ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ଛେଣ୍ଡିପଦା ପାଇଁ ଦଳ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଥିବା ବେଳେ ପାଲଲହଡ଼ାକୁ ଝୁଲାଇ ରଖିଛି। ଅନୁଗୋଳ ନିର୍ବାଚନମଣ୍ଡଳୀରେ ଦଳର ନୂଆ ମୁହଁ ଭାବେ ଜିଲା ଆଡହକ ସଭାପତି ଅମ୍ବିକା ଭଟ୍ଟଙ୍କୁ ପ୍ରାର୍ଥୀ କରାଯାଇଛି। ଛେଣ୍ଡିପଦାରେ ମଧ୍ୟ ନୂଆ ମୁହଁ ଭାବେ ନରୋତ୍ତମ ନାଏକଙ୍କ ନାମ ଘୋଷଣା କରାଯାଇଛି। […] The post ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ appeared first on Dharitri Odia News.

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ଛେଣ୍ଡିପଦା ପାଇଁ ଦଳ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଥିବା ବେଳେ ପାଲଲହଡ଼ାକୁ ଝୁଲାଇ ରଖିଛି। ଅନୁଗୋଳ ନିର୍ବାଚନମଣ୍ଡଳୀରେ ଦଳର ନୂଆ ମୁହଁ ଭାବେ ଜିଲା ଆଡହକ ସଭାପତି ଅମ୍ବିକା ଭଟ୍ଟଙ୍କୁ ପ୍ରାର୍ଥୀ କରାଯାଇଛି। ଛେଣ୍ଡିପଦାରେ ମଧ୍ୟ ନୂଆ ମୁହଁ ଭାବେ
ନରୋତ୍ତମ ନାଏକଙ୍କ ନାମ ଘୋଷଣା କରାଯାଇଛି। ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆ ରିପିଟ ହୋଇଥିବାବେଳେ ତାଳଚେରରେ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କୁ ମଧ୍ୟ ଦଳ ରିପିଟ କରିଛି। ତେବେ ପାଲଲହଡ଼ାକୁ ଦଳ ଝୁଲାଇ ରଖିଥିବାରୁ ଏଠାରେ ନୂଆ ମୁହଁ ଦେଇପାରେ ବୋଲି ଆଲୋଚନା ହେଉଛି। ଅନୁଗୋଳ ଜିଲା କଂଗ୍ରେସ କମିଟିର ଆଡହକ ସଭାପତି ତଥା ଅନୁଗୋଳ ବିଧାୟକ ପ୍ରାର୍ଥୀ ଅମ୍ବିକା ଭଟ୍ଟ କହିଛନ୍ତି, ପାଲଲହଡା କାହିଁକି ଅଟକିଲା ଜଣାନାହିଁ। ଏ ନେଇ ପିସିସି ସଭାପତିଙ୍କ ସହ ଆଲୋଚନା କରାଯିବ। ଏଥିସହ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇବ। କେଉଁ ପ୍ରାର୍ଥୀ ଲୋକଙ୍କ ସମସ୍ୟା କ’ଣ ସମାଧାନ କରିଛନ୍ତି ତାହା କଂଗ୍ରେସର ମୁଖ୍ୟ ଅସ୍ତ୍ର ହେବ। ଏଥିସହ କେନ୍ଦ୍ର ସରକାରଙ୍କ ବିରୋଧରେ ଜାତୀୟ ରାଜପଥକୁ ମୁଖ୍ୟ ପ୍ରସଙ୍ଗ କରାଯିବ। ଜିଲାରେ ଜଳ ସେଚନ ବ୍ୟବସ୍ଥା ଶୋଚନୀୟ ଥିବାବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯିବ ବୋଲି ଭଟ୍ଟ କହିଛନ୍ତି।

The post ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ appeared first on Dharitri Odia News.