Trump on Brics; ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଦାବି, ଟାରିଫ୍ ଧମକ ପରେ ଭାଙ୍ଗି ଗଲା ବ୍ରିକ୍ସ

ନୂଆଦିଲ୍ଲୀ: ବ୍ରିକ୍ସକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବ୍ରିକ୍ସ ଉପରେ ୧୫୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଏହି ଧମକ ପରେ ପାଞ୍ଚ ଦେଶକୁ ନେଇ ଗଠିତ ହୋଇଥିବା ସଂଗଠନ ଭାଙ୍ଗି ଯାଇଛି ବୋଲି ଟ୍ରମ୍ପ କହିଛନ୍ତି । ଆମେରିକା ଡଲାରକୁ ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କରୁଥିବା ବ୍ରିକ୍ସକୁ କିଛି ଫାଇଦା ହେବ ନାହିଁ । ବ୍ରିକ୍ସ ସଂଗଠନ ବିନିମୟ ପାଇଁ ନୂଆ ମୁଦ୍ରା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହାକୁ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ବ୍ରିକ୍ସକୁ ଟାର୍ଗେଟ୍ କରିଛନ୍ତି । ଯେଉଁ ଦେଶ ନୂଆ ମୁଦ୍ରା ପାଇଁ ଆଲୋଚନା କରିବ ତା’ ଉପରେ ୧୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯିବ ବୋଲି ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।ସୂଚନା ଅନୁଯାୟୀ, ବ୍ରିକ୍ସ ସଂଗଠନରେ ବ୍ରାଜିଲ୍, ଋଷ୍, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥୋପିଆ, ଇରାନ ଏବଂ ସଂଞ୍ଜୁକ୍ତ ଆରବ ଅମିରାତ ଆଦି ଦେଶ ସାମିଲ୍ ଅଛନ୍ତି । ଏହାଛଡ଼ା ତୁର୍କୀ, ଅଜରବୈଜାନ ଏବଂ ମାଲେସିଆ ବ୍ରିକ୍ସ ସଦସ୍ୟ ହେବା ପାଇଁ ଆବେଦନ କରିଛନ୍ତି । ସେହିପରି କିଛି ଦେଶ ଏଥିରେ ସାମିଲ ହେବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।   ବ୍ରିକ୍ସ ଇଜ୍ ଡେଡ୍:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ସଂଗଠନକୁ ଟାର୍ଗେଟ୍ କରି ବର୍ଷିଛନ୍ତି । ଟ୍ରମ୍ପ କହିଛନ୍ତି, ବ୍ରିକ୍ସ ଦେଶ ଜାଣି ରଖିବା ଉଚିତ୍ ଯେ ଆମେରିକୀୟ ଡଲ

Trump on Brics; ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଦାବି, ଟାରିଫ୍ ଧମକ ପରେ ଭାଙ୍ଗି ଗଲା ବ୍ରିକ୍ସ

ନୂଆଦିଲ୍ଲୀ: ବ୍ରିକ୍ସକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବ୍ରିକ୍ସ ଉପରେ ୧୫୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଏହି ଧମକ ପରେ ପାଞ୍ଚ ଦେଶକୁ ନେଇ ଗଠିତ ହୋଇଥିବା ସଂଗଠନ ଭାଙ୍ଗି ଯାଇଛି ବୋଲି ଟ୍ରମ୍ପ କହିଛନ୍ତି । ଆମେରିକା ଡଲାରକୁ ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କରୁଥିବା ବ୍ରିକ୍ସକୁ କିଛି ଫାଇଦା ହେବ ନାହିଁ । ବ୍ରିକ୍ସ ସଂଗଠନ ବିନିମୟ ପାଇଁ ନୂଆ ମୁଦ୍ରା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହାକୁ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ବ୍ରିକ୍ସକୁ ଟାର୍ଗେଟ୍ କରିଛନ୍ତି । ଯେଉଁ ଦେଶ ନୂଆ ମୁଦ୍ରା ପାଇଁ ଆଲୋଚନା କରିବ ତା’ ଉପରେ ୧୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯିବ ବୋଲି ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ସୂଚନା ଅନୁଯାୟୀ, ବ୍ରିକ୍ସ ସଂଗଠନରେ ବ୍ରାଜିଲ୍, ଋଷ୍, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥୋପିଆ, ଇରାନ ଏବଂ ସଂଞ୍ଜୁକ୍ତ ଆରବ ଅମିରାତ ଆଦି ଦେଶ ସାମିଲ୍ ଅଛନ୍ତି । ଏହାଛଡ଼ା ତୁର୍କୀ, ଅଜରବୈଜାନ ଏବଂ ମାଲେସିଆ ବ୍ରିକ୍ସ ସଦସ୍ୟ ହେବା ପାଇଁ ଆବେଦନ କରିଛନ୍ତି । ସେହିପରି କିଛି ଦେଶ ଏଥିରେ ସାମିଲ ହେବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।   

ବ୍ରିକ୍ସ ଇଜ୍ ଡେଡ୍:

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ସଂଗଠନକୁ ଟାର୍ଗେଟ୍ କରି ବର୍ଷିଛନ୍ତି । ଟ୍ରମ୍ପ କହିଛନ୍ତି, ବ୍ରିକ୍ସ ଦେଶ ଜାଣି ରଖିବା ଉଚିତ୍ ଯେ ଆମେରିକୀୟ ଡଲାର କୌଣସି ବିକଳ୍ପ ନାହିଁ । ଯଦି ବ୍ରିକ୍ସ ଦେଶ ବିନିମୟର ମାଧ୍ୟମ ପାଇଁ ଆମେରିକୀୟ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାକୁ ବ୍ୟବହାର କରନ୍ତି ତେବେ ତାଙ୍କ ଉପରେ ୧୦୦ରୁ ୧୫୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁହେବ ବୋଲି ଟ୍ରମ୍ପ କହିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ପୋଷ୍ଟ କରିଛନ୍ତି । ବ୍ରିକ୍ସ ଦେଶ ଆମେରକୀୟ ଡଲାରକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ କରିଛନ୍ତି । ଡଲାର ଉପରେ ଅଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟ ବ୍ରିକ୍ସ ଦେଶର ସାମଗ୍ରୀ ପରେ ଶହେ ପ୍ରତିଶତ ଟାରିଫ୍ ଲାଗୁହେବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।  

ଗତ କିଛି ଦିନ ହେଲା ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯେ, ବ୍ରିକ୍ସ ସଂଗଠନ ନିଜର ବିନିମୟ ମୁଦ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ମାତ୍ର ଏହାକୁ ନେଇ ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ସଂଗଠନର ଦେଶମାନଙ୍କୁ ଖୋଲାଖୋଲି ଭାବେ ଟାରିଫ୍ ବୃଦ୍ଧି ଧମକ ଦେଇଛନ୍ତି ....