ଏସ୍‌ବିଆଇ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ

ମୁମ୍ବାଇ,୨୦।୧୧: ଷ୍ଟେଟ୍‌ ବ୍ୟାଙ୍କ ଅ୍‌ଫ ଇଣ୍ଡିଆ(ଏସ୍‌ବିଆଇ)ର ମୁମ୍ବାଇସ୍ଥିତ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏକ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ସହିତ ‘ଦି ଇଭଲ୍ୟୁଶନ ଅଫ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ ର ୫ମ ସଂସ୍କରଣକୁ ମଧ୍ୟ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ୧୯୮୧ ରୁ ୧୯୯୬ ପର୍ଯ୍ୟନ୍ତର ବ୍ୟାଙ୍କ ଯାତ୍ରାର ଦସ୍ତାବିଜ ରହିଛି। ଏହି ଅବସରରେ […] The post ଏସ୍‌ବିଆଇ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ appeared first on Dharitri Odia News.

ଏସ୍‌ବିଆଇ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ

ମୁମ୍ବାଇ,୨୦।୧୧: ଷ୍ଟେଟ୍‌ ବ୍ୟାଙ୍କ ଅ୍‌ଫ ଇଣ୍ଡିଆ(ଏସ୍‌ବିଆଇ)ର ମୁମ୍ବାଇସ୍ଥିତ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏକ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ସହିତ ‘ଦି ଇଭଲ୍ୟୁଶନ ଅଫ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ ର ୫ମ ସଂସ୍କରଣକୁ ମଧ୍ୟ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ୧୯୮୧ ରୁ ୧୯୯୬ ପର୍ଯ୍ୟନ୍ତର ବ୍ୟାଙ୍କ ଯାତ୍ରାର ଦସ୍ତାବିଜ ରହିଛି। ଏହି ଅବସରରେ ଆର୍ଥିକ ସେବା ବିଭାଗର ସଚିବ ଏମ୍‌. ନାଗରାଜୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଐତିହ୍ୟ ହର୍ନିମାନ୍‌ ସର୍କଲ ଶାଖାକୁ ୧୮୬୩ ରେ ତତ୍କାଳୀନ ବ୍ୟାଙ୍କ ଅଫ୍‌ ବମ୍ବେ ପକ୍ଷରୁ ଖୋଲାଯାଇଥିଲା। ଏହାର ଢାଞ୍ଚାକୁ ଗ୍ରେଡ୍‌୨ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ଏହା ହେଉଛି ଭାରତୀୟ ବ୍ୟାଙ୍କ ଇତିହାସର ମୂଳଦୁଆ ଭାବେ ଦଣ୍ଡାୟମାନ ହୋଇଛି।
ଏ ନେଇ ଅର୍ଥମନ୍ତ୍ରୀ ସୀତାରାମନ କହିଛନ୍ତି, ଏସ୍‌ବିଆଇର ଉଲ୍ଲେଖନୀୟ ଯାତ୍ରା, ଏହାର ଆଇକନିକ୍‌ ଶାଖାର ଶତବାର୍ଷିକୀ ଉତ୍ସବରେ ପରିଣତ ହୋଇଛି, ଯାହା ଅଭିବୃଦ୍ଧି ଏବଂ ସେବାର ଏକ ଅସାଧାରଣ ପରମ୍ପରାକୁ ପ୍ରତିଫଳିତ କରୁଛି।
ଏସ୍‌ବିଆଇର ଅଧ୍ୟକ୍ଷ ସି.ଏସ୍‌. ସେଟ୍ଟି କହିଛନ୍ତି, ଏସ୍‌ବିଆଇ ଏହାର ଗୌରବମୟ ପରମ୍ପରାକୁ ପ୍ରତିଫଳିତ କରୁଥିବାବେଳେ ଆମେ ଭାରତର ଆର୍ଥତ୍କ ଅଭିବୃଦ୍ଧିର ଏକ ମୂଳଦୁଆ ହୋଇ ଗର୍ବ ଅନୁଭବ କରୁଛୁ। ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରୁଛୁ ଏବଂ ଏହି ଶିଳ୍ପକୁ ପୁନଃ ପରିକଳ୍ପିତ କରିଥିବା ପରିବର୍ତ୍ତନଶୀଳ ବ୍ୟାଙ୍କିଙ୍ଗ୍‌ ଉଦ୍ଭାବନର ଅଗ୍ରଣୀ ରହିଛୁ। ଏସ୍‌ବିଆଇ ଏକ ନୂତନ ଯୁଗ ଆରମ୍ଭ କରୁଥିବା ବେଳେ ଏହି ମାଇଲଖୁଣ୍ଟ ଆମର ସ୍ଥାୟୀ ପରମ୍ପରାର ପ୍ରମାଣ ଏବଂ ପ୍ରତ୍ୟେକ ଭାରତୀୟଙ୍କ ବିବିଧ ଆର୍ଥତ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆମର ଅତୁଟ ସମର୍ପଣକୁ ସୁଦୃଢ଼ କରୁଛି,ଯାହା ଆମକୁ ପ୍ରକୃତରେ ‘ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବ୍ୟାଙ୍କରେ ପରିଣତ କରିଛି।

The post ଏସ୍‌ବିଆଇ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ appeared first on Dharitri Odia News.