ଏଲନ ମସ୍କଙ୍କୁ ଝଟ୍‌କା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରାଜିଲରେ ‘ଏକ୍ସ’ ବ୍ୟାନ୍‌

ନୂଆଦିଲ୍ଲୀ: ଜଣେ ଆଇନ ଅଧିକାରୀ ନିଯୁକ୍ତ କରିବାକୁ ଏଲନ୍ ମସ୍କ ମନା କରିବା ପରେ ଟ୍ୱିଟରକୁ ବ୍ୟାନ କରିବା ନିର୍ଦ୍ଦେଶ ଦେଇଛନ୍ତି ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆଲେକ୍ସଜାଣ୍ଡର ଦେ ମୋରେସ୍ । ପୂର୍ବରୁ ଆଇନ ଅଧିକାରୀଙ୍କୁ ଜେଲରେ ରଖିବାକୁ ଧମକ ମିଳିବା ପରେ ପୂର୍ବରୁ X ଅଗଷ୍ଟ ୧୭ ରେ ଏହାର କାର୍ଯ୍ୟାଳୟ ବନ୍ଦ କରିଦେଇଥିଲା। ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏକ୍ସ କମ୍ପାନୀ ଜଷ୍ଟିସ୍ ଡି ମୋରିସଙ୍କ ସହ ଅନେକ ମାସ ଧରି କୋର୍ଟଙ୍କ ଆଦେଶ ପାଳନ ନକରିବାରୁ ବିବାଦ ଲାଗି ରହିଥିଲା। ଏହି ବିବାଦ ସେହି ଅଧିକାରୀମାନଙ୍କୁ ହଟାଇବା ଥିଲା ଯେଉଁମାନେ ଦେଶ ହିଂସା ଉପୁଜିବା ପରି ଖବର ଏବଂ ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ବିଷୟବସ୍ତୁ ପ୍ରଚାର କରୁଥିଲେ। ବ୍ରାଜିଲର ସର୍ବୋଚ୍ଚ ଫେଡେରାଲ କୋର୍ଟ (STF) ଶୁକ୍ରବାର ଏହାକୁ ପାଳନ ନକରିବାରୁ X ଉପରେ 18 ନିୟୁତ ରିୟାଲ (ପ୍ରାୟ 3.2 ନିୟୁତ ଡଲାର) ଜରିମାନା କରିଛନ୍ତି।ଫେଡେରାଲ କୋର୍ଟର ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛନ୍ତି ବିଚାରପତି। କହିଛନ୍ତି ଯେ କମ୍ପାନୀ ବାରମ୍ବାର ଏବଂ ଜାଣିଶୁଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛି ଏବଂ ଜରିମାନା ଦେବାକୁ ମଧ୍ୟ ପ୍ରସ୍ତୁତ ନୁହେଁ। 2024 ନିର୍ବାଚନରେ ବ୍ରାଜିଲର ଆଇନ ବ୍ୟବସ୍ଥାକୁ ସୀମା ପାର କରିଥିବା ଅଭିଯୋଗ ହୋଇଥିଲା।

ଏଲନ ମସ୍କଙ୍କୁ ଝଟ୍‌କା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରାଜିଲରେ ‘ଏକ୍ସ’ ବ୍ୟାନ୍‌

ନୂଆଦିଲ୍ଲୀ: ଜଣେ ଆଇନ ଅଧିକାରୀ ନିଯୁକ୍ତ କରିବାକୁ ଏଲନ୍ ମସ୍କ ମନା କରିବା ପରେ ଟ୍ୱିଟରକୁ ବ୍ୟାନ କରିବା ନିର୍ଦ୍ଦେଶ ଦେଇଛନ୍ତି ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆଲେକ୍ସଜାଣ୍ଡର ଦେ ମୋରେସ୍ । ପୂର୍ବରୁ ଆଇନ ଅଧିକାରୀଙ୍କୁ ଜେଲରେ ରଖିବାକୁ ଧମକ ମିଳିବା ପରେ ପୂର୍ବରୁ X ଅଗଷ୍ଟ ୧୭ ରେ ଏହାର କାର୍ଯ୍ୟାଳୟ ବନ୍ଦ କରିଦେଇଥିଲା। 

ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏକ୍ସ କମ୍ପାନୀ ଜଷ୍ଟିସ୍ ଡି ମୋରିସଙ୍କ ସହ ଅନେକ ମାସ ଧରି କୋର୍ଟଙ୍କ ଆଦେଶ ପାଳନ ନକରିବାରୁ ବିବାଦ ଲାଗି ରହିଥିଲା। ଏହି ବିବାଦ ସେହି ଅଧିକାରୀମାନଙ୍କୁ ହଟାଇବା ଥିଲା ଯେଉଁମାନେ ଦେଶ ହିଂସା ଉପୁଜିବା ପରି ଖବର ଏବଂ ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ବିଷୟବସ୍ତୁ ପ୍ରଚାର କରୁଥିଲେ। 

ବ୍ରାଜିଲର ସର୍ବୋଚ୍ଚ ଫେଡେରାଲ କୋର୍ଟ (STF) ଶୁକ୍ରବାର ଏହାକୁ ପାଳନ ନକରିବାରୁ X ଉପରେ 18 ନିୟୁତ ରିୟାଲ (ପ୍ରାୟ 3.2 ନିୟୁତ ଡଲାର) ଜରିମାନା କରିଛନ୍ତି।

ଫେଡେରାଲ କୋର୍ଟର ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛନ୍ତି ବିଚାରପତି। କହିଛନ୍ତି ଯେ କମ୍ପାନୀ ବାରମ୍ବାର ଏବଂ ଜାଣିଶୁଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛି ଏବଂ ଜରିମାନା ଦେବାକୁ ମଧ୍ୟ ପ୍ରସ୍ତୁତ ନୁହେଁ। 2024 ନିର୍ବାଚନରେ ବ୍ରାଜିଲର ଆଇନ ବ୍ୟବସ୍ଥାକୁ ସୀମା ପାର କରିଥିବା ଅଭିଯୋଗ ହୋଇଥିଲା।