ଏସ୍ପି ସ୍ତରରେ ବ୍ୟାପକ ଅଦଳ ବଦଳ: ବଦଳିଲେ ଏସବୁ ଜିଲାର ପୋଲିସ ମୁଖିଆ
ଭୁବନେଶ୍ୱର,୨୯।୯: ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର ଆରକ୍ଷୀ ଅଧ୍ୟକ୍ଷ(ଏସ୍ପି) ଙ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ନିକଟରେ ଭଦ୍ରକ ଜିଲାରେ ଦେଖା ଦେଇଥିବା ହିଂସା ପରେ ବରୁଣ ଗୁଣ୍ଠୁପଲ୍ଲୀଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଥିବା ବେଳେ ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକର ନୂତନ ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ରାହୁଲ ଜୈନଙ୍କୁ ଅନୁଗୋଳ ଏସପି, ସରବଣା […] The post ଏସ୍ପି ସ୍ତରରେ ବ୍ୟାପକ ଅଦଳ ବଦଳ: ବଦଳିଲେ ଏସବୁ ଜିଲାର ପୋଲିସ ମୁଖିଆ appeared first on Dharitri Odia News.
ଭୁବନେଶ୍ୱର,୨୯।୯: ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର ଆରକ୍ଷୀ ଅଧ୍ୟକ୍ଷ(ଏସ୍ପି) ଙ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି।
ନିକଟରେ ଭଦ୍ରକ ଜିଲାରେ ଦେଖା ଦେଇଥିବା ହିଂସା ପରେ ବରୁଣ ଗୁଣ୍ଠୁପଲ୍ଲୀଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଥିବା ବେଳେ ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକର ନୂତନ ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ରାହୁଲ ଜୈନଙ୍କୁ ଅନୁଗୋଳ ଏସପି, ସରବଣା ବିବେକଙ୍କୁ ବ୍ରହ୍ମପୁର ଏସପି, ବିନୀତ ଅଗ୍ରୱାଲଙ୍କୁ ପୁରୀ ଏସପି, ସାଗରିକ ନାଥଙ୍କୁ ଖୋର୍ଦ୍ଧା ଏସପି, ସ୍ଵାତି ଏସ କୁମାରଙ୍କୁ ରାୟଗଡା ଏସପି, ଏସ ସୁଶ୍ରୀଙ୍କୁ ନୟାଗଡ଼ ଏସପି, ନୀତେଶ ୱାଧୱାନୀଙ୍କୁ ରାଉରକେଲା ଏସପି, ରାଜ ପ୍ରସାଦଙ୍କୁ ବାଲେଶ୍ୱର ଏସପି, ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସପି ନିଯୁକ୍ତ କରାଯାଇଛି।
ସେହିଭଳି ଭବାନୀ ଶଙ୍କର ଉଦ୍ଗାତା ଜଗତସିଂହପୁର ଏସ୍ପି, ମିହିର ପଣ୍ଡା ନବରଙ୍ଗପୁର ଏସ୍ପି, ଯତୀନ୍ଦ୍ର ପଣ୍ଡା ଗଜପତି ଏସ୍ପି, ଶୁଭେନ୍ଦୁ ପତ୍ରଙ୍କୁ ଗଞ୍ଜାମ ଏସପି, ଅଭିନବ ସୋନକରଙ୍କୁ ଢେଙ୍କାନାଳ ଏସପି, ରୋହିତ ବର୍ମାଙ୍କୁ କୋରାପୁଟ, ଯଶପ୍ରତାପ ଶ୍ରୀମଲ ଯାଜପୁର ଏସ୍ପି, ହରିଶ ବିଶି କନ୍ଧମାଳ ଏସ୍ପି, ହରିଶ ବିଶି କନ୍ଧମାଳ ଏସ୍ପି, ରାମପ୍ରସାଦ ସାହୁ ସୋନପୁର ଏସ୍ପି ନିଯୁକ୍ତ କରାଯାଇଛି।
The post ଏସ୍ପି ସ୍ତରରେ ବ୍ୟାପକ ଅଦଳ ବଦଳ: ବଦଳିଲେ ଏସବୁ ଜିଲାର ପୋଲିସ ମୁଖିଆ appeared first on Dharitri Odia News.