ଏସସିଓ ବିବୃତି ଉପରେ ଆଲୋଚନାରୁ ନିଜକୁ ଦୂରେଇ ରଖିଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଆକ୍ରମଣକୁ ନେଇ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଏକ ବିବୃତି ଜାରି କରିଛି। ଇସ୍ରାଏଲର ପଦକ୍ଷେପକୁ ବିବୃତିରେ ନିନ୍ଦା କରାଯାଇଛି। ଇସ୍ରାଏଲ ଇରାନର ଜନାସଧାରଣ, ଶକ୍ତି ଏବଂ ପରିବହନ ଭିତ୍ତିଭୂମିକୁ ଟାର୍ଗେଟ କରି ଆକ୍ରମଣ କରିଛି, ଯାହା ଏକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ବୋଲି ଏସସିଓ କହିବା ସହିତ ଏହା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରକୁ ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଛି। ତେବେ ଅନ୍ତର୍ଜାତୀୟ ସମୁଦାୟକୁ ଦୃଷ୍ଟିରେ ରଖି ଏସସିଓ […]

ଏସସିଓ ବିବୃତି ଉପରେ ଆଲୋଚନାରୁ ନିଜକୁ ଦୂରେଇ ରଖିଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଆକ୍ରମଣକୁ ନେଇ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଏକ ବିବୃତି ଜାରି କରିଛି। ଇସ୍ରାଏଲର ପଦକ୍ଷେପକୁ ବିବୃତିରେ ନିନ୍ଦା କରାଯାଇଛି। ଇସ୍ରାଏଲ ଇରାନର ଜନାସଧାରଣ, ଶକ୍ତି ଏବଂ ପରିବହନ ଭିତ୍ତିଭୂମିକୁ ଟାର୍ଗେଟ କରି ଆକ୍ରମଣ କରିଛି, ଯାହା ଏକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ବୋଲି ଏସସିଓ କହିବା ସହିତ ଏହା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରକୁ ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଛି। ତେବେ ଅନ୍ତର୍ଜାତୀୟ ସମୁଦାୟକୁ ଦୃଷ୍ଟିରେ ରଖି ଏସସିଓ ଜାରି କରିଥିବା ଏହି ବିବୃତି ଉପରେ ଭାରତ କୌଣସି ଆଲୋଚନା କରିବ ନାହିଁ ବୋଲି କହିଛି। ଭାରତ ଏସସିଓର ବିବୃତିରୁ ନିଜକୁ ଦୂରେଇ ରଖିଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ଦିଗରେ ଉଭୟ ରାଷ୍ଟ୍ର କୂଟନୈତିକ ସ୍ତରରେ ଆଲୋଚନା କରି ଏହାର ସମାଧାନ କରିବାକୁ ଭାରତ ଗୁରୁତ୍ଵ ଦେଇଛି। ଅନ୍ତର୍ଜାତୀୟ ସମୁଦାୟ ଏ ଦିଗରେ ପ୍ରୟାସ କରିବା ଦରକାର ବୋଲି ଭାରତ ପକ୍ଷରୁ କୁହାଯାଇଛି।