ଆଜି ୨ ରାଜ୍ୟକୁ କୋଟି କୋଟି ଟଙ୍କା ଉପହାର ଦେବେ ମୋଦି
ନୂଆଦିଲ୍ଲୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଏବଂ ହରିୟାଣାରେ ୨୬,୭୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ସେ ରାଜସ୍ଥାନରେ ୧୭,୦୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ହରିୟାଣାର ରେୱାରୀ ଗସ୍ତ କରିବେ ଏବଂ ସହରାଞ୍ଚଳ […] The post ଆଜି ୨ ରାଜ୍ୟକୁ କୋଟି କୋଟି ଟଙ୍କା ଉପହାର ଦେବେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଏବଂ ହରିୟାଣାରେ ୨୬,୭୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ସେ ରାଜସ୍ଥାନରେ ୧୭,୦୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ହରିୟାଣାର ରେୱାରୀ ଗସ୍ତ କରିବେ ଏବଂ ସହରାଞ୍ଚଳ ପରିବହନ, ସ୍ବାସ୍ଥ୍ୟ, ରେଳ ଏବଂ ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ୯,୭୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ।
ପ୍ରଧାନମନ୍ତ୍ରୀ ମୋଦି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ର ରେୱାରୀର ମୂଳଦୁଆ ପକାଇବେ। ପ୍ରାୟ ୧୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନୁଷ୍ଠାନର ରେୱାରୀର ମାଜ୍ରା ମୁଷ୍ଟିଲ ଭାଲଖୀ ଗ୍ରାମରେ ୨୦୩ ଏକର ଜମିରେ ବିକାଶ କରାଯିବ।
ଆସନ୍ତା ସାତ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ଟି ଏମ୍ସ ଦେଶବାସୀଙ୍କୁ ହସ୍ତାନ୍ତର କରିବେ। ଏହା ଫେବୃଆରୀ ୧୬ରେ ହରିୟାଣାର ରେୱାରୀରୁ ଆରମ୍ଭ ହେବ। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ରେୱାରୀ ଏମ୍ସର ମୂଳଦୁଆ ପକାଇବେ। ଏହା ପରେ ଫେବୃଆରୀ ୨୦ରେ ଜମ୍ମୁ ଏମ୍ସ ଲୋକାର୍ପଣ ହେବ। ଏଥି ସହିତ ଫେବୃଆରୀ ୨୫ରେ ରାଜକୋଟ, ଉତ୍ତରପ୍ରଦେଶର ରାଏବରେଲି, ପଶ୍ଚିମବଙ୍ଗର କଲ୍ୟାଣୀ, ପଞ୍ଜାବର ବାଥିଣ୍ଡା ଏବଂ ମଙ୍ଗଳାଗିରି ଏମ୍ସ ଲୋକାର୍ପଣ କରାଯିବ।
The post ଆଜି ୨ ରାଜ୍ୟକୁ କୋଟି କୋଟି ଟଙ୍କା ଉପହାର ଦେବେ ମୋଦି appeared first on Dharitri Odia News.