ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୮: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ କହିଛନ୍ତି, ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ କୋଟା ଦିଆଯାଇପାରିବ। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଅଧ୍ୟକ୍ଷତାରେ ଏହି ବେଞ୍ଚ ବହୁମତରେ ୬-୧ ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବରେ ବାଲ୍ମିକୀ ଏବଂ ମଜହବୀ ଶିଖ ଜାତିର ଅନୁସୂଚିତ ଜାତି ସଂରକ୍ଷଣର ଅଧା ଅଂଶ ପ୍ରଦାନ କରିବାର […] The post ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ appeared first on Dharitri Odia News.

ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୮: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ କହିଛନ୍ତି, ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ କୋଟା ଦିଆଯାଇପାରିବ। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଅଧ୍ୟକ୍ଷତାରେ ଏହି ବେଞ୍ଚ ବହୁମତରେ ୬-୧ ଏହି ନିଷ୍ପତ୍ତି ନିଆଯାଇଛି।
ପଞ୍ଜାବରେ ବାଲ୍ମିକୀ ଏବଂ ମଜହବୀ ଶିଖ ଜାତିର ଅନୁସୂଚିତ ଜାତି ସଂରକ୍ଷଣର ଅଧା ଅଂଶ ପ୍ରଦାନ କରିବାର ଆଇନ ହାଇକୋର୍ଟ ଦ୍ୱାରା ୨୦୧୦ରେ ରଦ୍ଦ କରାଯାଇଥିଲା। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଗୁରୁବାର ଏହି ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏସସି/ଏସଟି ବର୍ଗରେ ଅନେକ ଜାତି ଅଛନ୍ତି, ଯେଉଁମାନେ ବହୁତ ପଛୁଆ। ଏହି ଜାତିର ସଶକ୍ତିକରଣ ପାଇଁ ଅତ୍ୟଧିକ ଆବଶ୍ୟକତା ଅଛି।
ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଯେଉଁ ଜାତିକୁ ସଂରକ୍ଷଣରେ ପୃଥକ ଅଂଶ ଦିଆଯାଉଛି, ସେହି ଜାତିର ପଛୁଆବର୍ଗର ପ୍ରମାଣ ରହିବା ଉଚିତ। ଶିକ୍ଷା ଏବଂ ରୋଜଗାରରେ ଏହାର ନିମ୍ନ ପ୍ରତିନିଧିତ୍ୱ ପାଇଁ ଏହାକୁ ଦାୟୀ କରାଯାଇପାରେ। ଅଧିକ ସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ଜାତିର ଉପସ୍ଥିତି ଉପରେ ଏହାକୁ ଆଧାର କରିବା ଭୁଲ ହେବ।
କୋର୍ଟ କହିଛନ୍ତି ଯେ, ଅନୁସୂଚିତ ଜାତି ବର୍ଗ ସମାନ ନୁହେଁ। କେତେକ ଜାତି ଅଧିକ ପଛୁଆ। ସେମାନଙ୍କୁ ଏକ ସୁଯୋଗ ଦେବା ଠିକ।

The post ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ appeared first on Dharitri Odia News.