ରେଳଧାରଣାରେ ପଡ଼ିଛି ୪ ଖଣ୍ଡ ବିଖଣ୍ଡିତ ମୃତଦେହ

ଟେନ୍‌ସା,୧୭।୨(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲା ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ-କେନ୍ଦୋପୋସି ରେଳଷ୍ଟେଶନ ମଧ୍ୟରେ ଥିବା ରେଳଧାରଣାରୁ ୪ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି। ଧାରଣା ଉପରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଶିଶୁଙ୍କ ମଧ୍ୟରେ ଗୋଟିଏ ୮ ମାସର ଶିଶୁ ଏବଂ ଗୋଟିଏ ଅଢ଼େଇ ବର୍ଷ ଝିଅର ମୃତଦେହ ଥିବା ସୂଚନା ମିଳିଛି। ହେଲେ ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଛି। ଦୁଇ […] The post ରେଳଧାରଣାରେ ପଡ଼ିଛି ୪ ଖଣ୍ଡ ବିଖଣ୍ଡିତ ମୃତଦେହ appeared first on Dharitri Odia News.

ରେଳଧାରଣାରେ ପଡ଼ିଛି ୪ ଖଣ୍ଡ ବିଖଣ୍ଡିତ ମୃତଦେହ

ଟେନ୍‌ସା,୧୭।୨(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲା ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ-କେନ୍ଦୋପୋସି ରେଳଷ୍ଟେଶନ ମଧ୍ୟରେ ଥିବା ରେଳଧାରଣାରୁ ୪ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି। ଧାରଣା ଉପରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଶିଶୁଙ୍କ ମଧ୍ୟରେ ଗୋଟିଏ ୮ ମାସର ଶିଶୁ ଏବଂ ଗୋଟିଏ ଅଢ଼େଇ ବର୍ଷ ଝିଅର ମୃତଦେହ ଥିବା ସୂଚନା ମିଳିଛି। ହେଲେ ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଛି।

ଦୁଇ ଶିଶୁଙ୍କ ମୃତଦେହକୁ ପ୍ଲାଷ୍ଟିକ ଅଖାରେ ଭର୍ତ୍ତି କରାଯାଇ ଯାଇଥିବା ବେଳେ ୪ଟିଯାକ ମୃତଦେହ ଧାରଣାର ଅଲଗା ଅଲଗା ସ୍ଥାନରେ ପଡିଥିବା ଦେଖିବାକୁ ମିଳିଛି। ମହିଳାଙ୍କ ହାତ ଗୋଡ଼ ବନ୍ଧା ଯାଇଥିଲା ବେଳେ ତାଙ୍କ ଶରୀର ଦୁଇ ଭାଗ ହୋଇ କଟି ଯାଇଥିବା ଦେଖିବାକୁ ମିଳିଛି । ସେହିପରି ଯୁବକଙ୍କ ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇଯାଇଛି । ହତ୍ୟା ପରେ ସେମାନଙ୍କ ମୃତଦେହକୁ ରେଳ ଧାରଣା ଉପରେ ପିଙ୍ଗିି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହା ହତ୍ୟାକାଣ୍ଡ ନା ରେଳ ଦୁର୍ଘଟଣା ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ଧାରଣାରୁ ମୃତଦେହ ମିଳିବା ପରେ ସମ୍ପୃକ୍ତ ଟ୍ରାକରେ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି । ମୃତକମାନଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହ ଚିହ୍ନଟ କରିବା ପାଇଁ ଚେଷ୍ଟା ଚଳାଇଛି। ଡିଏସ୍‌ପି ରାକେଶ ମିନଜଙ୍କ ସହ ଜଗନ୍ନାଥପୁର ରେଳବାଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

The post ରେଳଧାରଣାରେ ପଡ଼ିଛି ୪ ଖଣ୍ଡ ବିଖଣ୍ଡିତ ମୃତଦେହ appeared first on Dharitri Odia News.