ନାଗପୁରରୁ ହଟିଲା କର୍ଫ୍ୟୁ, ମାର୍ଚ୍ଚ ୩୦ରେ ଗସ୍ତକରିବେ ପ୍ରଧାନମନ୍ତ୍ରୀ
ନାଗପୁର ୨୩।୩: ନାଗପୁରରେ ହୋଇଥିବା ସାମ୍ପ୍ରଦାୟୀକ ହିଂସାର ୬ ଦିନ ପରେ ରବିବାର ସହରର ସବୁ ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି। ତେବେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ନିମନ୍ତେ କଡ଼ା ନଜର ରଖାଯାଇଛି। ଗୁଡ଼ିପଡୱା ଉତ୍ସବ ପାଇଁ ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନାଗପୁର ଗସ୍ତ କରିବେ। ଏଣୁ ସହରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ। ପ୍ରଧାନମନ୍ତ୍ରୀ ଏହି ଗସ୍ତକାଳରେ ଆରଏସଏସ ମୁଖ୍ୟାଳୟକୁ ଯିବା ସହ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟି ପାରନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଡେବେନ୍ଦ୍ର ଫଡନବୀଶ ଲଗାତାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି। ଗତ ସପ୍ତାହେ ହେଲା ଦଙ୍ଗାକୁ ନେଇ ଅନେକ ଏଫଆଇଆର ରୁଜୁ ହେଲାଣି ଓ ୧୦୦ରୁ ଅଧିକ ଲୋକେ ଗିରଫ ମଧ୍ୟ ହେଲେଣି। ୧୭ ମାର୍ଚ୍ଚ ହିଂସା ପରେ ସହର ପୋଲିସ ମୁଖ୍ୟ ଡା. ରବିନ୍ଦର ସିଂଘଲ କୌତବାଲୀ, ଗଣେଶ ପେଠ, ତହସିଲ, ଲକଡଗଞ୍ଜ, ପଚପାବଲୀ, ଶାନ୍ତିନଗର, ଶକ୍କରଦରା, ନନ୍ଦନବନ, ଇମାମବାଡା, ୟଶୋଧାରା ନଗର ଓ କପିଲ ନଗର ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରିବାକୁ ଆଦେଶ ଦେଇଥିଲେ। ତେବେ ମାର୍ଚ୍ଚ ୨୦ ତାରିଖରେ ନନ୍ଦନବନ ଓ କପିଲ ନଗର ଥାନା ଅଞ୍ଚଳରୁ ତଥା ମାର୍ଚ୍ଚ ୨୨ ତାରିଖରେ ପଚପାବଲୀ, ଶାନ୍ତିନଗର, ଲକ୍କଡଗଞ୍ଜ, ଶକ୍କରଦରା ଓ ଇମାମବାଡା କ୍ଷେତ୍ରରୁ କର୍ଫ୍ୟୁ ହଟାଇ ଦିଆଯାଇଥିଲା। ଏଥିରେ ୨୩ ମାର୍ଚ୍ଚ ରବିବାର କୌତବାଲୀ, ତହସିଲ, ଗଣ
ନାଗପୁର ୨୩।୩: ନାଗପୁରରେ ହୋଇଥିବା ସାମ୍ପ୍ରଦାୟୀକ ହିଂସାର ୬ ଦିନ ପରେ ରବିବାର ସହରର ସବୁ ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି। ତେବେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ନିମନ୍ତେ କଡ଼ା ନଜର ରଖାଯାଇଛି। ଗୁଡ଼ିପଡୱା ଉତ୍ସବ ପାଇଁ ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନାଗପୁର ଗସ୍ତ କରିବେ। ଏଣୁ ସହରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ। ପ୍ରଧାନମନ୍ତ୍ରୀ ଏହି ଗସ୍ତକାଳରେ ଆରଏସଏସ ମୁଖ୍ୟାଳୟକୁ ଯିବା ସହ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟି ପାରନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଡେବେନ୍ଦ୍ର ଫଡନବୀଶ ଲଗାତାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି। ଗତ ସପ୍ତାହେ ହେଲା ଦଙ୍ଗାକୁ ନେଇ ଅନେକ ଏଫଆଇଆର ରୁଜୁ ହେଲାଣି ଓ ୧୦୦ରୁ ଅଧିକ ଲୋକେ ଗିରଫ ମଧ୍ୟ ହେଲେଣି। ୧୭ ମାର୍ଚ୍ଚ ହିଂସା ପରେ ସହର ପୋଲିସ ମୁଖ୍ୟ ଡା. ରବିନ୍ଦର ସିଂଘଲ କୌତବାଲୀ, ଗଣେଶ ପେଠ, ତହସିଲ, ଲକଡଗଞ୍ଜ, ପଚପାବଲୀ, ଶାନ୍ତିନଗର, ଶକ୍କରଦରା, ନନ୍ଦନବନ, ଇମାମବାଡା, ୟଶୋଧାରା ନଗର ଓ କପିଲ ନଗର ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରିବାକୁ ଆଦେଶ ଦେଇଥିଲେ।
ତେବେ ମାର୍ଚ୍ଚ ୨୦ ତାରିଖରେ ନନ୍ଦନବନ ଓ କପିଲ ନଗର ଥାନା ଅଞ୍ଚଳରୁ ତଥା ମାର୍ଚ୍ଚ ୨୨ ତାରିଖରେ ପଚପାବଲୀ, ଶାନ୍ତିନଗର, ଲକ୍କଡଗଞ୍ଜ, ଶକ୍କରଦରା ଓ ଇମାମବାଡା କ୍ଷେତ୍ରରୁ କର୍ଫ୍ୟୁ ହଟାଇ ଦିଆଯାଇଥିଲା। ଏଥିରେ ୨୩ ମାର୍ଚ୍ଚ ରବିବାର କୌତବାଲୀ, ତହସିଲ, ଗଣେଶପେଠ ଓ ୟଶୋଧାରା ନଗର ଅଞ୍ଚଳରୁ କର୍ଫ୍ୟୁ ହଟିଛି। ଫଳରେ ସହରର ସବୁସ୍ଥାନରୁ ଏବେ କର୍ଫ୍ୟୁ ହଟି ଯାଇଛି। ଶନିବାର ୩୮ ବର୍ଷ ବୟଷ୍କ ୱେଲ୍ଡର ଇର୍ଫାନ ଅଂସାରୀ ଯିଏ ସୋମବାର ସାମ୍ପ୍ରଦାୟୀକ ଦଙ୍ଗା କାଳରେ ଆହତ ହୋଇଥିଲେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତକ ଅଂସାରୀ ବନ୍ଦେ ଗରୀବ ନୱାଜ ନଗରର ବାସିନ୍ଦା ଥିଲେ ଓ ସେ ଇଟାରସୀ ଯିବା ପାଇଁ ଷ୍ଟେସନକୁ ଯାଉଥିବା ବେଳେ ଦଙ୍ଗାକାରୀଙ୍କ ହାବୁଡରେ ପଡିଯାଇଥିଲେ। ଦଙ୍ଗାକାରୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ତାଙ୍କ ମୁଣ୍ଡ, ପିଠି ଓ ଗୋଡରେ ଗଭୀର ଆଘାତ ଲାଗିଥିଲା ସେ ବୋହୋସ ହାଇଯାଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପରିବାର ଲୋକେ ତାଙ୍କୁ ମୟୋ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।