୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୧୫।୩: ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଜିଡିଏସମାନେ ଗ୍ରାମାଞ୍ଚଳରେ ଡାକ ବିଭାଗର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିଥାନ୍ତି ଏବଂ ଆମ ଦେଶର ଦୁର୍ଗମ ଭାଗକୁ ଡାକ ଏବଂ ଆର୍ଥିକ […] The post ୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ appeared first on Dharitri Odia News.

୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୧୫।୩: ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଜିଡିଏସମାନେ ଗ୍ରାମାଞ୍ଚଳରେ ଡାକ ବିଭାଗର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିଥାନ୍ତି ଏବଂ ଆମ ଦେଶର ଦୁର୍ଗମ ଭାଗକୁ ଡାକ ଏବଂ ଆର୍ଥିକ ସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ପ୍ରତ୍ୟେକ ଗ୍ରାମୀଣ ଡାକ ସେବକଙ୍କୁ ୧୨, ୨୪ ଓ ୩୬ ବର୍ଷର ଚାକିରି ଶେଷ ହେବା ପରେ ଯଥାକ୍ରମେ ବାର୍ଷିକ ୪,୩୨୦/- ଟଙ୍କା, ୫,୫୨୦/- ଟଙ୍କା ଏବଂ ୭,୨୦୦/- ଟଙ୍କାର ତିନୋଟି ଆର୍ଥିକ ପଦୋନ୍ନତି ସୁବିଧା ପ୍ରଦାନ କରାଯିବ।

ଏହା ‘ସମୟ ଆଧାରିତ ନିରନ୍ତରତା ଭତ୍ତା (ଟିଆରସିଏ)’ ଆକାରରେ ଜିଡିଏସ୍ କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅତିରିକ୍ତ ମିଳିବ। ଜିଡିଏସର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏହି ଯୋଜନା ଦ୍ୱାରା ୨.୫୬ ଲକ୍ଷରୁ ଅଧିକ ଜିଡିଏସ ଉପକୃତ ହେବେ ଏବଂ ସେମାନଙ୍କ ସେବାରେ ସ୍ଥାଣୁତା ଦୂର ହେବ ବୋଲି ଆଶା କରାଯାଉଛି ।

The post ୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ appeared first on Dharitri Odia News.