ଏଲ୍‌ଏସିରେ ଅସ୍ବାଭାବିକ ସ୍ଥିତି: ମାନିଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୨ା୧୦(ପି.ଟି.)”ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ସ୍ବାଭାବିକ ନ ଥବା ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର କହିଛନ୍ତି। ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ମୁହଁାମୁହିଁ ସ୍ଥିତି ଲାଗି ରହିବା ପରେ ଉକ୍ତ ଅଞ୍ଚଳ ଏବେ ବି ସମ୍ବେଦନଶୀଳ ରହିଛି। ଉଭୟ ପକ୍ଷ ମଧ୍ୟରେ କୂଟନୈତିକ ଆଲୋଚନାରୁ ସକାରାତ୍ମକ ସଙ୍କେତ ମିଳୁଥିଲେ ମଧ୍ୟ କୌଣସି ଯୋଜନା କାର୍ଯ୍ୟକାରୀ କରିବା ସେଠାର ସାମରିକ କମାଣ୍ଡରମାନଙ୍କ […] The post ଏଲ୍‌ଏସିରେ ଅସ୍ବାଭାବିକ ସ୍ଥିତି: ମାନିଲେ ସେନାମୁଖ୍ୟ appeared first on Dharitri Odia News.

ଏଲ୍‌ଏସିରେ ଅସ୍ବାଭାବିକ ସ୍ଥିତି: ମାନିଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୨ା୧୦(ପି.ଟି.)”ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ସ୍ବାଭାବିକ ନ ଥବା ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର କହିଛନ୍ତି। ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ମୁହଁାମୁହିଁ ସ୍ଥିତି ଲାଗି ରହିବା ପରେ ଉକ୍ତ ଅଞ୍ଚଳ ଏବେ ବି ସମ୍ବେଦନଶୀଳ ରହିଛି। ଉଭୟ ପକ୍ଷ ମଧ୍ୟରେ କୂଟନୈତିକ ଆଲୋଚନାରୁ ସକାରାତ୍ମକ ସଙ୍କେତ ମିଳୁଥିଲେ ମଧ୍ୟ କୌଣସି ଯୋଜନା କାର୍ଯ୍ୟକାରୀ କରିବା ସେଠାର ସାମରିକ କମାଣ୍ଡରମାନଙ୍କ ଉପରେ ନିର୍ଭର କରୁଛି ବୋଲି ଜେନେରାଲ ଦ୍ୱିବେଦୀ ଚାଣକ୍ୟ ଡିଫେନ୍ସ ଡାଇଲଗ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି।
୨୦୨୦ ମେ’ ପ୍ରଥମ ଭାଗରେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। ଏବେ ବି ସେଠାରେ ସ୍ଥିତି ସ୍ବାଭାବିକ ହୋଇନାହିଁ। ୨୦୨୦ ଏପ୍ରିଲ ପୂର୍ବରୁ ସ୍ଥିତି ଯାହା ଥିଲା ତାହା ବଜାୟ ରହିବା ଆମେ ଚାହୁଁଛୁ। ଯଦିଓ ସଂଘର୍ଷ ସ୍ଥଳରୁ ଉଭୟପକ୍ଷ ସେମାନଙ୍କର ଅନେକ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି, ତଥାପି ସୀମା ବିବାଦର ସମ୍ପୂର୍ଣ୍ଣ ସମାଧାନ ଏପର୍ଯ୍ୟନ୍ତ ହାସଲ ହୋଇନାହିଁ। ଉକ୍ତ ଅଞ୍ଚଳ ସମ୍ବେଦନଶୀଳ ରହିଥିବାରୁ ଯେକୌଣସି ପ୍ରକାର ଆକସ୍ମିକତାର ସାମ୍‌ନା କରିବା ପାଇଁ ଆମେ ପୂରା ଦମ୍‌ରେ ପ୍ରସ୍ତୁତ ରହିଛୁ ବୋଲି ସେନାମୁଖ୍ୟ କହିଛନ୍ତି।
