BIG BREAKING: ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ସେ ନିିଜ ଇସ୍ତଫା ପତ୍ର ପଠାଇଛନ୍ତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଏହି ବଡ଼ ଖବର ସାମନାକୁ ଆସିଛି । ନିଜ ଇସ୍ତଫା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼  । ୧୪ତମ ଉପରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ରେ ଶେଷ ହୋଇଥାନ୍ତା ।ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତତ୍କାଳ ପ୍ରଭାବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଚିଠିରେ ସେ ସ୍ୱାସ୍ଥ୍ୟଗତ କାରଣ ଏବଂ ଚିକିତ୍ସା ପରାମର୍ଶ ଉଲ୍ଲେଖ କରି ସମ୍ବିଧାନର ଧାରା ୬୭ (କ) ଅନୁଯାୟୀ ଇସ୍ତଫା ଦେଇଥିବା କହିଛନ୍ତି । ଚିଠିରେ ସେ ଲେଖିଛନ୍ତି, 'ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏବଂ ଚିକିତ୍ସା ପରାମର୍ଶ ପାଳନ କରି, ମୁଁ ତତ୍କାଳ ପ୍ରଭାବରୁ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି।' କର୍ମକ୍ଷେତ୍ରରେ ରାଷ୍ଟ୍ରପତିଙ୍କୁ ତାଙ୍କ ସହଯୋଗ ଏବଂ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିପରିଷଦକୁ ମଧ୍ୟ ସେମାନଙ୍କ ସହଯୋଗ ଏବଂ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ ।ଧନଖଡ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, 'ସମସ୍ତ ସମ୍ମାନୀୟ ସାଂସଦଙ୍କଠାରୁ ମୁଁ ଯେଉଁ ପ୍ରେମ, ବିଶ୍ୱାସ ଏବଂ ସମ୍ମାନ ପାଇଛି ତ

BIG BREAKING: ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ସେ ନିିଜ ଇସ୍ତଫା ପତ୍ର ପଠାଇଛନ୍ତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଏହି ବଡ଼ ଖବର ସାମନାକୁ ଆସିଛି । ନିଜ ଇସ୍ତଫା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼  । ୧୪ତମ ଉପରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ରେ ଶେଷ ହୋଇଥାନ୍ତା ।

ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତତ୍କାଳ ପ୍ରଭାବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଚିଠିରେ ସେ ସ୍ୱାସ୍ଥ୍ୟଗତ କାରଣ ଏବଂ ଚିକିତ୍ସା ପରାମର୍ଶ ଉଲ୍ଲେଖ କରି ସମ୍ବିଧାନର ଧାରା ୬୭ (କ) ଅନୁଯାୟୀ ଇସ୍ତଫା ଦେଇଥିବା କହିଛନ୍ତି । ଚିଠିରେ ସେ ଲେଖିଛନ୍ତି, 'ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏବଂ ଚିକିତ୍ସା ପରାମର୍ଶ ପାଳନ କରି, ମୁଁ ତତ୍କାଳ ପ୍ରଭାବରୁ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି।' କର୍ମକ୍ଷେତ୍ରରେ ରାଷ୍ଟ୍ରପତିଙ୍କୁ ତାଙ୍କ ସହଯୋଗ ଏବଂ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିପରିଷଦକୁ ମଧ୍ୟ ସେମାନଙ୍କ ସହଯୋଗ ଏବଂ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ ।

ଧନଖଡ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, 'ସମସ୍ତ ସମ୍ମାନୀୟ ସାଂସଦଙ୍କଠାରୁ ମୁଁ ଯେଉଁ ପ୍ରେମ, ବିଶ୍ୱାସ ଏବଂ ସମ୍ମାନ ପାଇଛି ତାହା ସାରା ଜୀବନ ମୋ ହୃଦୟରେ ରହିବ।' ଉପରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳକୁ ମନେ ପକାଇ ସେ କହିଛନ୍ତି, 'ଏହି ମହାନ ଗଣତନ୍ତ୍ରରେ ଉପରାଷ୍ଟ୍ରପତି ଭାବରେ ମୁଁ ପାଇଥିବା ଅଭିଜ୍ଞତା ଏବଂ ଦୃଷ୍ଟିକୋଣ ପାଇଁ ମୁଁ ଗଭୀର କୃତଜ୍ଞ । ଭାରତର ଆର୍ଥିକ ବିକାଶ ଏବଂ ଅଭୂତପୂର୍ବ ପରିବର୍ତ୍ତନ ପର୍ଯ୍ୟାୟ ଦେଖିବା ମୋ ପାଇଁ ସୌଭାଗ୍ୟର ବିଷୟ ହୋଇଛି।' 

ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ୨୫ କୁମାଉଁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ ସମହାରୋହରେ ଅଚେତ ହୋଇ ପଡ଼ିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ଧନଖଡ଼ ମଞ୍ଚରୁ ତଳକୁ ଓହ୍ଲାଇ ଦର୍ଶକଙ୍କ ମଧ୍ୟରେ ବସିଥିବା ତାଙ୍କର ପୂର୍ବତନ ସଂସଦୀୟ ସହଯୋଗୀ ମହେନ୍ଦ୍ର ସିଂହ ପାଲଙ୍କ ନିକଟକୁ ଆସିଥିଲେ । ଧନଖଡ ଓ ପାଲ ପରସ୍ପରକୁ ଦେଖି ଭାବୁକ ହୋଇପଡିଥିଲେ । କଥାବାର୍ତ୍ତା ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହି ସମୟରେ ପାଲଙ୍କ କାନ୍ଧରେ ମୁଣ୍ଡ ରଖି ଧନଖଡ ଅଚେତ ହୋଇପଡିଥିଲେ ।

ଜଗଦୀପ ଧନଖଡ ୨୦୨୨ରେ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ । ୨୦୨୨ ଅଗଷ୍ଟ ୬ରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ସେ ପରାସ୍ତ କରିଥିଲେ । ଜଗଦୀପ ଧନଖଡ ମୋଟ ୭୨୫ ଭୋଟରୁ ୫୨୮ ଭୋଟ ପାଇଥିଲେ, ଯେତେବେଳେ ମାର୍ଗାରେଟ୍ ଆଲଭା ୧୮୨ ଭୋଟ ପାଇଥିଲେ । ଉପରାଷ୍ଟ୍ରପତି ହେବା ପୂର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ ।