ରାଜଧାନୀରେ ବଡ଼ଧରଣ ଅଗ୍ନିକାଣ୍ଡ, ଗୋଦାମରେ ଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ…

ଭୁବନେଶ୍ୱର: ରାଜଧାନୀରେ ବଡ଼ଧରଣ ଅଗ୍ନିକାଣ୍ଡ। ଭୁବନେଶ୍ୱର ସତ୍ୟନଗରସ୍ଥିତ ୱେରହାଉସରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଆଗ୍ନିକାଣ୍ଡରେ ବିଭିନ୍ନ କାମ୍ପାନୀର ଗ୍ରାଇଣ୍ଡର, ପ୍ରେସର କୁକର ଓ ଫ୍ୟାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଥିବାବେଳେ ଗୋଦାମରେ ଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଗୋଦାମରେ ନିଆଁ ଲାଗିଥିବା ଦେଖିବା ପରେ ସ୍ଥାନୀୟଲୋକେ ଗୋଦାମ ମାଲିକ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହି ଗୋଦାମରେ ତାଲା ପଡ଼ିଥିବାରୁ ପାଣି ଢାଳି ନିଆଁ ଲିଭାଇବା ସହଜ ହୋଇ ନ […]

ରାଜଧାନୀରେ ବଡ଼ଧରଣ ଅଗ୍ନିକାଣ୍ଡ, ଗୋଦାମରେ ଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ…
fire

ଭୁବନେଶ୍ୱର: ରାଜଧାନୀରେ ବଡ଼ଧରଣ ଅଗ୍ନିକାଣ୍ଡ। ଭୁବନେଶ୍ୱର ସତ୍ୟନଗରସ୍ଥିତ ୱେରହାଉସରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଆଗ୍ନିକାଣ୍ଡରେ ବିଭିନ୍ନ କାମ୍ପାନୀର ଗ୍ରାଇଣ୍ଡର, ପ୍ରେସର କୁକର ଓ ଫ୍ୟାନ ଜଳିପୋଡ଼ି ପାଉଁଶ ହୋଇଯାଇଛିଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଥିବାବେଳେ ଗୋଦାମରେ ଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଗୋଦାମରେ ନିଆଁ ଲାଗିଥିବା ଦେଖିବା ପରେ ସ୍ଥାନୀୟଲୋକେ ଗୋଦାମ ମାଲିକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହି ଗୋଦାମରେ ତାଲା ପଡ଼ିଥିବାରୁ ପାଣି ଢାଳି ନିଆଁ ଲିଭାଇବା ସହଜ ହୋଇ ନ ଥିଲା ଫଳରେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ୧୦ଟି ଟିମର ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଉଦ୍ୟମ ଜାରି ରଖଛନ୍ତିି। ପ୍ରଥମ ଥର ପାଇଁ ନିଆଁଲିଭା କାର୍ଯ୍ୟରେ ରୋବୋଟିକ ମେସିନର ସାହାଯ୍ୟ ନିଆଯାଇଛି।