ପ୍ରାର୍ଥୀଙ୍କ ଡିଜିଟାଲ ପ୍ରଚାର ସମ୍ପର୍କରେ ତଥ୍ୟ ରଖିବାକୁ ଜିଲାପାଳଙ୍କୁ ଚିଠି

କଟକ,୫ା୫(ଶିଳ୍ପା ପ୍ରିୟଦର୍ଶିନୀ)ନିର୍ବାଚନ ସମ୍ପର୍କୀତ ଡିଜିଟାଲ ପ୍ରଚାର ଖବର ଗତ ୩୦ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ସେହିଦିନ ଓଏସ୍‌ଡିର ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର କିସ୍କୁ ୩୦ ଜିଲାର ଜିଲାପାଳଙ୍କୁ ଚିଠି ନଂ. ୭୪୮୦ ଦ୍ୱାରା ନିର୍ବାଚନ ସମୟରେ ପ୍ରାର୍ଥୀ ଡିଜିଟାଲ ପ୍ରଚାର ମାଧ୍ୟମରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେ ସମ୍ପର୍କରେ ନଜର ରଖିବା ପାଇଁ ସୂଚାଇ ଦେଇଛନ୍ତି। ସୂଚନାନୁଯାୟୀ, ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ନିର୍ବାଚନ ପ୍ରଚାର ନେଇ ଏକ ଅର୍ଥରାଶୀ ଉଲ୍ଲେଖ କରିଥାନ୍ତି। ହେଲେ ଚଳିତ […] The post ପ୍ରାର୍ଥୀଙ୍କ ଡିଜିଟାଲ ପ୍ରଚାର ସମ୍ପର୍କରେ ତଥ୍ୟ ରଖିବାକୁ ଜିଲାପାଳଙ୍କୁ ଚିଠି appeared first on Dharitri Odia News.

ପ୍ରାର୍ଥୀଙ୍କ ଡିଜିଟାଲ ପ୍ରଚାର ସମ୍ପର୍କରେ ତଥ୍ୟ ରଖିବାକୁ ଜିଲାପାଳଙ୍କୁ ଚିଠି

କଟକ,୫ା୫(ଶିଳ୍ପା ପ୍ରିୟଦର୍ଶିନୀ)ନିର୍ବାଚନ ସମ୍ପର୍କୀତ ଡିଜିଟାଲ ପ୍ରଚାର ଖବର ଗତ ୩୦ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ସେହିଦିନ ଓଏସ୍‌ଡିର ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର କିସ୍କୁ ୩୦ ଜିଲାର ଜିଲାପାଳଙ୍କୁ ଚିଠି ନଂ. ୭୪୮୦ ଦ୍ୱାରା ନିର୍ବାଚନ ସମୟରେ ପ୍ରାର୍ଥୀ ଡିଜିଟାଲ ପ୍ରଚାର ମାଧ୍ୟମରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେ ସମ୍ପର୍କରେ ନଜର ରଖିବା ପାଇଁ ସୂଚାଇ ଦେଇଛନ୍ତି। ସୂଚନାନୁଯାୟୀ, ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ନିର୍ବାଚନ ପ୍ରଚାର ନେଇ ଏକ ଅର୍ଥରାଶୀ ଉଲ୍ଲେଖ କରିଥାନ୍ତି। ହେଲେ ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଡିଜିଟାଲ୍‌ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଓ୍ବେବ୍‌ ଚ୍ୟାନେଲ୍‌ ଜରିଆରେ ନିଜ ସପକ୍ଷରେ ପ୍ରଚାର କରୁଛନ୍ତି। ତେଣୁ ଡିଜିଟାଲ ପ୍ରଚାରରେ ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେ ସମ୍ପର୍କରେ ଅବଗତ ରହିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

The post ପ୍ରାର୍ଥୀଙ୍କ ଡିଜିଟାଲ ପ୍ରଚାର ସମ୍ପର୍କରେ ତଥ୍ୟ ରଖିବାକୁ ଜିଲାପାଳଙ୍କୁ ଚିଠି appeared first on Dharitri Odia News.