ପୁଟିନଙ୍କୁ ପାଗଳ କହିଲେ ଟ୍ରମ୍ପ

ମସ୍କୋ: ୟୁକ୍ରେନର ଡ୍ରୋନ ଆକ୍ରମଣରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଚଳିତ ସପ୍ତାହରେ ପୁଟିନ କୁରସ୍କ ଅଞ୍ଚଳକୁ ଯାଇଥିବା ସମୟରେ ତାଙ୍କ ହେଲିକପ୍ଟରକୁ ନିଶାଣ କରି ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିଲା। ତେବେ ରୁଷ୍‌ର ଏୟାର ଡିଫେନ୍ସ ୟୁନିଟ୍ ଏହି ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବାରୁ ପୁଟିନ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ। ପୁଟିନଙ୍କ ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ ଉଦ୍ୟମ କରିବା ସମ୍ପର୍କରେ ରୁଷ୍‌ ବାୟୁସେନାର କମାଣ୍ଡର ୟୁରି ଡାସକିନ୍ ସୂଚନା ଦେଇଛନ୍ତି। ରୁଷ୍‌ର […]

ପୁଟିନଙ୍କୁ ପାଗଳ କହିଲେ ଟ୍ରମ୍ପ

ମସ୍କୋ: ୟୁକ୍ରେନର ଡ୍ରୋନ ଆକ୍ରମଣରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଚଳିତ ସପ୍ତାହରେ ପୁଟିନ କୁରସ୍କ ଅଞ୍ଚଳକୁ ଯାଇଥିବା ସମୟରେ ତାଙ୍କ ହେଲିକପ୍ଟରକୁ ନିଶାଣ କରି ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିଲା। ତେବେ ରୁଷ୍‌ର ଏୟାର ଡିଫେନ୍ସ ୟୁନିଟ୍ ଏହି ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବାରୁ ପୁଟିନ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ। ପୁଟିନଙ୍କ ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ ଉଦ୍ୟମ କରିବା ସମ୍ପର୍କରେ ରୁଷ୍‌ ବାୟୁସେନାର କମାଣ୍ଡର ୟୁରି ଡାସକିନ୍ ସୂଚନା ଦେଇଛନ୍ତି। ରୁଷ୍‌ର ଖବର ସରବରାହ ସଂସ୍ଥା ଆରବିସିକୁ ସାକ୍ଷାତକାର ବେଳେ ଡାସକିନ୍ କହିଛନ୍ତି ଗତ ୨୦ ତାରିଖରେ ପୁଟିନଙ୍କ ଉପରେ ଆକ୍ରମଣ ଲାଗି ୟୁକ୍ରେନ ଉଦ୍ୟମ କରିଥିଲା। ରୁଷ କହିଛି ଯେ ୟୁକ୍ରେନ ଏହାର ଡ୍ରୋନ ଆକ୍ରମଣକୁ ବ୍ୟାପକ କରିଛି। ରୁଷ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଗତ ମଙ୍ଗଳବାରରୁ ଶୁକ୍ରବାର ମଧ୍ୟରେ ୟୁକ୍ରେନ ୭୬୪ଟି ଡ୍ରୋନ ମାଡ କରିଥିଲା। ଏହିସବୁ ଡ୍ରୋନଗୁଡିକୁ ରୁଷ୍ ନଷ୍ଟ କରିଦେଇଥିଲା। ପୁଟିନଙ୍କୁ ହତ୍ୟା ଉଦ୍ୟମ ନେଇ ରୁଷ୍‌ କମାଣ୍ଡରଙ୍କ ଦାବିକୁ ୟୁକ୍ରେନ ସେନା ଖଣ୍ଡନ କରିଛି। ୟୁକ୍ରେନ କହିଛି ଯେ ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏହା କୌଣସି ପ୍ରକାର ଡ୍ରୋନ ମାଡ କରି ନାହିଁ। ଅନ୍ୟପଟେ ୟୁକ୍ରେନର ଏହି ଆକ୍ରମଣ ପରେ ରୁଷ୍ ଶନିବାର ରାତିରେ ୟୁକ୍ରେନ ଉପରେ ୩୬୭ଟି ଡ୍ରୋନ ମାଡ କରିଥିଲା। ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିଲା।
ୟୁକ୍ରେନ ଉପରେ ରୁଷ୍‌ର ଏପରି ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି। ଏଥିପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲଦିମିର ପୁଟିନଙ୍କୁ ଟ୍ରମ୍ପ ପାଳଗ ବୋଲି କହିଛନ୍ତି। ପୁଟିନ ୟୁକ୍ରେନର ନିରୀହ ଶିଶୁ ଓ ଲୋକଙ୍କୁ ହତ୍ୟା କରୁଥିବାରୁ ଟ୍ରମ୍ପ ତାଙ୍କୁ ପାଗଳ ବୋଲି କହିଛନ୍ତି। ଟ୍ରମ୍ପଙ୍କ ଏପରି ମନ୍ତବ୍ୟ ପରେ କ୍ରେମଲିନ କହିଛି ଯେ ଟ୍ରମ୍ପ ମାନସିକ ଚାପର ବଶବର୍ତ୍ତୀ ହୋଇ ଏପରି କହିଥିବା ମନେ ହେଉଛି। ଅନ୍ୟପଟେ ରୁଷ୍ ଓ ୟୁକ୍ରେନ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପ ଉଦ୍ୟମ ଚଳାଇଥିବାରୁ କ୍ରେମଲିନ ତାଙ୍କୁ ଧନ୍ୟବାଦ ଜଣାଇଛି।