ରାହୁଲ ଗାନ୍ଧିଙ୍କୁ ଭେଟିଲେ କୃଷକ ନେତା, MSP ଗ୍ୟାରେଣ୍ଟିକୁ ନେଇ ଜଣାଇଲେ ଦାବି
ନୂଆଦିଲ୍ଲୀ ୨୪।୭: କୃଷକ ନେତାଙ୍କ ଏକ ୧୨ ସଦସୀୟ ପ୍ରତିନିଧି ଦଳ ବୁଧବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସଂସଦ ଭବନରେ ଭେଟିଛନ୍ତି। ରାହୁଲ ଗାନ୍ଧିଙ୍କ ସଂସଦ ଭବନସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାକ୍ଷାତ ଆଲୋଚନା କାଳରେ କୃଷକ ନେତାମାନେ ସେମାନଙ୍କ ଦୀର୍ଘ ଦାବି ନେଇ ସଂସଦରେ ଏକ ପ୍ରାଇଭେଟ ବିଲ୍ ଆଗତ କରିବା ପାଇଁ ନିବେଦନ କରିଛନ୍ତି। ଏହା ପୂର୍ବରୁ ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣରାଜନୈତିକ) ଓ କିସାନ ମଜଦୂର ମୋର୍ଚ୍ଚାର ନେତାମାନେ ସାରା ଦେଶରେ ମୋଦିଙ୍କ କୁଶପୁତ୍ତଳିକା ଦାହ ଓ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ଦର(ଏମଏସପି) ଗ୍ୟାରେଣ୍ଟିକୁ ବୈଧ କରିବା ପାଇଁ ଏକ ନୂଆ ବିରୋଧ ପ୍ରଦର୍ଶନ ନିମନ୍ତେ ସେମାନଙ୍କ ଯୋଜନା ଘୋଷଣା କରିଛନ୍ତି। ଏହି ବିରୋଧ ପ୍ରଦର୍ଶନରେ ବିପକ୍ଷର ପ୍ରାଇଭେଟ ବିଲ ସମର୍ଥନରେ ଏକ ‘ଲଙ୍ଗ ମାର୍ଚ୍ଚ’ ବି ସାମିଲ ହେବ ବୋଲି କୁହାଯାଇଛି। କୃଷକ ନେତାଙ୍କ ସହ ସାକ୍ଷାତ ଆଲୋଚନା ପରେ ବିରୋଧୀ ଦଳ ନେତା କହିଛନ୍ତି ଯେ ଆମ ଆମ ଘୋଷଣାପତ୍ରରେ ନ୍ୟାୟିକ ଗ୍ୟାରେଣ୍ଟି ସହିତ ଏମଏସପିର ଉଲ୍ଲେଖ କରିଛୁ ବୋଲି କହିଛନ୍ତି। ଏ ନେଇ ଆମେ ଆକଳନ କରି ସାରିଛୁ ଓ ଏହା ଲାଗୁ କରାଯାଇ ପାରେ ବୋଲି ଆମେ ଅନୁଭବ କରୁଛୁ। ଏଣୁ ଆମର ଏକ ବୈଠକ ହୋଇଛି ଯେଉଁଥିରେ ଆମେ ‘ଇଣ୍ଡିଆ’ ମେଣ୍ଟର ଅନ୍ୟ ନେତାଙ୍କ ସହିତ ଏ ନେଇ ଆଲୋଚନା କରି ଦେଶର ଚାଷୀଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ନିମନ୍ତେ ସରକାରଙ୍କ ଉପରେ ଚାପ
ନୂଆଦିଲ୍ଲୀ ୨୪।୭: କୃଷକ ନେତାଙ୍କ ଏକ ୧୨ ସଦସୀୟ ପ୍ରତିନିଧି ଦଳ ବୁଧବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସଂସଦ ଭବନରେ ଭେଟିଛନ୍ତି। ରାହୁଲ ଗାନ୍ଧିଙ୍କ ସଂସଦ ଭବନସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାକ୍ଷାତ ଆଲୋଚନା କାଳରେ କୃଷକ ନେତାମାନେ ସେମାନଙ୍କ ଦୀର୍ଘ ଦାବି ନେଇ ସଂସଦରେ ଏକ ପ୍ରାଇଭେଟ ବିଲ୍ ଆଗତ କରିବା ପାଇଁ ନିବେଦନ କରିଛନ୍ତି।
