ଏସ୍.ଏନ୍.ମୁଖୀ ମେଧା ବୃତ୍ତି ସମ୍ମାନ ପ୍ରଦାନ
ଭୁବନେଶ୍ୱର: ପିଲାମାନେ ପଢିବେ, ବଢିବେ । ତାଙ୍କର ପ୍ରତିଭା ଦୁନିଆ ପାଇଁ ଦୃଷ୍ଟାନ୍ତ ହେବ । ପ୍ରୋତ୍ସାହିତ କରିବ ଅନ୍ୟ ଛାତ୍ରଛାତ୍ରୀଙ୍କୁ । ଏହି ଉଦ୍ଦେଶ୍ୟ ନେଇ କିଛିବର୍ଷଧରି ଏସ୍.ଏନ୍ ମୁଖୀ ଫାଉଣ୍ଡେସନ ପକ୍ଷରୁ ଦିଆଯାଇ ଆସୁଛି ମେଧା ବୃତ୍ତି ସମ୍ମାନ । କଟକ ଜିଲା ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦାର ଲକ୍ଷ୍ମୀ ନାରାୟଣ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏପରି ଏକ ମନୋଜ୍ଞ ସମ୍ମାନ ଓ ସମ୍ବର୍ଦ୍ଧନା ସଭା । ଏଥିରେ ଆଖପାଖ ବିଭିନ୍ନ ବିଦ୍ୟାଳୟର ମାଟ୍ରିକ ଟପ୍ପର ମାନଙ୍କୁ ତିନି ହଜାର ଟଙ୍କା ଲେଖାଏଁ ବୃତ୍ତି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । ଏହା ସହିତ ବିଭିନ୍ନ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ବିଶିଷ୍ଟ ଶିକ୍ଷାବିତ ସୁରେନ୍ଦ୍ରନାଥ ମୁଖୀଙ୍କ ପ୍ରଚେଷ୍ଟାରେ କିଛିବର୍ଷ ଧରି ଏହି ସମ୍ମାନ ଦିଆଯାଇ ଆସୁଛି ଓ ଫାଉଣ୍ଡେସନର ଅଧ୍ୟକ୍ଷ ସନ୍ଦୀପ ମୁଖୀ ଏହା ପ୍ରଦାନ କରିଆସୁଛନ୍ତି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମିହିର କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ଜ୍ୟୋତ୍ସ୍ନାରାଣୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ଶିଷାବିତ ଶରତଚନ୍ଦ୍ର ସ୍ୱାଇଁ ଓ ସମ୍ମାନୀତ ଅତିଥି ଭାବେ ଫାଉଣ୍ଡେସନର ଉପଦେଷ୍ଟା ସୁରେନ୍ଦ୍ରନାଥ ମୁଖୀ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିତ ପ୍ରେମାନନ୍ଦ ମହାପାତ୍ର , ମିହିର କ
ଭୁବନେଶ୍ୱର: ପିଲାମାନେ ପଢିବେ, ବଢିବେ । ତାଙ୍କର ପ୍ରତିଭା ଦୁନିଆ ପାଇଁ ଦୃଷ୍ଟାନ୍ତ ହେବ । ପ୍ରୋତ୍ସାହିତ କରିବ ଅନ୍ୟ ଛାତ୍ରଛାତ୍ରୀଙ୍କୁ । ଏହି ଉଦ୍ଦେଶ୍ୟ ନେଇ କିଛିବର୍ଷଧରି ଏସ୍.ଏନ୍ ମୁଖୀ ଫାଉଣ୍ଡେସନ ପକ୍ଷରୁ ଦିଆଯାଇ ଆସୁଛି ମେଧା ବୃତ୍ତି ସମ୍ମାନ । କଟକ ଜିଲା ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦାର ଲକ୍ଷ୍ମୀ ନାରାୟଣ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏପରି ଏକ ମନୋଜ୍ଞ ସମ୍ମାନ ଓ ସମ୍ବର୍ଦ୍ଧନା ସଭା । ଏଥିରେ ଆଖପାଖ ବିଭିନ୍ନ ବିଦ୍ୟାଳୟର ମାଟ୍ରିକ ଟପ୍ପର ମାନଙ୍କୁ ତିନି ହଜାର ଟଙ୍କା ଲେଖାଏଁ ବୃତ୍ତି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । ଏହା ସହିତ ବିଭିନ୍ନ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ବିଶିଷ୍ଟ ଶିକ୍ଷାବିତ ସୁରେନ୍ଦ୍ରନାଥ ମୁଖୀଙ୍କ ପ୍ରଚେଷ୍ଟାରେ କିଛିବର୍ଷ ଧରି ଏହି ସମ୍ମାନ ଦିଆଯାଇ ଆସୁଛି ଓ ଫାଉଣ୍ଡେସନର ଅଧ୍ୟକ୍ଷ ସନ୍ଦୀପ ମୁଖୀ ଏହା ପ୍ରଦାନ କରିଆସୁଛନ୍ତି ।
ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମିହିର କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ଜ୍ୟୋତ୍ସ୍ନାରାଣୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ଶିଷାବିତ ଶରତଚନ୍ଦ୍ର ସ୍ୱାଇଁ ଓ ସମ୍ମାନୀତ ଅତିଥି ଭାବେ ଫାଉଣ୍ଡେସନର ଉପଦେଷ୍ଟା ସୁରେନ୍ଦ୍ରନାଥ ମୁଖୀ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିତ ପ୍ରେମାନନ୍ଦ ମହାପାତ୍ର , ମିହିର କୁମାର ମହାପାତ୍ର ,ପ୍ରଶାନ୍ତ କୁମାର ମହାପାତ୍ର, ଜ୍ୟୋତିରଞ୍ଜନ ଦାସ, ରମାକାନ୍ତ ସ୍ୱାଇଁ, ରମାକାନ୍ତ ମଲ୍ଲିକ ଓ ଗୀତାଞ୍ଜଳୀ ପୁହାଣ ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆୟୋଜିତ ସଭାରେ ଶିକ୍ଷୟିତ୍ରୀ ରୋଜାଲିନ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ମଙ୍ଗଳ ପ୍ରସାଦ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା ସାହୁ ମାନପତ୍ର ଓ ବିବରଣୀ ପାଠ କରିଥିଲେ । ସଙ୍ଘମିତ୍ରା ମହାନ୍ତି, ଜୟନ୍ତୀ ବେତାଳ, ଲକ୍ଷ୍ମୀପ୍ରିୟା ତରଣିଆ, ପ୍ରଣତି ମହାପାତ୍ର, ସସ୍ମିତା ସେନାପତି, ସୁଲୋଚନା ସେଠୀ, ସବିତା ସେଠୀ, ସୁଶ୍ରୀ ଲୋପାମୁଦ୍ରା ବେହେରା, କ୍ଷୀରୋଦ କୁମାର ମହାପାତ୍ର, ଅଜୟ କୁମାର ପ୍ରଧାନ, ଲୋକନାଥ ମହାପାତ୍ର, ଆଲୋକ କୁମାର ଦାସ, ଅଜୟ କୁମାର ରାଉତରାୟ ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ଏସ.ଏନ୍. ମୁଖୀ ଫାଉଣ୍ଡେସନ ବୋର୍ଡ ସଭ୍ୟ ଉମାକାନ୍ତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।