ନୂଆ ଯାତ୍ରା ପାର୍ଟିରେ ଅଭିନୟ କରିବେ ହାସ୍ୟ ଅଭିନେତା ନରି ପଣ୍ଡା, ବୟକଟ୍ କରିଥିଲା ଯାତ୍ରା ମାଲିକ ସଂଘ
ଭୁବନେଶ୍ବର; ନୂଆ ଯାତ୍ରା ପାର୍ଟି ଓଁକାର ଅପେରାରେ ଅଭିନୟ କରିବେ ହାସ୍ୟ ଅଭିନେତା ନରି ପଣ୍ଡା । ନରିଙ୍କୁ ଅଭିନୟ ପାଇଁ ସୁଯୋଗ ଦେଇଛି ନୂଆ ଅପେରା ଓଁକାର । ପାର୍ଟି ମାଲିକଙ୍କ ସହ ବିବାଦକୁ ନେଇ ହାସ୍ୟ ଅଭିନେତା ନରିପଣ୍ଡାଙ୍କୁ ବୟକଟ୍ କରିଥିଲା ଯାତ୍ରା ମାଲିକ ସଂଘ । ତେବେ ଯାତ୍ରା ମାଲିକ ସଂଘରେ ଓଁକାର ଯାତ୍ରା ପାର୍ଟିର ମାଲି ନଥିବାରୁ ସେ ନରି ପଣ୍ଡାଙ୍କୁ ନିଜ ପାର୍ଟିରେ ସୁଯୋଗ ଦେବାକୁ ଆଗକୁ ଆସିଛନ୍ତି । ତେଣୁ ଆଗାମୀ ଯାତ୍ରା ଋତୁ ପାଇଁ ନରି ପଣ୍ଡା ପୁଣି ମଞ୍ଚରେ ତାଙ୍କର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସୁଯୋଗ ପାଇଛନ୍ତି । ସୂଚନାଥାଉକି, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ଼ ମଧ୍ୟ ଅଭିଯୋଗ କରିଥିଲେ ନରି। ଅନ୍ୟ ପକ୍ଷରେ ନରି ପଣ୍ଡା କରିଥିବା ଅଭିଯୋଗ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ଏହ
ଭୁବନେଶ୍ବର; ନୂଆ ଯାତ୍ରା ପାର୍ଟି ଓଁକାର ଅପେରାରେ ଅଭିନୟ କରିବେ ହାସ୍ୟ ଅଭିନେତା ନରି ପଣ୍ଡା । ନରିଙ୍କୁ ଅଭିନୟ ପାଇଁ ସୁଯୋଗ ଦେଇଛି ନୂଆ ଅପେରା ଓଁକାର । ପାର୍ଟି ମାଲିକଙ୍କ ସହ ବିବାଦକୁ ନେଇ ହାସ୍ୟ ଅଭିନେତା ନରିପଣ୍ଡାଙ୍କୁ ବୟକଟ୍ କରିଥିଲା ଯାତ୍ରା ମାଲିକ ସଂଘ । ତେବେ ଯାତ୍ରା ମାଲିକ ସଂଘରେ ଓଁକାର ଯାତ୍ରା ପାର୍ଟିର ମାଲି ନଥିବାରୁ ସେ ନରି ପଣ୍ଡାଙ୍କୁ ନିଜ ପାର୍ଟିରେ ସୁଯୋଗ ଦେବାକୁ ଆଗକୁ ଆସିଛନ୍ତି । ତେଣୁ ଆଗାମୀ ଯାତ୍ରା ଋତୁ ପାଇଁ ନରି ପଣ୍ଡା ପୁଣି ମଞ୍ଚରେ ତାଙ୍କର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସୁଯୋଗ ପାଇଛନ୍ତି ।
ସୂଚନାଥାଉକି, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ଼ ମଧ୍ୟ ଅଭିଯୋଗ କରିଥିଲେ ନରି। ଅନ୍ୟ ପକ୍ଷରେ ନରି ପଣ୍ଡା କରିଥିବା ଅଭିଯୋଗ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ଏହି ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ।