ବାଲେଶ୍ବରରେ ଏକ୍ସପାୟରି ବିୟର ବିକ୍ରି ଘଟଣା, ମଦ ଦୋକାନ ମାଲିକ ନବ ରାୟ ଗିରଫ

ବାଲେଶ୍ବର: ଏକ୍ସପାୟରି ବିୟର ବିକ୍ରି ଘଟଣା। ମଦ ଦୋକାନ ମାଲିକ ନବ ରାୟ ଗିରଫ।ଗିରଫ ପରେ ପାଇଖାନା ଭିତରେ ଯାଇ ବ୍ଲିଚିଂ ପିଇ ଦେଲେ ନବ ରାୟ। ତେବେ ଗୁରୁତର ନବ ରାୟ ବାଲେଶ୍ବର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । କରାଯାଇଛି। ସୂଚନାଥାଉକି, ପାତ୍ରପଡ଼ା ସହରରେ ବନ୍ଦ ପଡ଼ିଥିବା ସରକାରୀ ବିଦେଶୀ ମଦ ନିକଟରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଗତକାଲି ଅବକାରୀ ବିଭାଗ ଚଢଉ କରିଥିଲା । ଚଢ଼ଉ ବେଳେ ପ୍ରାୟ ୨ ଲକ୍ଷ ଟଙ୍କାର ଏକ୍ସପାରି ମଦ ଜବତ କରିଥିଲା ।ଏଥିରେ ସଂପୃକ୍ତ ଥିବା ମଦ ଦୋକାନୀ ମାଲିକ ନବକିଶୋର ରାୟଙ୍କ ସହ ଜଣେ କର୍ମଚାରୀଙ୍କୁ ଅବକାରୀ ବିଭାଗ ଗତକାଲି ଉଠାଇ ଆଣିଥିଲା ।  ତେବେ ଏତେ ପରିମାଣର ଏକ୍ସପାରି ବିୟର କେଉଁଠାରୁ ଆଣିଲେ ଓ କ’ଣ ପାଇଁ ଅବକାରୀ ବିଭାଗର ବିନା ଅନୁମତି ରେ ବିକ୍ରି କରୁଥିଲେ ସେନେଇ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ମାଲିକ ନବ ରାୟଙ୍କୁ ଛାଡ଼ି ଦେଇଥିଲେ ଅବକାରୀ ବିଭାଗ।

ବାଲେଶ୍ବରରେ ଏକ୍ସପାୟରି ବିୟର ବିକ୍ରି ଘଟଣା, ମଦ ଦୋକାନ ମାଲିକ ନବ ରାୟ ଗିରଫ

ବାଲେଶ୍ବର: ଏକ୍ସପାୟରି ବିୟର ବିକ୍ରି ଘଟଣା। ମଦ ଦୋକାନ ମାଲିକ ନବ ରାୟ ଗିରଫ।ଗିରଫ ପରେ ପାଇଖାନା ଭିତରେ ଯାଇ ବ୍ଲିଚିଂ ପିଇ ଦେଲେ ନବ ରାୟ। ତେବେ ଗୁରୁତର ନବ ରାୟ ବାଲେଶ୍ବର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । କରାଯାଇଛି। 

ସୂଚନାଥାଉକି, ପାତ୍ରପଡ଼ା ସହରରେ ବନ୍ଦ ପଡ଼ିଥିବା ସରକାରୀ ବିଦେଶୀ ମଦ ନିକଟରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଗତକାଲି ଅବକାରୀ ବିଭାଗ ଚଢଉ କରିଥିଲା । ଚଢ଼ଉ ବେଳେ ପ୍ରାୟ ୨ ଲକ୍ଷ ଟଙ୍କାର ଏକ୍ସପାରି ମଦ ଜବତ କରିଥିଲା ।

ଏଥିରେ ସଂପୃକ୍ତ ଥିବା ମଦ ଦୋକାନୀ ମାଲିକ ନବକିଶୋର ରାୟଙ୍କ ସହ ଜଣେ କର୍ମଚାରୀଙ୍କୁ ଅବକାରୀ ବିଭାଗ ଗତକାଲି ଉଠାଇ ଆଣିଥିଲା ।  ତେବେ ଏତେ ପରିମାଣର ଏକ୍ସପାରି ବିୟର କେଉଁଠାରୁ ଆଣିଲେ ଓ କ’ଣ ପାଇଁ ଅବକାରୀ ବିଭାଗର ବିନା ଅନୁମତି ରେ ବିକ୍ରି କରୁଥିଲେ ସେନେଇ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ମାଲିକ ନବ ରାୟଙ୍କୁ ଛାଡ଼ି ଦେଇଥିଲେ ଅବକାରୀ ବିଭାଗ।