ଡେରାଡୁନ ବୁଲି ଯାଉଥିଲେ ୭ ସାଙ୍ଗ, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଉତ୍ତରାଖଣ୍ଡ ୧୨/୧୧: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଯାଇଛି ୬ ଜୀବନ । ମୃତକଙ୍କ ମଧ୍ୟରେ ଯୁବତୀ ଓ ୩ ଯୁବକ ଅଛନ୍ତି । ସମସ୍ତଙ୍କ ଘର ଡେରାଡୁନ ଆଖପାଖ ଅଞ୍ଚଳରେ ହୋଇଥିବା ବେଳେ ସେମାନଙ୍କ ବୟସ ୨୫ ବର୍ଷରୁ କମ୍‌ ବୋଲି ଜଣାଯାଇଛି । ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ଥାଉକି, ସୋମବାର ରାତିରେ ୭ ଯୁବକ ଯୁବତୀ କାର୍‌ରେ ଡେରାଡୁନ ବୁଲି ବାହାରିଥିଲେ । ଗାଡ଼ିଟି ଦ୍ରୁତ ଗତିରେ ଥିବା ବେଳେ ଡେରାଡୁନର ଓଏନ୍‌ଜିସି ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ରୁ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । 

ଡେରାଡୁନ ବୁଲି ଯାଉଥିଲେ ୭ ସାଙ୍ଗ, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଉତ୍ତରାଖଣ୍ଡ ୧୨/୧୧: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଯାଇଛି ୬ ଜୀବନ । ମୃତକଙ୍କ ମଧ୍ୟରେ ଯୁବତୀ ଓ ୩ ଯୁବକ ଅଛନ୍ତି । ସମସ୍ତଙ୍କ ଘର ଡେରାଡୁନ ଆଖପାଖ ଅଞ୍ଚଳରେ ହୋଇଥିବା ବେଳେ ସେମାନଙ୍କ ବୟସ ୨୫ ବର୍ଷରୁ କମ୍‌ ବୋଲି ଜଣାଯାଇଛି । ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। 

ସୂଚନା ଥାଉକି, ସୋମବାର ରାତିରେ ୭ ଯୁବକ ଯୁବତୀ କାର୍‌ରେ ଡେରାଡୁନ ବୁଲି ବାହାରିଥିଲେ । ଗାଡ଼ିଟି ଦ୍ରୁତ ଗତିରେ ଥିବା ବେଳେ ଡେରାଡୁନର ଓଏନ୍‌ଜିସି ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ରୁ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।