ସୁପ୍ରିମକୋର୍ଟରେ ପହଞ୍ଚିଲେ ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ, କହିଲେ ହାଇକୋର୍ଟ ଦେଇଥିବା…
ନୂଆଦିଲ୍ଲୀ/କୋଲକାତା,୪ା୯: କୋଲକାତାର ଆର୍ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚି ଆବେଦନ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ, ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କୋଲକାତା ହାଇକୋର୍ଟ ତାଙ୍କ ପକ୍ଷର ଶୁଣାଣି କରିନାହାନ୍ତି। ଦୁର୍ନୀତି ଅଭିଯୋଗ ସହିତ ଡାକ୍ତରଖାନାରେ ହୋଇଥିବା ବଳାତ୍କାର ଘଟଣାକୁ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ହଟାଇବାକୁ ସନ୍ଦୀପ ଦାବି କରିଛନ୍ତି। ସେପ୍ଟେମ୍ବର ୬ ଶୁକ୍ରବାର ସୁପ୍ରିମକୋର୍ଟ ଏହି ପିଟିଶନର ଶୁଣାଣି କରିବେ। ସୂଚନାଯୋଗ୍ୟ, […] The post ସୁପ୍ରିମକୋର୍ଟରେ ପହଞ୍ଚିଲେ ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ, କହିଲେ ହାଇକୋର୍ଟ ଦେଇଥିବା… appeared first on Dharitri Odia News.
ନୂଆଦିଲ୍ଲୀ/କୋଲକାତା,୪ା୯: କୋଲକାତାର ଆର୍ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚି ଆବେଦନ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ, ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କୋଲକାତା ହାଇକୋର୍ଟ ତାଙ୍କ ପକ୍ଷର ଶୁଣାଣି କରିନାହାନ୍ତି। ଦୁର୍ନୀତି ଅଭିଯୋଗ ସହିତ ଡାକ୍ତରଖାନାରେ ହୋଇଥିବା ବଳାତ୍କାର ଘଟଣାକୁ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ହଟାଇବାକୁ ସନ୍ଦୀପ ଦାବି କରିଛନ୍ତି। ସେପ୍ଟେମ୍ବର ୬ ଶୁକ୍ରବାର ସୁପ୍ରିମକୋର୍ଟ ଏହି ପିଟିଶନର ଶୁଣାଣି କରିବେ।
ସୂଚନାଯୋଗ୍ୟ, ଅଗଷ୍ଟ ୨୩ରେ, କୋଲକାତା ହାଇକୋର୍ଟ ଆର୍ଜି କର ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାର ତଦନ୍ତକୁ ରାଜ୍ୟ ଗଠିତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି)ରୁ ସିବିଆଇକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ପରେ ପୂର୍ବତନ ପ୍ରିନ୍ସିପାଲ ଡକ୍ଟର ସନ୍ଦୀପଙ୍କୁ ମଙ୍ଗଳବାର ୮ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଥିଲା।
The post ସୁପ୍ରିମକୋର୍ଟରେ ପହଞ୍ଚିଲେ ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ, କହିଲେ ହାଇକୋର୍ଟ ଦେଇଥିବା… appeared first on Dharitri Odia News.