ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ୍ର ଏସବୁ କଳାକାର
ଅଯୋଧ୍ୟା,୨୨ା୧: ରାମନଗରୀ ଅଯୋଧ୍ୟା ଆଜି ବର ପରି ସଜେଇ ହୋଇଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମମନ୍ଦିରର ଉଦ୍ଘାଟନ କରିବେ। ଅପରାହ୍ନ ୧୨.୨୦ରେ ରାମମନ୍ଦିରର ପ୍ରତିଷ୍ଠା ଆରମ୍ଭ ହେବ। ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟା ଆସୁଛନ୍ତି। ଇତିମଧ୍ୟରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ […] The post ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ୍ର ଏସବୁ କଳାକାର appeared first on Dharitri Odia News.
ଅଯୋଧ୍ୟା,୨୨ା୧: ରାମନଗରୀ ଅଯୋଧ୍ୟା ଆଜି ବର ପରି ସଜେଇ ହୋଇଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମମନ୍ଦିରର ଉଦ୍ଘାଟନ କରିବେ। ଅପରାହ୍ନ ୧୨.୨୦ରେ ରାମମନ୍ଦିରର ପ୍ରତିଷ୍ଠା ଆରମ୍ଭ ହେବ। ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟା ଆସୁଛନ୍ତି।
ଇତିମଧ୍ୟରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। କେବଳ ଏତିକି ନୁହେଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ ମଧ୍ୟ ମୁମ୍ବାଇରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ସେହିପରି ମାଧୁରୀ ଦୀକ୍ଷିତ, ହେମାମାଳିନୀ ବି ଅଯୋଧ୍ୟା ଆସୁଛନ୍ତି।
The post ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ୍ର ଏସବୁ କଳାକାର appeared first on Dharitri Odia News.