଏଲୋନ୍ ମସ୍କଠାରୁ ଆଗରେ ରହିଛନ୍ତି । ଏଲୋନ୍ ମସ୍କ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଚଳିତ ବର୍ଷ ସର୍ବାଧିକ ଧନ
ନୂଆଦିଲ୍ଲୀ ୦୬/୦୪: ବିଶ୍ୱର ସର୍ବବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି । ପରିସ୍ଥିତି ଏମିତି ହୋଇଛି ଯେ, ସେ ଏଲୋନ୍ ମସ୍କଙ୍କୁ ପଛରେ ପକାଇଦେଇଛନ୍ତି । ଦୁନିଆର ତୃତୀୟ ଧନୀ ବ୍ୟକ୍ତି ବନିଯାଇଛନ୍ତି । ନଭେମ୍ବର ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ମାର୍କ ଜୁକରବର୍ଗ ଏଲନ୍ ମସ୍କକୁ ଅତିକ୍ରମ କରିଛନ୍ତି ।
ମାର୍କ ଜୁକରବର୍ଗ ଶୁକ୍ରବାର ଏହି ସଫଳତା ହାସଲ କରିଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି (ମାର୍କ ଜୁକରବର୍ଗ ନେଟ୍ ୱର୍ଥ) ଶୁକ୍ରବାର ଦିନ ୫.୬୫ ବିଲିୟନ ଡ଼ଲାରରେ ବୃଦ୍ଧି ପାଇ ୧୮୭ ବିଲିୟନ ଡ଼ଲାରରେ ପହଞ୍ଚିଛି। ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ଚଳିତ ବର୍ଷ ୫୮.୯ ବିଲିୟନ ଡ଼ଲାର ବୃଦ୍ଧି ପାଇଛି ।
ଶୁକ୍ରବାର ଦିନ, ମେଟା ସେୟାର ରେକର୍ଡ ସ୍ତରରେ ପହଞ୍ଚିଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜୁକରବର୍ଗଙ୍କ ସମ୍ପତ୍ତି ୧୮୭ ବିଲିୟନ ଡଲାର ଅଟେ । ଯେତେବେଳେ କି ଏଲୋନ୍ ମସ୍କର ମୋଟ ସମ୍ପତ୍ତି ୧୮୧ ବିଲିୟନ ଡ଼ଲାରରେ ପହଞ୍ଚିଛି ଏବଂ ସେ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ଅଟନ୍ତି । ଏଲନ୍ ମସ୍କ ଚଳିତ ବର୍ଷ ୪୮.୪ ବିଲିୟନ ଡ଼ଲାର କ୍ଷତି ହୋଇଛି ।
ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ମାର୍କ ଜୁକରବର୍ଗ ଏଲୋନ୍ ମସ୍କଠାରୁ ଆଗରେ ରହିଛନ୍ତି । ଏଲୋନ୍ ମସ୍କ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଚଳିତ ବର୍ଷ ସର୍ବାଧିକ ଧନ ହରାଇଥିବାବେଳେ ମାର୍କ ଜୁକରବର୍ଗ ବିଲିୟନେୟାର ହୋଇଛନ୍ତି ଯିଏ ଚଳିତ ବର୍ଷ ସର୍ବାଧିକ ଧନ ଅର୍ଜନ କରିଛନ୍ତି । ଜୁକରବର୍ଗ ନଭେମ୍ବର ୧୬, ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ଏଲୋନ୍ ମସ୍କଙ୍କୁ ପଛରେ ପକାଇଛନ୍ତି । ସେହି ସମୟରେ ତାଙ୍କର ନିଟ୍ ମୂଲ୍ୟ ୧୦୫.୬ ବିଲିୟନ ଡ଼ଲାର୍ ହୋଇଥିବାବେଳେ ଏଲୋନ୍ ମସ୍କଙ୍କ ନିଟ୍ ମୂଲ୍ୟ ୧୦୨.୧ ବିଲିୟନ ଡ଼ଲାର୍ ଥିଲା ।
ଏହି ବର୍ଷ ମଧ୍ୟରେ ଏଲୋନ୍ ମସ୍କର ସମ୍ପତ୍ତି ହ୍ରାସ ହେବାର ମୁଖ୍ୟ କାରଣ ହେଉଛି ଟେସଲାର ସେୟାର । ୨୦୨୪ ମସିହାରେ ଟେସଲା ସେୟାର ୩୪ ପ୍ରତିଶତ ହ୍ରାସ ପାଇଛି। ଏହି ସେୟାରଗୁଡିକ S&P ୫୦୦ ସୂଚକାଙ୍କରେ ସବୁଠାରୁ ଖରାପ ପ୍ରଦର୍ଶନକାରୀ ଅଂଶ ହୋଇଛି । ଇଲେକ୍ଟ୍ରିକ୍ ଯାନର ଚାହିଦା ହ୍ରାସ, ଚାଇନାରେ ଚ୍ୟାଲେଞ୍ଜ ଏବଂ ଜର୍ମାନୀରେ ଉତ୍ପାଦନ ସମସ୍ୟା ଯୋଗୁଁ କମ୍ପାନୀର ସେୟାର ହ୍ରାସ ଘଟିଛି।