ହତ୍ୟାକାରୀଙ୍କୁ ୭ବର୍ଷ ଜେଲ

କେନ୍ଦୁଝର,୨୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ହତ୍ୟା ମାମଲାରେ ବିଚାର କରି କେନ୍ଦୁଝର ଏଡିଜେ ମମିତା ଦାସ ଦୈତାରୀ ଗ୍ରାମର ଅଭିଯୁକ୍ତ ସୁନାରାମ ମାଝୀ(୩୫)ଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୧ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ତାଦେଶ ଶୁଣାଇଛନ୍ତି। ୨୦୨୯ ଡିସେମ୍ବର ୫ରେ ସୁନାରାମ ଗ୍ରାମର ଲକ୍ଷ୍ମଣ ନାଏକଙ୍କ ଘର ଉପରେ ଚଢିଥିଲା। ଏହାକୁ ଲକ୍ଷ୍ମଣ ବିରୋଧ କରିବାରୁ ସେ ରାଗରେ ତାଙ୍କୁ ତଳେ ପକାଇ ମୁଥିମାରି ଆକ୍ରମଣ […] The post ହତ୍ୟାକାରୀଙ୍କୁ ୭ବର୍ଷ ଜେଲ appeared first on Dharitri Odia News.

ହତ୍ୟାକାରୀଙ୍କୁ ୭ବର୍ଷ ଜେଲ

କେନ୍ଦୁଝର,୨୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ହତ୍ୟା ମାମଲାରେ ବିଚାର କରି କେନ୍ଦୁଝର ଏଡିଜେ ମମିତା ଦାସ ଦୈତାରୀ ଗ୍ରାମର ଅଭିଯୁକ୍ତ ସୁନାରାମ ମାଝୀ(୩୫)ଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୧ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ତାଦେଶ ଶୁଣାଇଛନ୍ତି। ୨୦୨୯ ଡିସେମ୍ବର ୫ରେ ସୁନାରାମ ଗ୍ରାମର ଲକ୍ଷ୍ମଣ ନାଏକଙ୍କ ଘର ଉପରେ ଚଢିଥିଲା। ଏହାକୁ ଲକ୍ଷ୍ମଣ ବିରୋଧ କରିବାରୁ ସେ ରାଗରେ ତାଙ୍କୁ ତଳେ ପକାଇ ମୁଥିମାରି ଆକ୍ରମଣ କରିବା ଯୋଗୁ ଗୁରୁତର ହୋଇଥିଲେ। ଚିତ୍କାର ଶୁଣି ଲୋକେ ସୁନାରାମଙ୍କୁ ଉଦ୍ଧାର କରି ମେଡିକାଲ ନେବା ସମୟରେ ତାଙ୍କର ମତ୍ୟୁ ଘଟିଥିଲା। ଏ ନେଇ ମୃତକଙ୍କ ସାନଭାଇ ଲକ୍ଷ୍ମଣ ନାଏକ ୬ତାରିଖ ଦୈତାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ହତ୍ୟାକାଣ୍ତ ଘଟଣାରେ ପୋଲିସ ଏକ ୫୨/୧୯ ମାମଲା ରୁଜୁ କରି ଅଭିଯୁକ୍ତ ସୁନାରାମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କେନ୍ଦୁଝର ଏଡିଜେ ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ସୁନାରାମଙ୍କୁ ଉପରୋକ୍ତ କାରାଦଣ୍ତ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଫୁଲ୍ଲ କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ।

The post ହତ୍ୟାକାରୀଙ୍କୁ ୭ବର୍ଷ ଜେଲ appeared first on Dharitri Odia News.