କାଉଣ୍ଟର ଖୋଲୁ ଖୋଲୁ ଟିକେଟ ଶେଷ

କେନ୍ଦୁଝର,୧୦।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ଟିକେଟ ସରିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଏବଂ ଲାଇନରେ ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ ହୋଇ ଫେରୁଛନ୍ତି ଏବଂ ପୁଣି ଆର ସପ୍ତାହକୁ ଅପେକ୍ଷା କରିବାକୁ ପଡୁଛି। ଏନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଏଣୁ ଟିକେଟ କଳାବଜାର ହେଉଥିବା ସନ୍ଦେହ କରି ଏହାର ତଦନ୍ତ ସହ ପଦକ୍ଷେପ ଗ୍ରହଣ କରିବାକୁ […] The post କାଉଣ୍ଟର ଖୋଲୁ ଖୋଲୁ ଟିକେଟ ଶେଷ appeared first on Dharitri Odia News.

କାଉଣ୍ଟର ଖୋଲୁ ଖୋଲୁ ଟିକେଟ ଶେଷ

କେନ୍ଦୁଝର,୧୦।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ଟିକେଟ ସରିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଏବଂ ଲାଇନରେ ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ ହୋଇ ଫେରୁଛନ୍ତି ଏବଂ ପୁଣି ଆର ସପ୍ତାହକୁ ଅପେକ୍ଷା କରିବାକୁ ପଡୁଛି। ଏନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଏଣୁ ଟିକେଟ କଳାବଜାର ହେଉଥିବା ସନ୍ଦେହ କରି ଏହାର ତଦନ୍ତ ସହ ପଦକ୍ଷେପ ଗ୍ରହଣ କରିବାକୁ ସାମାଜିକ କର୍ମୀ ଦିଲ୍ଲୀପ ସାହୁ ଦାବି କରିଛନ୍ତି।
ଯେ, ୨ୟ ଓ ୪ର୍ଥ ମଙ୍ଗଳବାରରେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅର୍ଥରେ ନିଯୁକ୍ତ ନ୍ୟୁରୋଲୋଜି ସୁପର ସ୍ପେଶାଲିଷ୍ଟ ରୋଗୀ ଦେଖିବାକୁ ଆସିଥାନ୍ତି। ପ୍ରତ୍ୟେକ ଥର ୬୦ ରୋଗୀ ଦେଖନ୍ତି। ମାତ୍ର ଶତାଧିକ ରୋଗୀ ଫେରନ୍ତି। ୬୦ ଟିକେଟ ଆବଣ୍ଟନ ହୋଇଗଲେ ଆଉ ଟିକେଟ ଦିଆଯାଏ ନାହିଁ। ଜରୁରୀ ହେଲେ ବା ସମୟ ଥିଲେ ଟିକେଟ ନେଇ ଶେଷରେ ଦେଖାଇଥାନ୍ତି। ସ୍ନାୟୁଗତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ଓ ବାହାର ଜିଲାରୁ ମଧ୍ୟ ରୋଗୀ ଆସି ରାତି ଅଧରୁ ଲାଇନରେ ଅପେକ୍ଷା କରିଥାନ୍ତି। ମଙ୍ଗଳବାର ସକାଳ ୮ଟା ପରେ ରୋଗୀ ପଞ୍ଜୀକରଣ କାଉଣ୍ଟର ଖୋଲିବା ବେଳେ ଅଳ୍ପ ଲୋକଥିଲେ। ତେବେ ସଙ୍ଗେ ସଙ୍ଗେ ଲମ୍ବା ଲାଇନ ଲାଗିଲା ବେଳେ ୨/୩ ଜଣଙ୍କ ପଞ୍ଜୀକରଣ କରିବା ପରେ ୬୦ ରୋଗୀ ପଞ୍ଜୀକରଣ ହୋଇଗଲା ବୋଲି କୁହାଗଲା। ଫଳରେ ଲାଇନରେ ଠିଆ ହୋଇଥିବା ଅନେକ ରୋଗୀ ନିରାଶରେ ଫେରିଥିବା ସାହୁ କହିଛନ୍ତି। ଆଗୁଆ ରୋଗୀଙ୍କଠାରୁ ଦଲାଲମାନେ ପାଉଣା ନେଇ ଟିକେଟ କାଟି ରଖିଥିବା ଏବଂ ସରିଗଲା ବୋଲି ପ୍ରଚାର କରୁଥିବା ଅଭିଯୋଗ ହେଉଛି। ଏ ନେଇ ନିର୍ଦ୍ଦିିଷ୍ଟ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ଡା. କେ.ସି. ପୃଷ୍ଟି କହିଛନ୍ତି। ଏଭଳି ଅବ୍ୟବସ୍ଥାର ପ୍ରତିକାର କରି ଉପଯୁକ୍ତ ପଦକ୍ଷେପ ନେଇ ସାଧାରଣ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧିର କହିଛନ୍ତି।

The post କାଉଣ୍ଟର ଖୋଲୁ ଖୋଲୁ ଟିକେଟ ଶେଷ appeared first on Dharitri Odia News.