ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା, ୨୦ ଯାଏଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର ୧୭।୧୨ : ରାଜ୍ୟରେ ବୁଧବାରଠାରୁ ବର୍ଷା ହେବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୦ ତାରିଖ ଯାଏ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ସେହିଭଳି ଦିନ ତାପମାତ୍ରା ବି ୩ରୁ ୫ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ତାରିଖରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୦ ତାରିଖରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମଙ୍ଗଳବାରଠାରୁ ରାତି ତାପମାତ୍ରା କମିବ। ବୁଧବାର ଏହା ଆହୁରି କମିବ । ଆଗକୁ ଏହା ୩ରୁ ୫ ଡିଗ୍ରୀ ଯାଏ କମିବ । ଫଳରେ ଶୀତ କମିବ । ତେବେ ଦିନରେ ପାଗ କୋହଲା ରହିବ । ଦିନ ତାପମାତ୍ରା ବି ୩ରୁ ୫ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ପୂର୍ବାନୁମାନ କରିଛନ୍ତି । ପାଗ କୋହଲା ସହିତ ଦିନ ତାପମାତ୍ରା କମିଲେ

ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା, ୨୦ ଯାଏଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର ୧୭।୧୨ : ରାଜ୍ୟରେ ବୁଧବାରଠାରୁ ବର୍ଷା ହେବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୦ ତାରିଖ ଯାଏ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। 

ସେହିଭଳି ଦିନ ତାପମାତ୍ରା ବି ୩ରୁ ୫ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ତାରିଖରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୦ ତାରିଖରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । 

ମଙ୍ଗଳବାରଠାରୁ ରାତି ତାପମାତ୍ରା କମିବ। ବୁଧବାର ଏହା ଆହୁରି କମିବ । ଆଗକୁ ଏହା ୩ରୁ ୫ ଡିଗ୍ରୀ ଯାଏ କମିବ । ଫଳରେ ଶୀତ କମିବ । ତେବେ ଦିନରେ ପାଗ କୋହଲା ରହିବ । ଦିନ ତାପମାତ୍ରା ବି ୩ରୁ ୫ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ପୂର୍ବାନୁମାନ କରିଛନ୍ତି । ପାଗ କୋହଲା ସହିତ ଦିନ ତାପମାତ୍ରା କମିଲେ ଥଣ୍ଡା ଅନୁଭୂତ ହେବ। 

ସୋମବାର ରାତିରେ ଜି ଉଦୟଗିରି ସବୁଠୁ ଥଣ୍ଡା ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୪.୭ ଡିଗ୍ରୀ ରେକର୍ଡ ହୋଇଛି। ରାଉରକେଲାରେ ପାରଦ ୫.୭ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୮.୨, ଫୁଲବାଣୀରେ ୭.୫, ସୁନ୍ଦରଗଡ଼ରେ ୮.୬, କେନ୍ଦୁଝରରେ ୮.୯, ନବରଙ୍ଗପୁର, ଭବାନୀପାଟଣା ଓ ଅନୁଗୁଳରେ ୯, ଭଦ୍ରକରେ ୯.୫, ବଲାଙ୍ଗୀରରେ ୧୦, କୋରାପୁଟରେ ୧୦.୮ ଡିଗ୍ରୀ ରେକର୍ଡ ହୋଇଛି । ୧୦ ଡିଗ୍ରୀ ତଳେ ୯ ସହର ରହିଛି ।