ଏସ.ଜୟଶଙ୍କର ସମ୍ଭାଳିଲେ ବିଦେଶ ମନ୍ତ୍ରାଳୟ ଦାୟିତ୍ୱ, ଜାଣନ୍ତୁ ଚୀନ୍ ଓ ପାକିସ୍ତାନ ନେଇ କହିଲେ କ’ଣ?

ନୂଆଦିଲ୍ଲୀ ୧୧।୬: ଡ.ଏସ୍.ଜୟଶଙ୍କର ମଙ୍ଗଳବାର ପୁଣି ଥରେ ବିଦେଶ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଦ୍ୱିତୀୟବାର ବିଦେଶ ମନ୍ତ୍ରାଳୟ ଦାୟିତ୍ୱଗ୍ରହଣ କରିବା ପରେ ଚୀନ୍‌ ଓ ପାକିସ୍ତାନ ସମ୍ପର୍କ  ଉପରେ ଜୋର ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ଦେଶମାନଙ୍କ ସହ ସମ୍ପର୍କ ଅଲଗା ଅଲଗା ଓ ସମସ୍ୟା ବି ଅଲଗା ଅଲଗା। ମନ୍ତ୍ରୀ କହିଛନ୍ତି ଯେ ଚୀନ୍ ମାମଲାରେ ଉଭୟ ଦେଶଙ୍କ ସୀମା ପ୍ରସଙ୍ଗର ସମାଧାନ ଖୋଜିବାର ଆବଶ୍ୟକତା ରହିଛି। ସେହିପରି ପାକିସ୍ତାନ ସହ ଭାରତ ବହୁ ବର୍ଷରୁ ସୀମାପାର ଆତଙ୍କବାଦ ସମସ୍ୟାର ସମାଧାନ ଚାହୁଁଛି ବୋଲି ଜୟଶଙ୍କର କହିଛନ୍ତି।Assumed charge as the Minister of External Affairs.Thank PM @narendramodi for assigning me this responsibility. pic.twitter.com/XVgHgV3kJ4— Dr. S. Jaishankar (Modi Ka Parivar) (@DrSJaishankar) June 11, 2024ଜୟଶଙ୍କର କହିଛନ୍ତି କୌଣସି ଦେଶରେ ଓ ବିଶେଷ କରି ଗଣତନ୍ତ୍ରରେ ଲଗାତାର ୩ ଥର ନିର୍ବାଚିତ ହେବା ବହୁତ ବଡ଼ କଥା। ଏଣୁ ବିଶ୍ୱ ନିଶ୍ଚିତ ରୂପେ ଅନୁଭବ କରୁଛି ଆଜି ଭାରତରେ ରାଜନୀତି ବେଶ୍ ସ୍ଥିର। ସେ କହିଛନ୍ତି ଯେ ଆଗାମୀ ୫ ବର୍ଷରେ ଚୀନ୍‌ ଓ ପାକିସ୍ତାନ ସହ ଭାରତର ସମ୍ପର୍କ ନେଇ ପଚରା ଯାଉଛି। ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଓ ଚୀନ୍‌ର କଥା ଉଠୁଛି ମୁଁ କେବଳ ଏତିକି କହିପାରେ ଯେ ସେହି ଦେଶଙ୍କ ସହ ଭାରତର  ସମ୍ପର୍କ ଅଲଗା ଓ

ଏସ.ଜୟଶଙ୍କର ସମ୍ଭାଳିଲେ ବିଦେଶ ମନ୍ତ୍ରାଳୟ ଦାୟିତ୍ୱ, ଜାଣନ୍ତୁ ଚୀନ୍ ଓ ପାକିସ୍ତାନ ନେଇ କହିଲେ କ’ଣ?

