ଖରାରେ ଶ୍ରମିକଙ୍କ ସହ ମାଟି ଖୋଳିଲେ ବିଡିଓ

ପାଟଣା,୪ା୫(ବୀର କିଶୋର ଦାଶ): ପ୍ରାୟତଃ ଅଫିସରମାନେ ତୃଣମୂଳସ୍ତରକୁ ଯାଆନ୍ତିନାହିଁ। କାର୍ଯ୍ୟାଳୟରେ ଶୀତତାପ ନିୟନ୍ତ୍ରଣ କୋଠରିରେ ବସି କାର୍ଯ୍ୟର ସମୀକ୍ଷା କରୁଥିବା ଅଭିଯୋଗ ହୋଇଥାଏ। ମାତ୍ର କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ବିଡିଓ ମାନସ କୁମାର ଦଣ୍ଡପାଟଙ୍କ କାର୍ଯ୍ୟଶୈଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପାଟଣା ବିଡିଓ ପାଲାଣଘାଟି ପଞ୍ଚାୟତ କୁମୁଳାବାହାଳି ସୋସା ସାହିଠାରେ ଚାଲିଥିବା ମନରେଗା ଯୋଜନାରେ ପୋଖରୀ କାମ ତଦାରଖ କରିବାକୁ ଯାଇଥିଲେ। ଏହି ସମୟରେ ଶ୍ରମିକଙ୍କ ସହ ନିଜେ ଖରାରେ ମାଟି ଖୋଳି ଶ୍ରମିକଙ୍କୁ […] The post ଖରାରେ ଶ୍ରମିକଙ୍କ ସହ ମାଟି ଖୋଳିଲେ ବିଡିଓ appeared first on Dharitri Odia News.

ଖରାରେ ଶ୍ରମିକଙ୍କ ସହ ମାଟି ଖୋଳିଲେ ବିଡିଓ

ପାଟଣା,୪ା୫(ବୀର କିଶୋର ଦାଶ): ପ୍ରାୟତଃ ଅଫିସରମାନେ ତୃଣମୂଳସ୍ତରକୁ ଯାଆନ୍ତିନାହିଁ। କାର୍ଯ୍ୟାଳୟରେ ଶୀତତାପ ନିୟନ୍ତ୍ରଣ କୋଠରିରେ ବସି କାର୍ଯ୍ୟର ସମୀକ୍ଷା କରୁଥିବା ଅଭିଯୋଗ ହୋଇଥାଏ। ମାତ୍ର କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ବିଡିଓ ମାନସ କୁମାର ଦଣ୍ଡପାଟଙ୍କ କାର୍ଯ୍ୟଶୈଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପାଟଣା ବିଡିଓ ପାଲାଣଘାଟି ପଞ୍ଚାୟତ କୁମୁଳାବାହାଳି ସୋସା ସାହିଠାରେ ଚାଲିଥିବା ମନରେଗା ଯୋଜନାରେ ପୋଖରୀ କାମ ତଦାରଖ କରିବାକୁ ଯାଇଥିଲେ। ଏହି ସମୟରେ ଶ୍ରମିକଙ୍କ ସହ ନିଜେ ଖରାରେ ମାଟି ଖୋଳି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି। ହାତରେ ଗଇଁତି ଧରି ମାଟି ଖୋଳି ଶ୍ରମିକଙ୍କ ସହ କିଛି ସମୟ ବିତାଇଥିଲେ। ବିଡିଓଙ୍କ ଏଭଳି ପ୍ରେରଣାଦାୟୀ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

The post ଖରାରେ ଶ୍ରମିକଙ୍କ ସହ ମାଟି ଖୋଳିଲେ ବିଡିଓ appeared first on Dharitri Odia News.