ଏସ୍-୪୦୦ ମିସାଇଲକୁ ନେଇ ବଡ଼ ଅପଡେଟ୍ , ପାକିସ୍ତାନର ନିଦ ହଜେଇଲେ ରୁଷୀୟ କୂଟନୀତିଜ୍ଞ
ନୂଆଦିଲ୍ଲୀ : ପଡୋଶୀ ଦେଶ ପାକିସ୍ତାନ ସହ ଚାଲିଥିବା ଉତ୍ତେଜିତ ସ୍ଥିତି ମଧ୍ୟରେ ଭାରତର ଦ୍ୱିତୀୟ ପଡୋଶୀ ତଥା ମିତ୍ର ଦେଶ ଦେଇଛି ଏକ ବଡ଼ ସୂଚନା, ଯାହାକୁ ନେଇ ପାକିସ୍ତାନର ନିଦ ହଜି ଯାଇଛି। କାରଣ ଅପରେସନ ସିନ୍ଦୂରରେ ତାର ଆଭାସ ପାଇ ସାରିଛି ଏହି ଆତଙ୍କୀ ଦେଶ। ଉଲ୍ଲେଖନୀୟ ଯେ, ଭାରତରେ ରୁଷ୍ର ଉପ ରାଷ୍ଟ୍ରଦୂତ ରୋମନ ବାବୁସ୍କିନ ସୋମବାର ( ୦୨ ଜୁନ) ରେ କହିଛନ୍ତି ଯେ, ଭାରତକୁ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ-୪୦୦ର ଅବଶିଷ୍ଟ ସାମଗ୍ରୀ ନିର୍ଦ୍ଧାରିତ ସମୟାନୁସାରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ମିଳିଯିବ। ଏସ-୪୦୦ ସେହି ମିସାଇଲ ସିଷ୍ଟମ , ଯାହା ଗତ ମାସ ୪ଦିନର ସାମରିକ କାର୍ଯ୍ୟକଳାପରେ ପାକିସ୍ତାନର ପ୍ରତି ହମଲାକୁ କରିଦେଇ ଥିଲା ବିଫଳ।ଏସ୍-୪୦୦ ମିସାଇଲ ସିଷ୍ଟମ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରରେ ଭଲ ପ୍ରଦର୍ଶନ କରିଥିଲା ଏବଂ ପାକିସ୍ତାନ ମାଡ଼ କରୁଥିବା ସବୁ ଡ୍ରୋନ୍ ଓ ମିସାଇଲକୁ ନଷ୍ଟଭ୍ରଷ୍ଟ କରି ଦେଇ ଥିଲା। ରୁଷ୍ ସହ ଭାରତର ଅତିରିକ୍ତ ମିସାଇଲ ସିଷ୍ଟମର ସପ୍ଲାଇ ପାଇଁ ଚାଲିଛି କଥାବାର୍ତ୍ତା । ଏହାକୁ ନେଇ ରୁଷୀୟ ଉପ ରାଷ୍ଟ୍ରଦୂତ ବାବୁସ୍କିନ ଏହି ନୂଆ ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ରୋମନ ବାବୁସ୍କିନ କହିଛନ୍ତି , ଆମେ ଶୁଣିଛୁ କି ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ବେଳେ ଏସ-୪୦୦ ବଡ଼ କୁଶଳତାପୂର୍ବକ କାମ କରିଛି। ଭାରତ ଓ ରୁଷ୍ ମଧ୍ୟରେ ପ୍ରତିରକ୍ଷ
ନୂଆଦିଲ୍ଲୀ : ପଡୋଶୀ ଦେଶ ପାକିସ୍ତାନ ସହ ଚାଲିଥିବା ଉତ୍ତେଜିତ ସ୍ଥିତି ମଧ୍ୟରେ ଭାରତର ଦ୍ୱିତୀୟ ପଡୋଶୀ ତଥା ମିତ୍ର ଦେଶ ଦେଇଛି ଏକ ବଡ଼ ସୂଚନା, ଯାହାକୁ ନେଇ ପାକିସ୍ତାନର ନିଦ ହଜି ଯାଇଛି। କାରଣ ଅପରେସନ ସିନ୍ଦୂରରେ ତାର ଆଭାସ ପାଇ ସାରିଛି ଏହି ଆତଙ୍କୀ ଦେଶ। ଉଲ୍ଲେଖନୀୟ ଯେ, ଭାରତରେ ରୁଷ୍ର ଉପ ରାଷ୍ଟ୍ରଦୂତ ରୋମନ ବାବୁସ୍କିନ ସୋମବାର ( ୦୨ ଜୁନ) ରେ କହିଛନ୍ତି ଯେ, ଭାରତକୁ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ-୪୦୦ର ଅବଶିଷ୍ଟ ସାମଗ୍ରୀ ନିର୍ଦ୍ଧାରିତ ସମୟାନୁସାରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ମିଳିଯିବ। ଏସ-୪୦୦ ସେହି ମିସାଇଲ ସିଷ୍ଟମ , ଯାହା ଗତ ମାସ ୪ଦିନର ସାମରିକ କାର୍ଯ୍ୟକଳାପରେ ପାକିସ୍ତାନର ପ୍ରତି ହମଲାକୁ କରିଦେଇ ଥିଲା ବିଫଳ।
