୧୦୦ ଦିନରେ ସ୍ଥାପନ ହେବ ୩ ସେମିକଣ୍ଡକ୍ଟର କାରଖାନା
ନୂଆଦିଲ୍ଲୀ,୧।୩: ଭାରତର ଚିପ୍ସ ଆବଶ୍ୟକତା ପୂରଣ ପାଇଁ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଆସନ୍ତା ୧୦୦ ଦିନ ମଧ୍ୟରେ ଏହି କାରଖାନାଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଦେଶରେ ସେମିକଣ୍ଡକ୍ଟର ଫ୍ୟାବ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ବାଣିଜି୍ୟକ ସେମିକଣ୍ଡକ୍ଟର ଫ୍ୟାବ ଟାଟା ଏବଂ […] The post ୧୦୦ ଦିନରେ ସ୍ଥାପନ ହେବ ୩ ସେମିକଣ୍ଡକ୍ଟର କାରଖାନା appeared first on Dharitri Odia News.
ନୂଆଦିଲ୍ଲୀ,୧।୩: ଭାରତର ଚିପ୍ସ ଆବଶ୍ୟକତା ପୂରଣ ପାଇଁ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଆସନ୍ତା ୧୦୦ ଦିନ ମଧ୍ୟରେ ଏହି କାରଖାନାଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଦେଶରେ ସେମିକଣ୍ଡକ୍ଟର ଫ୍ୟାବ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ବାଣିଜି୍ୟକ ସେମିକଣ୍ଡକ୍ଟର ଫ୍ୟାବ ଟାଟା ଏବଂ ପାୱାରଚିପ-ତାଇୱାନ ଦ୍ୱାରା ସ୍ଥାପିତ ହେବ ଯାହାର କାରଖାନା ଧୋଲେରାରେ ରହିବ।
ସେହିପରି ଟାଟା ଏବଂ ଟେଷ୍ଟ ପିଭି ଲିମିଟେଡ ଆସାମର ମୋରିଗାଁରେ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ କରିବ। ମୁମ୍ବାଇସ୍ଥିତ ସିଜି ପାୱାର ଗୁଜୁରାଟର ସାନନ୍ଦରେ ଜାପାନର ରେନେସାସ ଇଲେକ୍ଟ୍ରୋନିକ୍ସ କର୍ପ ଏବଂ ଥାଇଲ୍ୟାଣ୍ଡର ଷ୍ଟାର୍ସ ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ସହିତ ଟାଇଅପରେ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ କରିବ। ଏନେଇ ୧.୨୬ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ପ୍ରତିରକ୍ଷା, ଗାଡ଼ି ଏବଂ ଟେଲିକମ୍ୟୁନିକେଶନ ପାଇଁ ଚିପ୍ସ ନିର୍ମାଣ କରାଯିବ। ଏହି ୟୁନିଟଗୁଡିକ ପ୍ରାୟ ୬୦,୦୦୦ ନିଯୁକ୍ତି ସୃଷ୍ଟି କରିବ।
The post ୧୦୦ ଦିନରେ ସ୍ଥାପନ ହେବ ୩ ସେମିକଣ୍ଡକ୍ଟର କାରଖାନା appeared first on Dharitri Odia News.