ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୧୦ରୁ ଅଧିକ ମାଓବାଦୀ ନିହତ

ନୂଆପଡ଼ା ୨୧।୦୧ : ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା । ଏନ୍‌କାଉଣ୍ଟରରେ ଟଳିଲେ ୧୦ରୁ ଅଧିକ ମାଓବାଦୀ । ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧର ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀ ଏବଂ ପୋଲିସକୁ ମିଳିଛି ଏହି ସଫଳତା । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଖବର ଅନୁଯାୟୀ, ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଛତିଶଗଡ଼ ଏବଂ ଓଡିଶା ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଚାଲିଥିଲା । ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ପରେ ଉଭୟ ରାଜ୍ୟର ପୋଲିସ ଆକ୍ସନକୁ ଆସିଥିଲେ । ରବିବାର ସନ୍ଧ୍ୟାରେ ଅନ୍ତଃରାଜ୍ୟ ସୁରକ୍ଷା ବାହିନୀ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ । ନୂଆପଡ଼ା ଏସ୍‌ପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ଛତିଶଗଡ଼ ରାଜ୍ୟର ୨ଟି ସ୍ୱତନ୍ତ୍ର ପୁଲିସ୍‌ ଟିମ୍‌  (ଇ-୩୦), ୫ ସିଆର୍‌ପିଏଫ ଟିମ୍‌ ସମେତ ୧୦ଟି ଟିମ ଏଥିରେ ସାମିଲ ହୋଇଥିଲେ । ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ସୋମବାର ଦିନ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ମଙ୍ଗଳବାର ଟଳିଥିଲେ ୧୦ରୁ ଅଧିକ ମାଓବାଦୀ । ପୋଲିସ ଏନ୍‌କାଉଣ୍ଟରରେ ୧୦ରୁ ଅଧିକ ମାଓବାଦୀ ନ

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୧୦ରୁ ଅଧିକ ମାଓବାଦୀ ନିହତ

ନୂଆପଡ଼ା ୨୧।୦୧ : ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା । ଏନ୍‌କାଉଣ୍ଟରରେ ଟଳିଲେ ୧୦ରୁ ଅଧିକ ମାଓବାଦୀ । ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧର ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀ ଏବଂ ପୋଲିସକୁ ମିଳିଛି ଏହି ସଫଳତା । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । 

ଖବର ଅନୁଯାୟୀ, ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଛତିଶଗଡ଼ ଏବଂ ଓଡିଶା ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଚାଲିଥିଲା । ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ପରେ ଉଭୟ ରାଜ୍ୟର ପୋଲିସ ଆକ୍ସନକୁ ଆସିଥିଲେ । ରବିବାର ସନ୍ଧ୍ୟାରେ ଅନ୍ତଃରାଜ୍ୟ ସୁରକ୍ଷା ବାହିନୀ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ । ନୂଆପଡ଼ା ଏସ୍‌ପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ଛତିଶଗଡ଼ ରାଜ୍ୟର ୨ଟି ସ୍ୱତନ୍ତ୍ର ପୁଲିସ୍‌ ଟିମ୍‌  (ଇ-୩୦), ୫ ସିଆର୍‌ପିଏଫ ଟିମ୍‌ ସମେତ ୧୦ଟି ଟିମ ଏଥିରେ ସାମିଲ ହୋଇଥିଲେ । ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ସୋମବାର ଦିନ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ମଙ୍ଗଳବାର ଟଳିଥିଲେ ୧୦ରୁ ଅଧିକ ମାଓବାଦୀ । ପୋଲିସ ଏନ୍‌କାଉଣ୍ଟରରେ ୧୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଆଇଇଡ଼ି, କିଛି ବନ୍ଧୁକ ଏବଂ ପୋଷାକ ରହିଥିବା ସୂଚନା ମିଳିଛି । ଏନ୍‌କାଉଣ୍ଟର ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ହେଲେ ପୋଲିସ ପକ୍ଷରୁ ଏବେବି କୁମ୍ବିଂ ଅପରେସନ ଜାରି ରହିଛି । 

ଟେଲି ଅଭିନେତା ଯୋଗେଶ ମହାଜନଙ୍କ ଦେହାନ୍ତ, ହୃଦଘାତରେ ଚାଲିଗଲା ଜୀବନ