ପଶ୍ଚିମବଙ୍ଗ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ଫେରିବ ଆମ୍ବାସାଡର କାରଖାନା ଜମି

ସରକାରୀ ଖାତାକୁ ଫେରିବ ପଶ୍ଚିମବଙ୍ଗର ହୁଗୁଳିରେ ଆମ୍ବାସାଡର କାର କାରଖାନା ଜମି । ପଶ୍ଚିମବଙ୍ଗ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁସ୍ତାନ ମୋଟର୍ସକୁ ହୁଗୁଳି ଜିଲ୍ଲାର ଉତ୍ତରପଡ଼ାରେ ଆବଣ୍ଟିତ ହୋଇଥିବା ୩୯୫ ଏକରରୁ ଅଧିକ ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁସ୍ତାନ ମୋଟର୍ସ ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଜମି ମାଲିକାନା ଫେରସ୍ତକୁ ନେଇ ଚାଲିଥିବା ମାମଲାରେ ଜଷ୍ଟିସ ବି.ଭି. ନାଗରତ୍ନା ଓ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ […] The post ପଶ୍ଚିମବଙ୍ଗ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ଫେରିବ ଆମ୍ବାସାଡର କାରଖାନା ଜମି appeared first on KNews Odisha.

ପଶ୍ଚିମବଙ୍ଗ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ଫେରିବ ଆମ୍ବାସାଡର କାରଖାନା ଜମି
supreme court delhi

ସରକାରୀ ଖାତାକୁ ଫେରିବ ପଶ୍ଚିମବଙ୍ଗର ହୁଗୁଳିରେ ଆମ୍ବାସାଡର କାର କାରଖାନା ଜମି । ପଶ୍ଚିମବଙ୍ଗ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁସ୍ତାନ ମୋଟର୍ସକୁ ହୁଗୁଳି ଜିଲ୍ଲାର ଉତ୍ତରପଡ଼ାରେ ଆବଣ୍ଟିତ ହୋଇଥିବା ୩୯୫ ଏକରରୁ ଅଧିକ ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁସ୍ତାନ ମୋଟର୍ସ ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଜମି ମାଲିକାନା ଫେରସ୍ତକୁ ନେଇ ଚାଲିଥିବା ମାମଲାରେ ଜଷ୍ଟିସ ବି.ଭି. ନାଗରତ୍ନା ଓ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ପୂର୍ବରୁ କୋଲକାତା ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହି ରାୟକୁ ବିରୋଧ କରି ୨୦୨୫ ମେ ମାସରେ ହିନ୍ଦୁସ୍ତାନ ମୋଟର୍ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହିନ୍ଦୁସ୍ତାନ ମୋଟର୍ସ ଆମ୍ବାସାଡର କାର ଓ ଟ୍ରେକର ଭଳି ଯାନବାହାନ ନିର୍ମାଣ କରୁଥିଲା ।  ତେବେ ଦୀର୍ଘଦିନ ହେଲା କମ୍ପାନୀ ବନ୍ଦ ଥିବାରୁ ପଶ୍ଚିମବଙ୍ଗ ସରକାର ଜମି ଫେରାଇ ନେବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଚାରି ବର୍ଷ ପୂର୍ବେ ୩୯୫ ଏକର ଜମିରୁ ୪୦ ଏକର ଜମିରେ ଟିଟାଗଡ ରେଲ ସିଷ୍ଟମ ସ୍ଥାପନ କରିବାକୁ ସରକାର ଅନୁମତି ଦେଇଥିଲେ। ଏହି ଜମିରେ ସ୍ୱଦେଶୀ ରେଳ କୋଚ ଫ୍ୟାକ୍ଟ୍ରି ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

 

ଆହୁରି ପଢ଼ନ୍ତୁ :  କେରଳ ନର୍ସ ନିମିଷା ପ୍ରିୟାଙ୍କୁ ସାମୟିକ ଆଶ୍ବସ୍ତି, ମୃତ୍ୟୁ ଦଣ୍ଡାଦେଶରେ ରୋକ ଲଗାଇଛନ୍ତି ୟେମେନ କର୍ତ୍ତୃପକ୍ଷ

 

The post ପଶ୍ଚିମବଙ୍ଗ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ଫେରିବ ଆମ୍ବାସାଡର କାରଖାନା ଜମି appeared first on KNews Odisha.