ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି। ଶନିବାର ଦଳୀୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଅନୁଷ୍ଠିତ ସାଙ୍ଗଠନିକ ନିର୍ବାଚନ ୨୦୨୫ରେ ନବୀନ ସଭାପତି ନିର୍ବାଚିତ ହେବା ପରେ ଦଳର ସମସ୍ତ କର୍ମୀମାନେ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଦଳର ରାଜ୍ୟସଭା ଏମପି ମୁନ୍ନା ଖାଁ ଏପରି କରିଥିଲେ ଯାହା ନବୀନଙ୍କୁ ଅପ୍ରସ୍ତୁତ କରି ପକାଇଥିଲା। ଏକ […] The post ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା appeared first on Dharitri Odia News.

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି। ଶନିବାର ଦଳୀୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଅନୁଷ୍ଠିତ ସାଙ୍ଗଠନିକ ନିର୍ବାଚନ ୨୦୨୫ରେ ନବୀନ ସଭାପତି ନିର୍ବାଚିତ ହେବା ପରେ ଦଳର ସମସ୍ତ କର୍ମୀମାନେ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଦଳର ରାଜ୍ୟସଭା ଏମପି ମୁନ୍ନା ଖାଁ ଏପରି କରିଥିଲେ ଯାହା ନବୀନଙ୍କୁ ଅପ୍ରସ୍ତୁତ କରି ପକାଇଥିଲା। ଏକ ପ୍ରକାର କହିଲେ ୨୪ ବର୍ଷ କ୍ଷମତାରେ ଥିବା ନବୀନ ଏହି ଅବସ୍ଥା ଦେଖିବେ ବୋଲି କେବେ ଭାବି ନଥିବେ। କିନ୍ତୁ ଶନିବାର ଦିନ ତାହାହିଁ ଘଟିଲା। ରାଜ୍ୟସଭା ଏମପି ମୁନ୍ନା ଖାଁ ନବୀନଙ୍କୁ ପୁନଃ ସଭାପତି ନିର୍ବାଚିତ ହେବା ‘ଖୁସିରେ’ ଭାରତୀୟ ଜନତା ପାର୍ଟିର ନିର୍ବାଚନ ସଂକେତ ‘ପଦ୍ମଫୁଲ’କୁ ଉପହାର ଦେଇଥିଲେ।

ଦୀର୍ଘବର୍ଷର ଆନୁଗତ୍ୟ, ଶୃଙ୍ଖଳା ଏବଂ ନବୀନଙ୍କ ପ୍ରତି ସମସ୍ତ ଶ୍ରଦ୍ଧାକୁ ନିଜ ଧର୍ମ ପାଇଁ ଭୁଲିଯାଇ ମୁନ୍ନା ଯେଉଁ ଢଙ୍ଗରେ ନବୀନଙ୍କ ହାତରେ ପଦ୍ମଫୁଲ ଦେଲେ, ଏହାଠୁ ବଳି ଅପମାନ କେହି ଦେବାକୁ ସାହସ କରିନଥିବେ। ଏହାକୁ ଏକ ଛୋଟ ଘଟଣା ଭାବେ ଆଦୌ ବିବେଚନା କରାଯାଇ ପାରିବ ନାହିଁ।

କାରଣ ୱକଫ୍‌ ବିଲ୍‌ ଭୋଟିଂ ଆରମ୍ଭ ପୂର୍ବରୁ ନବୀନ ନିଜ ଦଳର ଏମପି ମାନଙ୍କୁ ଅତ୍ୟନ୍ତ ଦ୍ୱନ୍ଦ୍ୱରେ ପକାଇଦେଇଥିଲେ। ଫଳରେ ଦଳର ଭୋଟ ଭାଙ୍ଗି ଯାଇଥିଲା। ଯାହାକୁ ନେଇ ଅନେକ ବରିଷ୍ଠ ଖୋଲାଖୋଲି ବିରୋଧ କରିଥିଲେ। କିନ୍ତୁ ସେମାନଙ୍କୁ ଏହାର ଫଳ ଭୋଗିବାକୁ ପଡିଛି। ସଭାପତି ନିର୍ବାଚନ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କୁ ଶଙ୍ଖଭବନକୁ ଆମନ୍ତ୍ରଣ କରାଯାଇ ନାହିଁ।

The post ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା appeared first on Dharitri Odia News.