ରେଳ ଇଞ୍ଜିନକୁ ପଥର ଫିଙ୍ଗିଥିଲେ, ପରେ…

ବନ୍ଧମୁଣ୍ଡା,୩୧ା୩(ସୁବ୍ରତ ଦେ): ବନ୍ଧମୁଣ୍ଡା ରେଳ ସେକ୍ସନର ଡୁମେରତା ରେଳ ଷ୍ଟେଶନ ନିକଟସ୍ଥ ୨ ନମ୍ବର ରେଳ ଫାଟକ ନିକଟରେ ରେଳ ଇଞ୍ଜିନରେ ପଥର ଫିଙ୍ଗି ଇଞ୍ଜିନର କାଚ ଭାଙ୍ଗିବା ଅଭିଯୋଗରେ ବନ୍ଧମୁଣ୍ଡା ଆରପିଏଫ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ପଠାଇଛି। ଗିରଫ ଅଭିଯୁକ୍ତ ହେଲେ କପାଟାମୁଣ୍ଡା ପଞ୍ଚାୟତ ଅଧୀନ ବିରକେରା ଅଞ୍ଚଳର ବାସିନ୍ଦା ଦେବା କେରକେଟ୍ଟା (୪୪)। ଜାମିନ ନ ମିଳିବାରୁ ତାଙ୍କୁ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ କେରକେଟ୍ଟା ଆରପିଏଫକୁ ବୟାନ ଦେଇ କହିଛନ୍ତି, […] The post ରେଳ ଇଞ୍ଜିନକୁ ପଥର ଫିଙ୍ଗିଥିଲେ, ପରେ… appeared first on Dharitri Odia News.

ରେଳ ଇଞ୍ଜିନକୁ ପଥର ଫିଙ୍ଗିଥିଲେ, ପରେ…

ବନ୍ଧମୁଣ୍ଡା,୩୧ା୩(ସୁବ୍ରତ ଦେ): ବନ୍ଧମୁଣ୍ଡା ରେଳ ସେକ୍ସନର ଡୁମେରତା ରେଳ ଷ୍ଟେଶନ ନିକଟସ୍ଥ ୨ ନମ୍ବର ରେଳ ଫାଟକ ନିକଟରେ ରେଳ ଇଞ୍ଜିନରେ ପଥର ଫିଙ୍ଗି ଇଞ୍ଜିନର କାଚ ଭାଙ୍ଗିବା ଅଭିଯୋଗରେ ବନ୍ଧମୁଣ୍ଡା ଆରପିଏଫ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ପଠାଇଛି। ଗିରଫ ଅଭିଯୁକ୍ତ ହେଲେ କପାଟାମୁଣ୍ଡା ପଞ୍ଚାୟତ ଅଧୀନ ବିରକେରା ଅଞ୍ଚଳର ବାସିନ୍ଦା ଦେବା କେରକେଟ୍ଟା (୪୪)। ଜାମିନ ନ ମିଳିବାରୁ ତାଙ୍କୁ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ କେରକେଟ୍ଟା ଆରପିଏଫକୁ ବୟାନ ଦେଇ କହିଛନ୍ତି, ଦୀର୍ଘ ସମୟ ଧରି ରେଳ ଫାଟକ ବନ୍ଦ ଥିବା ଯୋଗୁ ସେ ଉତ୍ତେଜିତ ହୋଇ ଏଭଳି କାମ କରିଛନ୍ତି।

The post ରେଳ ଇଞ୍ଜିନକୁ ପଥର ଫିଙ୍ଗିଥିଲେ, ପରେ… appeared first on Dharitri Odia News.