ରୁଡ୍ଙ୍କୁ ପ୍ରଥମ ମାଷ୍ଟର୍ସ ଟାଇଟଲ
ମାଡ୍ରିଡ୍, ୫ା୫: କାସ୍ପର ରୁଡ୍ ମାଡ୍ରିଡ୍ ଓପନ ଫାଇନାଲ ଜିତିଛନ୍ତି। ସେ ଜ୍ୟାକ୍ ଡ୍ରାପରଙ୍କୁ ୭-୫, ୩-୬, ୬-୪ ସେଟ୍ରେ ହରାଇ ଦେଇଛନ୍ତି। ଏଥିସହିତ ସେ ନରଓ୍ବେର ପ୍ରଥମ ଖେଳାଳି ହିସାବରେ ମାଷ୍ଟର୍ସ ୧,୦୦୦ ଟାଇଟଲ ହାସଲ କରିଛନ୍ତି। ୧୫ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ୨୬ ବର୍ଷୀୟ ରୁଡ୍ ସୋମବାର ପ୍ରକାଶିତ ସଦ୍ୟତମ ର଼୍ୟାଙ୍କିଙ୍ଗ ତାଲିକାରେ ଟପ୍ ୧୦ରେ ପ୍ରବେଶ କରିବା ସହ ୭ମ ସ୍ଥାନ ଅଧିକାର କରି ନେଇଛନ୍ତି। ୧୯୯୦ରେ ମାଷ୍ଟର୍ସ ସିରିଜର ପ୍ରଚଳନ ହେବାପରଠାରୁ ୧୩ ଥର […] The post ରୁଡ୍ଙ୍କୁ ପ୍ରଥମ ମାଷ୍ଟର୍ସ ଟାଇଟଲ appeared first on Dharitri Odia News.
ମାଡ୍ରିଡ୍, ୫ା୫: କାସ୍ପର ରୁଡ୍ ମାଡ୍ରିଡ୍ ଓପନ ଫାଇନାଲ ଜିତିଛନ୍ତି। ସେ ଜ୍ୟାକ୍ ଡ୍ରାପରଙ୍କୁ ୭-୫, ୩-୬, ୬-୪ ସେଟ୍ରେ ହରାଇ ଦେଇଛନ୍ତି। ଏଥିସହିତ ସେ ନରଓ୍ବେର ପ୍ରଥମ ଖେଳାଳି ହିସାବରେ ମାଷ୍ଟର୍ସ ୧,୦୦୦ ଟାଇଟଲ ହାସଲ କରିଛନ୍ତି।
୧୫ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ୨୬ ବର୍ଷୀୟ ରୁଡ୍ ସୋମବାର ପ୍ରକାଶିତ ସଦ୍ୟତମ ର଼୍ୟାଙ୍କିଙ୍ଗ ତାଲିକାରେ ଟପ୍ ୧୦ରେ ପ୍ରବେଶ କରିବା ସହ ୭ମ ସ୍ଥାନ ଅଧିକାର କରି ନେଇଛନ୍ତି। ୧୯୯୦ରେ ମାଷ୍ଟର୍ସ ସିରିଜର ପ୍ରଚଳନ ହେବାପରଠାରୁ ୧୩ ଥର ଟୁର୍ ଚାମ୍ପିୟନ ନରଓ୍ବେର ପ୍ରଥମ ଖେଳାଳି ଭାବେ ଏକ ମାଷ୍ଟର୍ସ ୧୦୦୦ ଟ୍ରଫି ହାସଲ କରିଥିବା ଏଟିପି କହିଛି।
ଗତବର୍ଷ ମଣ୍ଟେ କାର୍ଲୋଠାରେ ଷ୍ଟିଫାନସ ସିତ୍ସିପାସ ଏବଂ ୨୦୨୨ରେ ମାୟାମିରେ କାର୍ଲୋସ ଅଲ୍କରାଜଙ୍କ ପରେ ରୁଡ୍ଙ୍କର ଏହାଥିଲା ତୃତୀୟ ଫାଇନାଲ। ଆହୁରି ମଧ୍ୟ ୨୦୨୦ ଆରମ୍ଭରୁ ଅନ୍ୟ ଯେକୌଣସି ଖେଳାଳିଙ୍କ ତୁଳନାରେ ରୁଡ୍ ସବୁଠାରୁ ଅଧିକ ୧୨ଟି କ୍ଲେ ଟାଇଟଲ ହାସଲ କରିଛନ୍ତି। ଡ୍ରାପର ମାର୍ଚ୍ଚରେ ଇଣ୍ଡିଆନ ଓ୍ବେଲ୍ସ ଚାମ୍ପିୟନ ହୋଇଥିଲେ। ମାଡ୍ରିଡ୍ରେ କ୍ୱାର୍ଟରଫାଇନାଲ ଜିତିବା ପରେ ର଼୍ୟାଙ୍କିଙ୍ଗ ତାଲିକାର ୫ମ ସ୍ଥାନ ଅଧିକାର କରିନେଇଛନ୍ତି।
The post ରୁଡ୍ଙ୍କୁ ପ୍ରଥମ ମାଷ୍ଟର୍ସ ଟାଇଟଲ appeared first on Dharitri Odia News.