ସୂଚନାଯୋଗ୍ୟ, ସୀମା ବିବାଦକୁ ନେଇ ୨୦୨୦ ମେ’ ୫ରେ ଲଦାଖର ବିବାଦୀୟ ପୋଙ୍ଗୋଙ୍ଗ, ତିବ୍ବତ ଏବଂ ସିକିମ୍‌ ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହଁାମୁହିଁ ଓ ଠେଲାପେଲା ହୋଇଥିଲା। ଏଲ୍‌ଏସି ଅନ୍ତର୍ଗତ ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଗଲଓ୍ବାନ ଉପତ୍ୟକାରେ ଭାରତର ରାସ୍ତା ନିର୍ମାଣକୁ ଚାଇନା ସୈନ୍ୟ ଜୋର୍‌ଦାର ବିରୋଧ କରିଥିଲେ। ସେହିବର୍ଷ ଜୁନ୍‌ ୧୫ ରାତିରେ ଆକ୍ରମଣ ଯୋଗୁ ଉଭୟ ପକ୍ଷରୁ ଅନେକେ ସୈନ୍ୟ ମୃତାହତ ହୋଇଥିଲେ। ୪୫ ବର୍ଷ ପରେ ସେପ୍ଟେମ୍ବର ୭ରେ ଏଲ୍‌ଏସିରେ ଗୁଳିମାଡ଼ ହୋଇଥିଲା। ଏଥିପାଇଁ ଉଭୟ ପକ୍ଷ ପରସ୍ପରକୁ ଦୋଷ ଦେଇଥିଲେ।
୨୦୨୦ ଜୁନ୍‌-ଜୁଲାଇରେ ଗଲଓ୍ବାନ୍‌, ହଟ୍‌ ସ୍ପ୍ରିଙ୍ଗ ଏବଂ ଗୋଗ୍ରା ଅଞ୍ଚଳରୁ ଆଂଶିକ ସୈନ୍ୟ ପ୍ରତ୍ୟାହାର ହୋଇଥିବାବେଳେ ୨୦୨୧ ଫେବୃଆରୀରେ ପୋଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହୃତ ହୋଇଥିଲେ। ତେବେ ସୀମାନ୍ତ ସ୍ଥିତିର ସମାଧାନ ପାଇଁ ପର୍ଯ୍ୟାପ୍ତ ଦ୍ୱିପାକ୍ଷିକ ଆଲୋଚନାର ଆବଶ୍ୟକତା ରହିଛି। ଡେପ୍‌ସାଙ୍ଗ ଏବଂ ଡେମ୍‌ଚୋକ୍‌ ବିବାଦ ସମ୍ପର୍କରେ ସେନା ମୁଖ୍ୟ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ଆଲୋଚନା ଜରୁରୀ। ଭାରତୀୟ ସୀମା ନିକଟରେ ଚାଇନା ଅନେକ ଗ୍ରାମ ନିର୍ମାଣ କରିଥିବା ନେଇ ପ୍ରଶ୍ନ ହେବାରୁ ସେନାମୁଖ୍ୟ କହିଥିଲେ, ସ୍ଥିତି ଉପରେ ନଜର ରହିଛି। ସେମାନେ ନିଜ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ କରିଥିବାରୁ କୌଣସି ସମସ୍ୟା ନାହିଁ। ଭାରତ ମଧ୍ୟ ସୀମାରେ ଆଦର୍ଶ ଗ୍ରାମ ନିର୍ମାଣ କରିଥିବା ଜେନେରାଲ ଦ୍ୱିବେଦୀ କହିଛନ୍ତି।

The post ଏଲ୍‌ଏସିରେ ଅସ୍ବାଭାବିକ ସ୍ଥିତି: ମାନିଲେ ସେନାମୁଖ୍ୟ appeared first on Dharitri Odia News.