ଏସ୍-୪୦୦ ମିସାଇଲ ସିଷ୍ଟମ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରରେ ଭଲ ପ୍ରଦର୍ଶନ କରିଥିଲା ଏବଂ ପାକିସ୍ତାନ ମାଡ଼ କରୁଥିବା ସବୁ ଡ୍ରୋନ୍ ଓ ମିସାଇଲକୁ ନଷ୍ଟଭ୍ରଷ୍ଟ କରି ଦେଇ ଥିଲା। ରୁଷ୍ ସହ ଭାରତର ଅତିରିକ୍ତ ମିସାଇଲ ସିଷ୍ଟମର ସପ୍ଲାଇ ପାଇଁ ଚାଲିଛି କଥାବାର୍ତ୍ତା । ଏହାକୁ ନେଇ ରୁଷୀୟ ଉପ ରାଷ୍ଟ୍ରଦୂତ ବାବୁସ୍କିନ ଏହି ନୂଆ ସୂଚନା ଦେଇଛନ୍ତି।
ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ରୋମନ ବାବୁସ୍କିନ କହିଛନ୍ତି , ଆମେ ଶୁଣିଛୁ କି ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ବେଳେ ଏସ-୪୦୦ ବଡ଼ କୁଶଳତାପୂର୍ବକ କାମ କରିଛି। ଭାରତ ଓ ରୁଷ୍ ମଧ୍ୟରେ ପ୍ରତିରକ୍ଷା ସମେତ ଅନେକ ବିଷୟରେ ସହଯୋଗର ଏକ ଲମ୍ୱା ଇତିହାସ ରହିଛି। ବାବୁସ୍କିନ୍ କହିଛନ୍ତି , ମୋ ଜାଣିବାରେ ଅବଶିଷ୍ଟ ଏସ-୪୦୦ ମିସାଇଲ ସିଷ୍ଟମ ପାଇଁ ଅନୁବନ୍ଧିତ ପ୍ରୋଗ୍ରାମ ଓ ନିର୍ଦ୍ଧାରିତ ଅବଧି ଅନୁସାରେ ହିଁ ହେବ। ଆମେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପରେ କଥାବାର୍ତ୍ତାର ବିସ୍ତାରର ଆଲୋଚନା ପାଇଁ ଏହି ଭାଗିଦାରୀକୁ ବୃଦ୍ଧି କରାଇବାକୁ ପ୍ରସ୍ତୁତ ...ମୋତେ ଲାଗୁଛି ଯେ, ଏହା ୨୦୨୫ , ୨୦୨୬ରେ ଏହାକୁ ପୂରା କରି କିରଦିଆ ଯିବ।
କହି ରଖୁଛୁ କି , ଭାରତ ୨୦୧୮ ରେ ରୁଷ୍ ସହ ୫ଟି ଏସ-୪୦୦ ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମ ପାଇଁ ୫.୪୩ ବିଲିୟନ ଡଲାର ଚୁକ୍ତି ସ୍ୱାକ୍ଷର କରିଥିଲା। ୫ଟିରୁ ୩ଟି ସିଷ୍ଟମକୁ କ୍ରମଶଃ ପାକସ୍ତାନ ଓ ଚୀନର ସୀମାକୁ ଲାଗି ପଶ୍ଚିମ ଓ ଉତ୍ତର ମୋର୍ଚ୍ଚାରେ ମୁତୟନ କରାଯାଇଛି। ଏସ-୪୦୦ର ପ୍ରଥମ ସାମଗ୍ରୀ ଭାରତକୁ ଡିସେମ୍ୱର ୨୦୨୧ରେ ମିଳିଥିଲା, ୨ୟ ଓ ୩ୟ ସାମଗ୍ରୀ କ୍ରମଶଃ ଅପ୍ରେଲ ୨୦୨୨ ଓ ଅକ୍ଟୋବର ୨୦୨୩ ରେ ମିଳିଥିଲା।
ସୁଦର୍ଶନ ଚକ୍ର ଭାବେ ପ୍ରସିଦ୍ଧ ଏହି ଡିଫେନ୍ସ ସିଷ୍ଟମ ଅର୍ଥାତ୍ ଏସ୍-୪୦୦ , ୩୮୦ କିଲୋମିଟରର ଦୂରତାରେ ଶତ୍ରୁର ବୋମାବର୍ଷକ , ଫାଇଟର ଜେଟ୍ ବିମାନ , ଗୁପ୍ତଚର ବିମାନ , ମିସାଇଲ ଓ ଡ୍ରୋନ୍କୁ ଚିହ୍ନଟ କରି ନଷ୍ଟ କରି ପାରିବ। ଅବଶିଷ୍ଟ ସାମଗ୍ରୀ ସମୟ ସୀମା ମଧ୍ୟରେ ସପ୍ଲାଇ ହେବାର ରୁଷୀୟ ରାଷ୍ଟ୍ରଦୂତ କହିବା ପରେ , ପାକିସ୍ତାନର ନିଦ ପୁଣି ଉଡ଼ି ଯାଇଛି। କାରଣ ଏହି ଡିଫେନ୍ସ ସିଷ୍ଟମ ପାକିସ୍ତାନ ପ୍ରତି ଚାଲକୁ ବିଫଳ କରି ପାରେ। ଆଉ ଭବିଷ୍ୟତର ଯୁଦ୍ଧରେ ନିର୍ଣ୍ଣାୟକ ସାଜିପାରେ।