ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅତିରିକ୍ତ ଜିଲା ଜଜ୍‌ କୋର୍ଟର ମମିତା ଦାସ ଶନିବାର ଏକ ହତ୍ୟା ମାମଲାର ଶୁଣାଣି କରି ଏରେଣ୍ଡେଇ ଗ୍ରାମର ଶିବ ମୁଣ୍ଡା (୨୫), ରଥ ମୁଣ୍ଡା (୨୦), ଟିମା ମୁଣ୍ଡା (୨୦)ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରକାଶ ଯେ, ଗତ ୧ ଜାନୁଆରୀ ୨୦୨୧ ସନ୍ଧ୍ୟାରେ ମୃତକ ଏରେଣ୍ଡେଇ ଗ୍ରାମର […] The post ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.

ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅତିରିକ୍ତ ଜିଲା ଜଜ୍‌ କୋର୍ଟର ମମିତା ଦାସ ଶନିବାର ଏକ ହତ୍ୟା ମାମଲାର ଶୁଣାଣି କରି ଏରେଣ୍ଡେଇ ଗ୍ରାମର ଶିବ ମୁଣ୍ଡା (୨୫), ରଥ ମୁଣ୍ଡା (୨୦), ଟିମା ମୁଣ୍ଡା (୨୦)ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି।

ପ୍ରକାଶ ଯେ, ଗତ ୧ ଜାନୁଆରୀ ୨୦୨୧ ସନ୍ଧ୍ୟାରେ ମୃତକ ଏରେଣ୍ଡେଇ ଗ୍ରାମର ହେମନ୍ତ ମହାନ୍ତ ରାଜାବାହାଳି ସାହି ହାଟକୁ ଯାଇଥିବା ବେଳେ ଆସାମୀମାନେ ମିଳିତ ଭାବରେ ମରଣାନ୍ତକ ଆକ୍ରମଣ କରି ଅଚେତ ଅବସ୍ଥାରେ ପକାଇ ଦେଇ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଶାନ୍ତିଲତା ମୁଣ୍ଡା ଛଡ଼ାଇବାରୁ ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଆକ୍ରମଣ କରିଥିଲେ। ସେ ଆହତ ହୋଇଥିଲେ। ସେମାନେ ମୃତ ହେମନ୍ତଙ୍କ ପାଖରୁ ୪ ହଜାର ଟଙ୍କା ଲୁଟ୍‌ କରି ନେଇଥିବା ବେଳେ ମୋବାଇଲ ଧରି ଫେରାର ହୋଇଯାଇଥିଲେ। ଆକ୍ରମଣରେ ୨ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ହେମନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ହେମନ୍ତଙ୍କ ଭାଇ ହରିଶ୍ଚନ୍ଦ୍ର ମହାନ୍ତ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ପାଟଣା ଥାନା ପୋଲିସ ଅଭିଯୋଗ ପାଇ କେସ୍‌ ନମ୍ବର ୨/୨୧ରେ ମାମଲା ରୁଜୁ କରି ୩ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
୧୯ ଜଣ ସାକ୍ଷୀଙ୍କ ବୟାନ ଏବଂ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଆଜି କୋର୍ଟ ଆସାମୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି ବୋଲି କେଦ୍‌ ପରିଚାଳନା କରିଥିବା ଅତିରକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଫୁଲ କୁମାର ପାତ୍ର ସୂଚନା ଦେଇଛନ୍ତି।

The post ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.