ଏହା ପୂର୍ବରୁ ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣରାଜନୈତିକ) ଓ କିସାନ ମଜଦୂର ମୋର୍ଚ୍ଚାର ନେତାମାନେ ସାରା ଦେଶରେ ମୋଦିଙ୍କ କୁଶପୁତ୍ତଳିକା ଦାହ ଓ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ଦର(ଏମଏସପି) ଗ୍ୟାରେଣ୍ଟିକୁ ବୈଧ କରିବା ପାଇଁ ଏକ ନୂଆ ବିରୋଧ ପ୍ରଦର୍ଶନ ନିମନ୍ତେ ସେମାନଙ୍କ ଯୋଜନା ଘୋଷଣା କରିଛନ୍ତି। ଏହି ବିରୋଧ ପ୍ରଦର୍ଶନରେ ବିପକ୍ଷର ପ୍ରାଇଭେଟ ବିଲ ସମର୍ଥନରେ ଏକ ‘ଲଙ୍ଗ ମାର୍ଚ୍ଚ’ ବି ସାମିଲ ହେବ ବୋଲି କୁହାଯାଇଛି।

କୃଷକ ନେତାଙ୍କ ସହ ସାକ୍ଷାତ ଆଲୋଚନା ପରେ ବିରୋଧୀ ଦଳ ନେତା କହିଛନ୍ତି ଯେ ଆମ ଆମ ଘୋଷଣାପତ୍ରରେ ନ୍ୟାୟିକ ଗ୍ୟାରେଣ୍ଟି ସହିତ ଏମଏସପିର ଉଲ୍ଲେଖ କରିଛୁ ବୋଲି କହିଛନ୍ତି। ଏ ନେଇ ଆମେ ଆକଳନ କରି ସାରିଛୁ ଓ ଏହା ଲାଗୁ କରାଯାଇ ପାରେ ବୋଲି ଆମେ ଅନୁଭବ କରୁଛୁ। ଏଣୁ ଆମର ଏକ ବୈଠକ ହୋଇଛି ଯେଉଁଥିରେ ଆମେ ‘ଇଣ୍ଡିଆ’ ମେଣ୍ଟର ଅନ୍ୟ ନେତାଙ୍କ ସହିତ ଏ ନେଇ ଆଲୋଚନା କରି ଦେଶର ଚାଷୀଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ନିମନ୍ତେ ସରକାରଙ୍କ ଉପରେ ଚାପ ପକାଇବୁ ବୋଲି କହିଛନ୍ତି।
ଏହି ସାକ୍ଷାତ ଆଲୋଚନା ପାଇଁ ରାହୁଲ ଗାନ୍ଧି କୃଷକ ନେତାଙ୍କୁ ସଂସଦ ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ନିମନ୍ତ୍ରିତ କରିଥିଲେ। ତେବେ ସଂସଦରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପାଇଁ ଚାଷୀଙ୍କୁ ପ୍ରଥମେ ସଂସଦ ଭବନ ଛଡାଯାଇ ନଥିଲା। ଏ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିବା ପରେ ଚାଷୀଙ୍କୁ ଛଡା ଯାଇଥିଲା। ଏ ନେଇ ରାହୁଲ ଗାନ୍ଧି କହିଛନ୍ତି ଯେ ଚାଷୀଙ୍କୁ ସରକାର ସଂସଦରେ ଦେଖିବାକୁ ଚାହୁଁ ନାହାନ୍ତି। ଏଣୁ ଚାଷୀଙ୍କୁ ଦେଖିଲେ ଘାବରେଇ ଯାଉଛନ୍ତି। ଏହା ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଜେଟରେ ଚାଷୀଙ୍କୁ ଧ୍ୟାନ ଦିଆଯାଇନଥିବାର ଅଭିଯୋଗ କରିଥିଲେ।