ନୂଆଦିଲ୍ଲୀ ୧୧।୬: ଡ.ଏସ୍.ଜୟଶଙ୍କର ମଙ୍ଗଳବାର ପୁଣି ଥରେ ବିଦେଶ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଦ୍ୱିତୀୟବାର ବିଦେଶ ମନ୍ତ୍ରାଳୟ ଦାୟିତ୍ୱଗ୍ରହଣ କରିବା ପରେ ଚୀନ୍‌ ଓ ପାକିସ୍ତାନ ସମ୍ପର୍କ  ଉପରେ ଜୋର ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ଦେଶମାନଙ୍କ ସହ ସମ୍ପର୍କ ଅଲଗା ଅଲଗା ଓ ସମସ୍ୟା ବି ଅଲଗା ଅଲଗା। ମନ୍ତ୍ରୀ କହିଛନ୍ତି ଯେ ଚୀନ୍ ମାମଲାରେ ଉଭୟ ଦେଶଙ୍କ ସୀମା ପ୍ରସଙ୍ଗର ସମାଧାନ ଖୋଜିବାର ଆବଶ୍ୟକତା ରହିଛି। ସେହିପରି ପାକିସ୍ତାନ ସହ ଭାରତ ବହୁ ବର୍ଷରୁ ସୀମାପାର ଆତଙ୍କବାଦ ସମସ୍ୟାର ସମାଧାନ ଚାହୁଁଛି ବୋଲି ଜୟଶଙ୍କର କହିଛନ୍ତି।


ଜୟଶଙ୍କର କହିଛନ୍ତି କୌଣସି ଦେଶରେ ଓ ବିଶେଷ କରି ଗଣତନ୍ତ୍ରରେ ଲଗାତାର ୩ ଥର ନିର୍ବାଚିତ ହେବା ବହୁତ ବଡ଼ କଥା। ଏଣୁ ବିଶ୍ୱ ନିଶ୍ଚିତ ରୂପେ ଅନୁଭବ କରୁଛି ଆଜି ଭାରତରେ ରାଜନୀତି ବେଶ୍ ସ୍ଥିର। ସେ କହିଛନ୍ତି ଯେ ଆଗାମୀ ୫ ବର୍ଷରେ ଚୀନ୍‌ ଓ ପାକିସ୍ତାନ ସହ ଭାରତର ସମ୍ପର୍କ ନେଇ ପଚରା ଯାଉଛି। ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଓ ଚୀନ୍‌ର କଥା ଉଠୁଛି ମୁଁ କେବଳ ଏତିକି କହିପାରେ ଯେ ସେହି ଦେଶଙ୍କ ସହ ଭାରତର  ସମ୍ପର୍କ ଅଲଗା ଓ ସଠାକାର ସମସ୍ୟା ବି ଅଲଗା। 


ଚୀନ୍‌ ସମ୍ପର୍କରେ ଆମର ଧ୍ୟାନ ସୀମା ପ୍ରସଙ୍ଗର ସମାଧାନ ଖୋଜିବା ଓ ପାକିସ୍ତାନ ସହିତ ଦୀର୍ଘ ବର୍ଷରୁ ଆମେ ସୀମା ପାର ଆତଙ୍କବାଦ ସମସ୍ୟାର ସମାଧାନ ଖୋଜି ଆସୁଛୁ। ଏସ୍.ଜୟଶଙ୍କର ୨୦୧୯ ମସିହାରେ ବିଜେପି ନେତୃତ୍ୱାଧୀନ ସରକାର ଦ୍ୱିତୀୟ ପାଳିରେ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ପ୍ରଥମ କାର୍ଯ୍ୟକାଳରେ ଜୟଶଙ୍କରଙ୍କୁ ସଠିକ କୂଟନୀତି ପାଇଁ ବିଶ୍ୱସ୍ତରରେ ବେଶ ପ୍ରଶଂସା ମିଳିଥିଲା।


ଋଷୀୟ ତୈଳ ଆମଦାନୀ ପାଇଁ ଜୟଶଙ୍କର ବୈଶ୍ୱିକ ମଞ୍ଚରେ ସେତେବେଳେ ଭାରତକୁ ସୁରକ୍ଷା ଦେଇଥିଲେ ଯେତେବେଳେ ପଶ୍ଚିମ ଓ ୟୁରୋପୀୟ ଦେଶମାନେ ୟୁକ୍ରେନ ଯୁଦ୍ଧ ଲାଗି କ୍ରେମଲିନକୁ ଦଣ୍ଡିତ କରିବା ପାଇଁ କଟକଣା ଜାରି କରିଥିଲେ। ଏହା ଛଡା ଜୟଶଙ୍କର ବିଭିନ୍ନ ଅଭିଯାନ ହାତକୁ ନେଇ ଯୁଦ୍ଧକ୍ଷେତ୍ରରେ ଫଶି ରହିଥିବା ହଜାର ହଜାର ଭାରତୀୟଙ୍କୁ ଉଦ୍ଧାର କରିଥିଲେ।