ଘରୋଇ କଳହରୁ ଜୀବନ ହାରିଲେ ବୃଦ୍ଧ
ବେଲଗୁଣ୍ଠା,୫ା୧(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଘରୋଇ କଳହରୁ ଜଣେ ୮୦ ବର୍ଷର ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ସାଦେରା ଗ୍ରାମର ରଘୁ ବିଷୋୟୀ (୮୦)। ରଘୁଙ୍କ ଦୁଇ ଝିଅ ଅନ୍ୟତ୍ର ବାହାହୋଇ ଚାଲିଯାଇଥିବା ବେଳେ ଘରେ ୭୫ ବର୍ଷର ସ୍ତ୍ରୀ ସହିତ ରହି ଆସୁଥିଲେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହୁଥିଲା। ଘରେ ମୂଷା ମାରିବା ପାଇଁ ରଖାଯାଇଥିବା ବିଷକୁ […] The post ଘରୋଇ କଳହରୁ ଜୀବନ ହାରିଲେ ବୃଦ୍ଧ appeared first on Dharitri Odia News.
ବେଲଗୁଣ୍ଠା,୫ା୧(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଘରୋଇ କଳହରୁ ଜଣେ ୮୦ ବର୍ଷର ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ସାଦେରା ଗ୍ରାମର ରଘୁ ବିଷୋୟୀ (୮୦)। ରଘୁଙ୍କ ଦୁଇ ଝିଅ ଅନ୍ୟତ୍ର ବାହାହୋଇ ଚାଲିଯାଇଥିବା ବେଳେ ଘରେ ୭୫ ବର୍ଷର ସ୍ତ୍ରୀ ସହିତ ରହି ଆସୁଥିଲେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହୁଥିଲା।
ଘରେ ମୂଷା ମାରିବା ପାଇଁ ରଖାଯାଇଥିବା ବିଷକୁ ରଘୁ ପିଇଦେବା ପରେ ଅବସ୍ଥା ଗୁରୁତର ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଙ୍ଗପୁର ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା।
The post ଘରୋଇ କଳହରୁ ଜୀବନ ହାରିଲେ ବୃଦ୍ଧ appeared first on Dharitri Odia News.