ଋଷ ସହିତ ଯୁଦ୍ଧ ବନ୍ଦ କରିବାକୁ ହେଲେ ଭାରତ ଆମକୁ ସମର୍ଥନ କରୁ, ଆମେ ବାଲାନ୍ସ ଚାହୁଁନୁ: ୟୁକ୍ରେନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ସହିତ ଯୁଦ୍ଧରେ ଆମେ ଭାରତର ନିରପେକ୍ଷତା ଚାହୁଁ ନାହୁଁ। ଯୁଦ୍ଧ ଶେଷ କରିବାକୁ ହେଲେ ଭାରତ ଆମକୁ ସମର୍ଥନ କରୁ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡୋମୀର ଜେଲେନସ୍କି। ଭାରତ ନିରପେକ୍ଷ ଓ ମାପିଚୁପି ନରହିବାକୁ ଜେଲେନ୍‌ସ୍କି ଅନୁରୋଧ କରିଛନ୍ତି। ଯୁକ୍ରେନ୍ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ଦେଇଛନ୍ତି ଜେଲେନ୍‌ସ୍କି। ଏଥିସହିତ ସେ ଖୁବ୍‌ଶୀଘ୍ର ଭାରତ ଆସି ଭାରତୀୟ ଲୋକଙ୍କ ସହ ମିଶିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି “ଆମେ ଚାହୁଁ ଯେ ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ଆମ ପକ୍ଷରେ ରହୁ। ଏବଂ ବାଲାନ୍ସ ରଖିବାକୁ କୌଣସି ପ୍ରୟାସ କରାଯିବା ଉଚିତ ନୁହେଁ। ଭାରତୀୟ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ମୁଁ ଖୁବ୍‌ଶୀଘ୍ର ଭାରତ ଆସିବାକୁ ଚାହୁଁଛି। ଋଷ ସହିତ ଆମ ଯୁଦ୍ଧ ରୋକିବାରେ ଭାରତକୁ ବଡ଼ ଭୂମିକା ନିର୍ବାହ କରିବାର ଅଛି। ଭାରତ ବିଶ୍ୱରେ ଏକ ମହତ୍ୱପୂର୍ଣ୍ଣ ଦେଶ, ଶାନ୍ତି ପ୍ରତିଷ୍ଠା ଦିଗରେ ଏହା ବଡ଼ ଭୂମିକା ନିର୍ବାହ କରିପାରେ।”ସୂଚନା ଥାଉକି ଶୁକ୍ରବାର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ରେନରେ ଥିଲେ। ସ୍ୱାଧୀନତା ପରଠାରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ସିଏ ପୁଣି ଯୁଦ୍ଧ ଭଳି ସଂକଟ ସମୟରେ। ୟୁକ୍ର

ଋଷ ସହିତ ଯୁଦ୍ଧ ବନ୍ଦ କରିବାକୁ ହେଲେ ଭାରତ ଆମକୁ ସମର୍ଥନ କରୁ, ଆମେ ବାଲାନ୍ସ ଚାହୁଁନୁ: ୟୁକ୍ରେନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ସହିତ ଯୁଦ୍ଧରେ ଆମେ ଭାରତର ନିରପେକ୍ଷତା ଚାହୁଁ ନାହୁଁ। ଯୁଦ୍ଧ ଶେଷ କରିବାକୁ ହେଲେ ଭାରତ ଆମକୁ ସମର୍ଥନ କରୁ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡୋମୀର ଜେଲେନସ୍କି। ଭାରତ ନିରପେକ୍ଷ ଓ ମାପିଚୁପି ନରହିବାକୁ ଜେଲେନ୍‌ସ୍କି ଅନୁରୋଧ କରିଛନ୍ତି। 

ଯୁକ୍ରେନ୍ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ଦେଇଛନ୍ତି ଜେଲେନ୍‌ସ୍କି। ଏଥିସହିତ ସେ ଖୁବ୍‌ଶୀଘ୍ର ଭାରତ ଆସି ଭାରତୀୟ ଲୋକଙ୍କ ସହ ମିଶିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। 

ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି “ଆମେ ଚାହୁଁ ଯେ ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ଆମ ପକ୍ଷରେ ରହୁ। ଏବଂ ବାଲାନ୍ସ ରଖିବାକୁ କୌଣସି ପ୍ରୟାସ କରାଯିବା ଉଚିତ ନୁହେଁ। ଭାରତୀୟ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ମୁଁ ଖୁବ୍‌ଶୀଘ୍ର ଭାରତ ଆସିବାକୁ ଚାହୁଁଛି। ଋଷ ସହିତ ଆମ ଯୁଦ୍ଧ ରୋକିବାରେ ଭାରତକୁ ବଡ଼ ଭୂମିକା ନିର୍ବାହ କରିବାର ଅଛି। ଭାରତ ବିଶ୍ୱରେ ଏକ ମହତ୍ୱପୂର୍ଣ୍ଣ ଦେଶ, ଶାନ୍ତି ପ୍ରତିଷ୍ଠା ଦିଗରେ ଏହା ବଡ଼ ଭୂମିକା ନିର୍ବାହ କରିପାରେ।”

ସୂଚନା ଥାଉକି ଶୁକ୍ରବାର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ରେନରେ ଥିଲେ। ସ୍ୱାଧୀନତା ପରଠାରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ସିଏ ପୁଣି ଯୁଦ୍ଧ ଭଳି ସଂକଟ ସମୟରେ। ୟୁକ୍ରେନ୍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜେଲେନ୍‌ସ୍କିଙ୍କ ସିହତ ସାମ୍ନାସାମ୍ନି ପ୍ରତିନିଧି ମଣ୍ଡଳ ବୈଠକ କରିଥିଲେ। ଋଷ ଓ ୟୁକ୍ରେନ୍ ସମସ୍ୟାରେ ଦ୍ୱିପାଖିକ ଆଲୋଚନାର ବାଟ କିଭଳି ଫିଟିବ ସେ ନେଇ ଆଲୋଚନା ହୋଇଥିଲା।