ପ୍ରତିଟି ଭୋଟ ମୂଲ୍ୟବାନ; ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ
ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ। ଅନ୍ୟ କୌଣସି କାମ ନୁହେଁ, ବରଂ କେବଳ ଭୋଟ୍ ଦେବାକୁ ଆସିଛନ୍ତି ଏହି ପରିବାର। ଦେଶ ପାଇଁ ଖଣ୍ଡିଏ ଭୋଟର ମୂଲ୍ୟ କେତେ ଯେ, ମୂଲ୍ୟବାନ ଏମାନେ ଠିକ୍ ଜାଣିଛନ୍ତି।
ଗଣତନ୍ତ୍ର ପାଇଁ ପ୍ରତ୍ୟେକଟି ଭୋଟ୍ ମୂଲ୍ୟବାନ। ଏକଥା ତ ଗଣମାଧ୍ୟମରେ ବାରମ୍ବାର ପ୍ରଚାର ପ୍ରସାର କରାଯାଉଛି। ଭୋଟ୍ ଦେବାକୁ ସରକାରଙ୍କ ପକ୍ଷରୁ ଅପିଲ୍ ମଧ୍ୟ ହେଉଛି। ତଥାପି ଏହି ମହାନ ପର୍ବରେ ସାମିଲ ହେଉନାହାନ୍ତି ଅନେକ ଲୋକ। ହେଲେ ଏପରି ସମୟରେ ଜଣେ ଦମ୍ପତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ। ଅନ୍ୟ କୌଣସି କାମ ନୁହେଁ, ବରଂ କେବଳ ଭୋଟ୍ ଦେବାକୁ ଆସିଛନ୍ତି ଏହି ପରିବାର। ଦେଶ ପାଇଁ ଖଣ୍ଡିଏ ଭୋଟର ମୂଲ୍ୟ କେତେ ଯେ, ମୂଲ୍ୟବାନ ଏମାନେ ଠିକ୍ ଜାଣିଛନ୍ତି। ଏପରି ଏକ ଘଟଣା ବିହାରର ହାଜିପୁରରୁ ଆସିଛି। ଦେଶ ପାଇଁ ମତଦାନର ଗୁରୁତ୍ୱ କେତେ ଯେ ରହିଛି ଏମାନେ କହିଛନ୍ତି।
କାଲିଫର୍ଣ୍ଣିଆରୁ ଆସିଥିବା ଆଶୁତୋଷ ହେଉଛନ୍ତି ଜଣେ ସଫ୍ଟୱେୟାର ଇଞ୍ଜିନିୟର। ସେ ତାଙ୍କ ପରିବାର ସହିତ କାଲିଫର୍ନିଆର ଲସ୍ ଆଞ୍ଜେଲସରେ ରୁହନ୍ତି। ଦମ୍ପତ୍ତିଙ୍କ କହିବା ଅନୁସାରେ, ଦେଶ ପାଇଁ ମତଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ଲୋକମାନେ ଭୋଟ୍ ଦେଇ ସରକାର ଗଢ଼ନ୍ତି। ଗଣତନ୍ତ୍ରକୁ ମଜଭୁତ କରନ୍ତି। ସମସ୍ତେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବା ଉଚିତ୍। ଯୁବପିଢ଼ି ହୁଅନ୍ତୁ କି ବୟସ୍କ ସମସ୍ତେ ଭୋଟ ଦିଅନ୍ତୁ। ନୂତନ ସରକାର ଗଢ଼ିବାରେ ନିଜର କର୍ତ୍ତବ୍ୟ ତୁଲାନ୍ତୁ।
ଦମ୍ପତିଙ୍କ ଏହି ମହାନ ଚିନ୍ତାଧାରା ଆଜି ତାଙ୍କୁ ଚର୍ଚ୍ଚାରେ ରଖିଛି। ଆମ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ଆମ ପାଇଁ କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ଆମକୁ ଶିଖାଇ ଦେଇଛନ୍ତି ଏହି ଦମ୍ପତ୍ତି।