ଏସବୁ ରାଶିର ଝିଅଙ୍କ ନାକ ଅଗରେ ରାଗ, ଶାନ୍ତ କରିବା କାଠିକର ପାଠ
ଜୌତିଷଶାସ୍ତ୍ର ଅନୁସାରେ ପ୍ରତିଟି ରାଶିର ସ୍ବାମୀ ଗ୍ରହ ଅଛନ୍ତି। ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ। ମଙ୍ଗଳ ଗ୍ରହ ଥିବା ରାଶିର ଜାତକଧାରୀ ବହୁତ ଉତ୍ସାହୀ, ଆତ୍ମବିଶ୍ୱାସୀ,ଜିଦ୍ଖୋର ଏବଂ ରାଗି ହୋଇଥାନ୍ତି। ସେହି ଶନି ଗ୍ରହ ଥିବା ରାଶିର ଲୋକ ବହୁତ ପରିଶ୍ରମୀ, ସଚ୍ଚୋଟ, ଧୌର୍ଯ୍ୟବାନ ଏବଂ ଶାନ୍ତ ସ୍ବଭାବର ହୋଇଥାନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ରରେ କିଛି ରାଶିର ଯୁବତୀ ରାଗି ସ୍ବଭାବର ହୋଇଥାନ୍ତି। ଆସନ୍ତୁ ଜାଣିବା: -ମେଷ: ମେଷ ରାଶି ଉପରେ ମଙ୍ଗଳର ପ୍ରଭାବ […] The post ଏସବୁ ରାଶିର ଝିଅଙ୍କ ନାକ ଅଗରେ ରାଗ, ଶାନ୍ତ କରିବା କାଠିକର ପାଠ appeared first on Dharitri Odia News.
ଜୌତିଷଶାସ୍ତ୍ର ଅନୁସାରେ ପ୍ରତିଟି ରାଶିର ସ୍ବାମୀ ଗ୍ରହ ଅଛନ୍ତି। ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ। ମଙ୍ଗଳ ଗ୍ରହ ଥିବା ରାଶିର ଜାତକଧାରୀ ବହୁତ ଉତ୍ସାହୀ, ଆତ୍ମବିଶ୍ୱାସୀ,ଜିଦ୍ଖୋର ଏବଂ ରାଗି ହୋଇଥାନ୍ତି। ସେହି ଶନି ଗ୍ରହ ଥିବା ରାଶିର ଲୋକ ବହୁତ ପରିଶ୍ରମୀ, ସଚ୍ଚୋଟ, ଧୌର୍ଯ୍ୟବାନ ଏବଂ ଶାନ୍ତ ସ୍ବଭାବର ହୋଇଥାନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ରରେ କିଛି ରାଶିର ଯୁବତୀ ରାଗି ସ୍ବଭାବର ହୋଇଥାନ୍ତି। ଆସନ୍ତୁ ଜାଣିବା:
-ମେଷ: ମେଷ ରାଶି ଉପରେ ମଙ୍ଗଳର ପ୍ରଭାବ ଥାଏ। ଏହି କାରଣରୁ ଏହି ରାଶି ଥିବା ଯୁବତୀ ବହୁତ ରାଗି ହୋଇଥାନ୍ତି। ଛୋଟ ଛୋଟ କଥା ଏମାନଙ୍କୁ ଖରାପ ଲାଗିଥାଏ। ଥରେ ରାଗିଲେ ଏମାନେ ନିଆଁବାଣ ହୋଇଯାଆନ୍ତି। ଯାହା ମନକୁ ଆସେ ତାହା କହି ଦିଅନ୍ତି। ଏମାନଙ୍କୁ ଶାନ୍ତ କରିବା କାଠିକର ପାଠ।
-ବୃଷ: ଏହି ରାଶିର ଯୁବତୀ ବହୁତ ଶୀଘ୍ର ରାଗି ଯାଆନ୍ତି। ଥରେ ରାଗିଲେ ଏମାନେ ସବୁ ସୀମା ପାର କରିଦିଅନ୍ତି। ଫଳରେ ତାଙ୍କ ମୁହଁରୁ ଏପରି କିଛି ବାହାରି ଯାଏ ଯାହାଦ୍ୱାରା ସମ୍ପର୍କରେ ଦୂରତା ଆସିଯାଇଥାଏ। ଏମାନେ ସହଜରେ ଶାନ୍ତ ହୁଅନ୍ତି ନାହିଁ।
-ସିଂହ ରାଶି: ଏହି ରାଶିର ଯୁବତୀ ବହୁତ ରାଗି ସ୍ବଭାବର। ଏମାନେ ନିଜର ରାଗ ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ। ଏମାନେ ଏପରି କିଛି କହିଦିଅନ୍ତି ଯାହା ଅନ୍ୟକୁ ଦୁଃଖ ଦେଇଥାଏ। ପରେ ସେ ପଶ୍ଚାତାପ ମଧ୍ୟ କରନ୍ତି। ଏହି ରାଶିର ଯୁବତୀ ବହୁତ ସ୍ବାଭିମାନୀ ହୋଇଥାନ୍ତି।
-ବିଛା: ସାଧାରଣତଃ ଏହି ରାଶିର ଯୁବତୀ ସହଜରେ ରାଗନ୍ତି ନାହିଁ। ହେଲେ ଯେତେବେଳେ ଏମାନେ ରାଗି ଯାଆନ୍ତି, ସେ କାହା କଥା ଶୁଣନ୍ତି ନାହିଁ। କ୍ରୋଧର ସବୁ ସୀମା ଟପି ଯାଆନ୍ତି ଏମାନେ।
The post ଏସବୁ ରାଶିର ଝିଅଙ୍କ ନାକ ଅଗରେ ରାଗ, ଶାନ୍ତ କରିବା କାଠିକର ପାଠ appeared first on Dharitri Odia News.